ସମସ୍ତେ ଜାଣିଛନ୍ତି ଯେ ଶନିବାର ଦିନ ଆମେ ଶନି ଦେବତାଙ୍କୁ ପୂଜା କରିଥାଉ। ପ୍ରତ୍ୟେକ ବ୍ୟକ୍ତି ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। ଫଳରେ ଜୀବନରେ ଚାଲିଥିବା ସମସ୍ତ ସମସ୍ୟାର ଅନ୍ତ ଘଟିଥାଏ। ଆଜି ଆମେ ଜାଣିବା ଏପରି କେତେକ ଉପାୟ ବିଷୟରେ
୧.ଶନିବାରଦିନ କଳା ରାଶି, ଅଟା, ଚିନି ଆଦି ୩ଟି ଜିନିଷକୁ ମିଶାଇ ପିମ୍ପୁଡ଼ି ଉପରେ ଢାଳିବା ଦ୍ବାରା ଶନି ଦୋଷର ପ୍ରଭାବକୁ କମ୍ କରାଯାଇପାରିବ।
୨.ଶନିବାର ଦିନ କଳା ଘୋଡ଼ାନାଲରୁ ପ୍ରସ୍ତୁତ ହୋଇଥିବା ମୁଦି ସନ୍ଧ୍ୟା ସମୟରେ ମଧ୍ୟମା ଆଙ୍ଗୁଠିରେ ପିନ୍ଧିବା ଦ୍ବାରା ଶନି ଦେବତାଙ୍କ କୁଦୃଷ୍ଟିକୁ ରୋକାଯାଇପାରିବ।
୩.ଶନିବାର ଦିନ ଶନି ଦେବତାଙ୍କ ନାମ ଜପ କରିବା ଦ୍ବାରା ଶନି ଦୋଷରୁ ମୁକ୍ତି ମିଳିଥାଏ। ଏପରି କରିବା ଦ୍ବାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।
୪. ଶନିବାର ଦିନ କଳା ରାଶି,କଳା ଲୁଗା,କମ୍ବଳ,ଲୁହାର ବାସନ,ହରଡ଼ ଡାଲି ଦାନ କରିବା ଦ୍ବାରା ଶନିଦେବତା ପ୍ରସନ୍ନ ହୋଇଥାନ୍ତି।
୫.ଶନିବାର ଦିନ ହନୁମାନ ଚାଳିଶା ପଠନ କିମ୍ବା ହନୁମାନଙ୍କ ପୂଜା କଲେ ଶନିଦୋଷରୁ ମୁକ୍ତି ମିଳିଥାଏ।