ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି, ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି

Published By : Prameya-News7 Bureau | December 13, 2023 IST

ପୁରୀ ୧୩।୧୨: ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ବୁଧବାର ପୁରୀ ଗସ୍ତରେ ଆସି ବଡ଼ଦାଣ୍ଡ ମର୍ଚ୍ଚିକୋଟ ଛକଠାରୁ ଶ୍ରୀକୃଷ୍ଣ ସିନେମା ହଲ୍ ଛକ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ । ଆସନ୍ତା ଡିସେମ୍ବର ୨୫ ତାରିଖ ସୁଦ୍ଧା ଏହି ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଯୋଜନା ଥିବାବେଳେ ଭିଡ଼ ନିୟନ୍ତ୍ରଣରେ ଏହା ସହାୟକ ହେବ ବୋଲି ଆଇଜି କହିଛନ୍ତି ।

{"id":882665,"sizeSlug":"full","linkDestination":"none"}

ସେହିପରି ଡିସେମ୍ବର ୨୩ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ନେଇ ଆଶଙ୍କା ଥିବାରୁ ଏହି ଏସି ସେଡ୍ ପାଥ୍ ୱେ ସାଧାରଣ ଭକ୍ତଙ୍କୁ ସୁବିଧା ଯୋଗାଇବ । ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁଥିବା ସମୟରେ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ଭକ୍ତମାନେ ଏହି ଏସି ସେଡ୍ ପାଥ୍ ୱେରେ ବିଶ୍ରାମ ନେଇପାରିବେ । ୮୪ ମିଟର ଲମ୍ବା ଓ ୧୨ ମିଟର ଚଉଡ଼ା ବିଶିଷ୍ଟ ଏହି ଏସି ସେଡ୍ ପାଥ୍ ୱେରେ ୧୨ ଟି ଧାଡ଼ି ରହିବା ସହ ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ ।

{"id":882666,"sizeSlug":"full","linkDestination":"none"}

ତେବେ ଡିସେମ୍ବର ୨୩ରୁ ୩୦ ଏବଂ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ବୁଧବାର ଅପରାହ୍ନରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ପୁରୀ ଆସି ଭକ୍ତଙ୍କ ଦର୍ଶନ, ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି । ଆଇଜିଙ୍କ ସହ ପୁରୀ ଏସପି ଡଃ କନୱର ବିଶାଳ ସିଂ, ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

You Can Read :

wp:embed {"url":"https://www.prameyanews7.com/miscreants-allegedly-looted-cash-and-gold-ornaments-in-mayurbhanj/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-allegedly-looted-cash-and-gold-ornaments-in-mayurbhanj/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.