ବ୍ରହ୍ମପୁର ୧୫।୦୪: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା । ଗଞ୍ଜାମ ଜିଲ୍ଲାରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟର ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଦୟାକରି ର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ । ମାସ୍କ ବ୍ୟବହାର ବାଧ୍ୟତାମୂଳକ । କିଛି ଦିନ ତଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ ଗଂଜାମ ଜିଲ୍ଲାପାଳ ।
{"id":254367,"sizeSlug":"large"}ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି?...