ଏକ କେଜି ଗହମର ମୂଲ୍ୟ ୧.୬ ଟଙ୍କା, ଅଧିକାରୀ ସେୟାର କଲେ ୩୬ ବର୍ଷ ପୂର୍ବର ପୁରୁଣା ବିଲ୍
5/01/2023 at 10:45 PM

ନୂଆଦିଲ୍ଲୀ: ନୂଆବର୍ଷ ଆସି ସାରିଛି, ନୂଆବର୍ଷରେ ନୂଆ ଦୁନିଆ ବିଷୟରେ ଆଲୋଚନା କରାଯାଉଛି । କିନ୍ତୁ ଆଜି ବି ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟି ରଖିଛନ୍ତି । ଆଜିର ସମୟରେ ପୁରୁଣା ଦିନର ସ୍ମୃତିକୁ ସତେଜ କରୁଛନ୍ତି । ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାର ଲାଗିଛି, ଯାହାକୁ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହେଉଛନ୍ତି । ଆଜିର ମହଙ୍ଗା ଦୁନିଆର ଲୋକେ ଚକିତ ହୋଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟରେ ୧୯୮୭ ମସିହାରେ ଗୋଟିଏ କେଜି ଗହମର ମୂଲ୍ୟ ବିଷୟରେ ସୂଚନା ଦିଆଯାଇଛି । ଆପଣ ମଧ୍ୟ ଗହମର ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ।
ଇଣ୍ଡିଆନ୍ ଫରେଷ୍ଟ ସର୍ଭିସର ଅଧିକାରୀ ପ୍ରବୀନ କାସୱାନ ଗୋଟିଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ଗୋଟିଏ କେଜି ଗହମର ମୂଲ୍ୟ ୧.୬ ଟଙ୍କା ଥିବା ଦେଖିବାକୁ ମିଳୁଛି । ୧୯୮୭ ମସିହାର ଗୋଟିଏ ବିଲକୁ ସେ ସେୟାର କରିଛନ୍ତି । ଏହି ଫଟୋ ସହ ସେ ଲେଖିଛନ୍ତି ଯେ ଗହମ ତାଙ୍କ ଜେଜେବାପାଙ୍କ ଦ୍ୱାରା ଭାରତୀୟ ଖାଦ୍ୟ ନିଗମକୁ ବିକ୍ରି କରାଯାଇଥିଲା ।
Time when wheat used to be at 1.6 rupees per kg. The wheat crop my grandfather sold in 1987 to Food Corporation of India. pic.twitter.com/kArySiSTj4
— Parveen Kaswan, IFS (@ParveenKaswan) January 2, 2023
ବନ ଅଧିକାରୀଙ୍କ ଏହି ପୋଷ୍ଟ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମନାକୁ ଆସିଛି । ଜଣେ ୟୁଜର ଲେଖିଛନ୍ତି ଯେ ଏହି ପୋଷ୍ଟ ସେୟାର କରିବା ପାଇଁ ଧନ୍ୟବାଦ । ଅନ୍ୟ କିଛି ଜଣ ଲେଖିଛନ୍ତି ଯେ ସେହି ସମୟରେ ଏତିକି ଟଙ୍କା ମଧ୍ୟ ଲୋକଙ୍କ ପାଖରେ ନଥିଲା ।