କରୋନା ସଂକ୍ରମଣ ଯୋଗୁ ସାରା ବିଶ୍ୱ ଏବେ ଅବରୋଧଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଭୂତାଣୁ ସଂକ୍ରମଣ ରୋକିବାକୁ ବିଭିନ୍ନ କମ୍ପାନୀ ସେମାନଙ୍କ କାର୍ଯ୍ୟାଳୟ ବନ୍ଦ କରିଥିବା ବେଳେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଘରେ କାମ କରିବାରେ ଇଣ୍ଟରନେଟ୍ର ସ୍ପିଡ ଏବେ ଅନେକଙ୍କ ଲାଗି ସମସ୍ୟାର କାରଣ ପାଲଟିଛି। ଯଦି ଆପଣବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ନିମ୍ନରେ ପ୍ରଦତ୍ତ ଟିପସ୍ ଆପଣଙ୍କ କାମରେ ଆସିପାରେ।
{"id":241120,"width":575,"height":411,"sizeSlug":"large"}ରାଉଟରକୁ ଠିକ୍ ଜାଗାରେ ସ୍ଥାପନ କରନ୍ତୁ
ଇଣ୍ଟରନେଟ୍ ଲାଗି ରାଉଟରର ସଠିକ ସ୍ଥାପନା ଜରୁରି। ଏହାକୁ ଘରର ମଝାମଝି ସ୍ଥାନରେ ରଖନ୍ତୁ ନଚେତ୍ ଆପଣଙ୍କ ୱାର୍କ ଷ୍ଟେସନ ଆଖପାଖରେ ସ୍ଥାପନା କରନ୍ତୁ। କୌଣସି ଇଲେକ୍ଟ୍ରିକ ଅଥବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିକଟରେ ରଖନ୍ତୁ ନାହିଁ। ଏହା ଦ୍ୱାରା ସିଗନାଲ ଷ୍ଟ୍ରେନଥ୍ ହ୍ରାସ ହୋଇପାରେ। ଯଦି ରାଉଟରର ଆଣ୍ଟିନା ଥାଏ ଏହାକୁ ସିଧା ଉପରକୁ କରି ରଖନ୍ତୁ।
ଯଦି ଇନବୁଇଲ୍ଟ ଆଣ୍ଟିନା ଥାଏ ତେବେ ଆପଣ ଏକ୍ସଟର୍ଣ୍ଣାଲ ଅଣ୍ଟିନା ବି ଯୋଡି ପାରନ୍ତି। ଯଦି ଏହା ଓମ୍ନି ଡାଇରେକ୍ସନାଲ ଆଣ୍ଟିନା ତେବେ ଖୁବ୍ ଭଲ। ସେହିପରି ଯଦି ୱାଇ-ଫାଇ ବ୍ୟବହାର କରୁଥାନ୍ତି ତେବେ ଏକ୍ସଟେଣ୍ଡର ବ୍ୟବହାର କରନ୍ତୁ। ଏହା ରାଉଟରର ସିଗ୍ନାଲ କ୍ୟାଚ୍ କରି ବେଶ୍ ଦୂର ପର୍ଯ୍ୟନ୍ତ ପଠେଇପାରେ। ତେବେ ଏକ୍ସଟେଣ୍ଡରର ଆଇପି ଆଡ୍ରେସ୍ ଭିନ୍ନ ଥାଏ, ଏଣୁ ଏହାକୁ ରାଉଟରର ନିକଟରେ ହିଁ ରଖନ୍ତୁ। ଯଦି ୱାଇ-ଫାଇର ସିଗ୍ନାଲ ହ୍ରାସ ହେଉଥାଏ ତେବେ ରାଉଟରକୁ ରିବ୍ୟୁଟ କରାନ୍ତୁ। ଯଦି ଆପଣ ଇଣ୍ଟରନେଟ୍ ସ୍ପିଡ ଚାହୁଁଥାନ୍ତି ତେବେ ଆପଣଙ୍କ ୱାଇ-ଫାଇରେ କାହାରିକୁ ସେୟାର କରନ୍ତୁନି। ପ୍ରତି ୬ ମାସରେ ଆପଣଙ୍କ ପାଶୱାର୍ଡ ପରିବର୍ତ୍ତନ କରନ୍ତୁ।