ବଡ଼ଚଣା ବିଜେଡିର ଇଫତାର ପାର୍ଟି, ଶୁଭେଚ୍ଛା ଜଣାଇଲେ ବିଧାୟକ

Published By : Prameya-News7 Bureau | April 21, 2023 IST

ଚଣ୍ଡୀଖୋଲ ୨୧/୦୪: ପବିତ୍ର ରମଜାନ ମାସ ଅବସରରେ ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡି ପକ୍ଷରୁ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି। ଏହି ପାର୍ଟିରେ ଶତାଧିକ ସଂଖ୍ୟାଲଘୁ ଭାଇମାନଙ୍କ ଗହଣରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସାମିଲ ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏଥିସହ ବଡ଼ଚଣା ଅଂଚଳରେ ଥିବା ଭାଇଚାରାକୁ ସବୁ ଦିନ ପାଇଁ ବଜାୟ ରଖିବାକୁ ବିଧାୟିକା ଶ୍ରୀ ଶତପଥୀ ଆହ୍ୱାନ ଦେଇଥିଲେ। ସନ୍ଧ୍ୟାରେ ରୋଜା ଭଙ୍ଗ ପରେ ମୁସଲମାନ ଭାଇ ମାନଙ୍କୁ ବିଧାୟକ ଫଳମୂଳ ଖୁଆଇବା ସହ ନିଜେ ଖାଦ୍ୟ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଡ଼ଚଣା ବିଜେଡିର କର୍ମକର୍ତ୍ତାଙ୍କ ସହ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମକର୍ତ୍ତା ଓ ବହୁ ମୁରବୀ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.