ଇଣ୍ଟରନେଟ୍ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍ ଭୋଗିବାକୁ ପଡିବ ଜେଲ୍

Published By : Prameya-News7 Bureau | June 09, 2019 IST

ଭାରତୀୟ ଦୂରସଞ୍ଚାର ବଜାରରେ ରିଲାଏନ୍ସ ଜିଓ ପ୍ରବେଶ କରିବା ପରେ ଭାରତ ଇଣ୍ଟରନେଟ୍ ବ୍ୟବହାର କରିବାରେ ଦୁନିଆରେ ଶୀର୍ଷରେ ରହିଛି । ଭାରତରେ ଇଣ୍ଟରନେଟ୍ ର ବହୁଳ ବ୍ୟବହାର ଫଳରେ ଅନେକ ପରିବର୍ତ୍ତନ ଆସିଛି । ଇଣ୍ଟରନେଟ୍ ବ୍ୟବହାର ଯୋଗୁଁ ଅଧିକ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳୁଥିବାବେଳେ କିଛି ନକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଶସ୍ତା ଇଣ୍ଟରନେଟ୍ ଯୋଗୁଁ ଭାରତରେ ପାୟରେସି ଏବଂ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଭଳି ଘଟଣା ଅଧିକ ବଢି ବଢି ଚାଲିଛି । ଏବେ ଏହି ମାମଲା ଗୁଡିକୁ ଅକ୍ତିଆରକୁ ଆଣିବା ପାଇଁ ଭାରତ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ଏଭଳି କରୁଥିବା ବ୍ୟକ୍ତିଙ୍କୁ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । ତେବେ ଇଣ୍ଟରନେଟ୍ ରେ ଏହିସବୁ କାର୍ଯ୍ୟ ଇଣ୍ଟରନେଟ୍ ଜରିଆରେ ସର୍ଚ୍ଚ କରନ୍ତୁନାହିଁ ।

ଚାଇଲ୍ଡ ପର୍ଣ୍ଣୋଗ୍ରାଫି :

ଯଦି ଆପଣ ଇଣ୍ଟରନେଟ୍ ରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସମ୍ବନ୍ଧୀୟ କିଛି ଦେଖୁଥାନ୍ତି, ସେୟାର କରୁଥାନ୍ତି ଅଥବା ଡାଉନଲୋଡ୍ କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏଭଳି କରୁଥିବାବେଳେ ଯଦି ଆପଣ ଧରାପଡୁଛନ୍ତି ତେବେ ଆପଣଙ୍କୁ ଜେଲ୍ ହୋଇପାରେ । କାରଣ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଭାରତରେ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଏମିତିରେ ଆପଣ ଏସବୁରୁ ଦୂରେଇ ରହିବା ଉଚିତ୍ ନଚେତ୍ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ । ଜେଲ୍ ଦଣ୍ଡ ସହ ଆପଣଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡିପାରେ ।

ଆତଙ୍କବାଦ ଏବଂ ପାୟରେସି :

ଯଦି ଆପଣ ଇଣ୍ଟରନେଟ୍ ରେ ଆତଙ୍କବାଦ ସହ ଜଡିତ ଗତିବିଧି ଉପରେ ସର୍ଚ୍ଚ କରୁଛନ୍ତି ଆଉ ଆପଣଙ୍କ ଉପରେ ସନ୍ଦେହ ହୁଏ ତେବେ ସାଇବର ଏଜେନ୍ସୀ ଆପଣଙ୍କୁ ଗିରଫ କରିପାରନ୍ତି ।  ଏହାସହ ଯଦି ଆପଣ ଚୋରାରେ ଫିଲ୍ମ ଡାଉନଲୋଡ୍, ଅପଲୋଡ୍ ଅଥବା ସେୟାର କରୁଥିବାବେଳେ ଧରାପଡନ୍ତି ତେବେ ମଧ୍ୟ ଆପଣଙ୍କୁ ଜୋରିମାନା ଦେବାକୁ ପଡିବ । ଏହାସହ ଜେଲ୍ ମଧ୍ୟ ହୋଇପାରେ । କାରଣ ପାୟରସି ଫଳରେ ଫିଲ୍ମ ନିର୍ମାତାମାନଙ୍କୁ କ୍ଷତି ସହିବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.