୫.୦ ଲକଡାଉନ୍‌କୁ ବେଖାତିର: ନିଆଳିରେ 'ଜୁଆଖେଳ', ଲୋକେ କହୁଛନ୍ତି, ପୋଲିସ୍ ନେଉଛି କମିଶନ

Published By : Prameya-News7 Bureau | June 04, 2020 IST

ନିଆଳି୫/୬: କରୋନା ପରି ମହାମାରୀକୁ ଖାତିର ନ କରି ଚାଲିଛି ବେଧଡ଼କ ଜୁଆ ଖେଳ।' ଦିନ ଦିପହରେ ଖୁଲମ୍ ଖୁଲା ଚାଲିଛି। ନିଆଳିର ବିଭିନ୍ନ ସ୍ଥାନରେ ଜୁଆ ଖେଳାଳିମାନେ ଆଇନ୍‌କୁ ଖାତି ନ କରି ଖେଳୁଛନ୍ତି। କଟକ ଜିଲ୍ଲା ନିଆଳି ଥାନା ଅଧିନରେ ଚାଲିଛି ଜୁଆ ଖେଳ। ଲୁଚା ଛପାରେ ନୁହେଁ ବରଂ ଦିନ ଦିପହରେ ପଡୁଛି ପଶାପାଲି। କୃଷ୍ଣପ୍ରସାଦ ପଞ୍ଚାୟତ ମହତା ପାରି, ଓ ବିନିଶ ପୁରରେ ଖୋଲା ପଡିଆରେ ଚାଲିଛି ଖେଳ। ପଶାପାଲିର ନିଶାରେ ଭିଡ ଜମାଉଛନ୍ତି ଲୋକେ।

ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ଚାରିଛକ ଅଞ୍ଚଳର କିଛି ଯୁବକ ସ୍ଥାନୀୟ ଏଜେଣ୍ଟ ମାଧ୍ୟମରେ ମେଲାଇଛନ୍ତି ପଶାପାଲିର ପସରା। ଦୀର୍ଘ ବର୍ଷଧରି ସବୁଦିନ ଏହି ଜୁଆ ଖେଳ ହେଉଥିଲେ ମଧ୍ୟ କେମିତି ଜାଣି ପାରୁନି ସ୍ଥାନୀୟ ପୁଲିସ। ଲୋକେ କିନ୍ତୁ କହୁଛନ୍ତି ଯେ, ପୋଲିସର ସଲା ସୁତୁରାରେ ଚାଲିଛି ଏସବୁ। ଏ ସବୁ ଦେଖି ଚୁପ ରହିବା ପାଇଁ ପୁଲିସ କୁଆଡେ କମିଶନ ନେଉଥିବା ଲୋକେ କ୍ୟାମେରା ସାମ୍ନାରେ କହିଛନ୍ତି।

ଏହି ଜୁଆ ଖେଳ ଦ୍ବାରା ଯୁବକମାନେ ପଥଭ୍ରଷ୍ଟ ହେବା ସହିତ ଅଞ୍ଚଳରେ ବଡ଼ୁଛି ଅସାମାଜିକ କାର୍ଯ୍ୟକଳାପ । ସେଥିପ୍ରତି ପୋଲିସ ପ୍ରଶାସନର ନିଘା ନାହିଁ । ନା ସବୁ ଜାଣି  ନିରବ ଦ୍ରଷ୍ଟା ସାଜିଛି ପୋଲିସ। ଜୁଆ ଖେଳ କଥା ଦାଣ୍ଡରେ ପଡି ହାଟରେ ଗଡୁଛି। ଖେଳର ଭିଜୁଆଲ ଭାଇରାଲ ହେଉଛି ହେଲେ ପୁଲିସ କେମିତି ଜାଣି ପାରୁ ନି ? ଜୁଆଡ଼ି ମାନଙ୍କ ସହ ହାତ ମିଳାଇଛି କି ପୋଲିସ ? ଯଦି ନୁହେଁ ତେବେ ବର୍ଷ ବର୍ଷ ଧରି କିପରି ଚାଲିଛି ଏହି ବେଆଇନି ଖେଳ ? ପୋଲିସ ପାଖରେ ଖବର ନଥିବା କହିଛନ୍ତି କଟକ ସଦର ଏସ.ଡି ପିଓ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.