ବିଡି,ସିଗାରେଟ୍ ଆଦି ଉପରେ ସେସ୍ ଲଗାଇଲେ ମିଳିବ ୪୯,୭୪୦ କୋଟି ଟଙ୍କା: ତମାଖୁ ଉପରେ ଉପକର ଲାଗି ଜିଏସଟି ପରିଷଦକୁ ଅର୍ଥ ବିଶେଷଜ୍ଞଙ୍କ ପ୍ରସ୍ତାବ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫।୦୮: ଡାକ୍ତର ଓ ଅର୍ଥଶାସ୍ତ୍ରୀଙ୍କ ସହିତ ସାର୍ବଜନୀନ ସ୍ଵାସ୍ଥ୍ୟ ସଂଗଠନ ଜିଏସଟି ପରିଷଦକୁ ସମସ୍ତ ତମାଖୁ ଉତ୍ପାଦନ ଉପରେ କମ୍ପେନସେସନ ଉପକର ବଢାଇବାକୁ ଅନୁରୋଧ କରିଛନ୍ତି। ଏହାରି ଜରିଆରେ ରାଜସ୍ଵରେ ଅତିରିକ୍ତ କର ଭାବେ ୪୯,୭୪୦ ଟଙ୍କା ସଂଗ୍ରହ ହୋଇ ପାରିବ।

ଏହି  ବୃଦ୍ଧି ଫଳରେ ମହାମାରୀ ସମୟରେ ରାଜସ୍ଵରୁ ଅଲଗା ଅଲଗା ରାଜ୍ୟ ଦ୍ଵାରା କ୍ଷତିପୂରରଣର ଆବଶ୍ୟକତାକୁ ପୂରଣ କରିବାରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦିଆଯାଇ ପାରିବ। ଏଥିସହ କେନ୍ଦ୍ର ଦ୍ଵାରା ରାଜ୍ୟକୁ ଦେବାକୁ ଥିବା ବକେୟା ମଧ୍ୟ ବିତରଣ କରାଯାଇ ପାରିବ।

ଏହି ସବୁ ସଂଗଠନ ଜିଏସଟି ପରିଷଦକୁ ଅପିଲ୍ କରିଛନ୍ତି ଯେ ବିଡି ଉପରେ କ୍ଷତିପୂରଣ ଉପକର ଲାଗୁ କରାଯାଉ ଏବଂ ପରିଷଦର ଆଗାମୀ ବୈଠକରେ ସିଗାରେଟ୍ ଓ ଧୂଆଁ ସହିତ ତମ୍ବାଖୁ ଉତ୍ପାଦନ ଉପରେ ବର୍ତ୍ତମାନ ଲାଗୁ ହୋଇଥିବା କ୍ଷତିପୂର୍ତ୍ତି ଉପକରକୁ ମଧ୍ୟ ବୃଦ୍ଧି କରାଯାଉ।

କୋଭିଡ୍-୧୯ ମହାମାରୀ  ବିଶ୍ଵ ସହିତ  ଭାରତର ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଅର୍ଥନୀତି ଓ ସ୍ଵାସ୍ଥ୍ୟ ନୀତି ବିଶେଷଜ୍ଞ ରିଜୋ ଜନ କହିଛନ୍ତି। ସେ କହିଛନ୍ତି ମହାମାରୀ କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ଦ୍ଵାରା ଜିଏସଟି ରାଜସ୍ଵ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର ପରିଣାମସ୍ଵରୂପ କେନ୍ଦ୍ର ଜିଏସଟି ଆଧାରରେ ଗ୍ୟାରେଣ୍ଟି ଭାବେ ବିଭିନ୍ନ ରାଜ୍ୟକୁ କ୍ଷତିପୂରଣ ଉପକର ବିତରଣ କରିପାରିନାହିଁ।

କରୋନା ଯୋଗୁଁ ଉତ୍ପନ ଏହି ଆର୍ଥିକ ସଙ୍କଟରୁ  ବାହାରିବା ପାଇଁ ଅଦ୍ଭୁତପୂର୍ଣ୍ଣ ଆର୍ଥିକ ସମ୍ବଳର ଆବଶ୍ୟକତା ରହିଛି ବୋଲି ରିଜୋ ଜନ କହିଛନ୍ତି। ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ଟିକସ ଲଗାଇବା ପରିବର୍ତ୍ତେ ଏକ ବ୍ୟବହାର୍ଯ୍ୟ ନୀତି କିମ୍ବା ବିକଳ୍ପ ଆପଣେଇବା ସାଂପ୍ରତିକ ପରିସ୍ଥିତିରେ ମୁସ୍କିଲ ହୋଇ ପଡିଛି। କାରଣ ଏବେ ଆୟର ଉତ୍ସ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ତେଣୁ ତମାଖୁ ଉପରେ ଉପକର ବୃଦ୍ଧି କରିବା ଏକ  ଉପାୟ ହୋଇପାରେ କାରଣ ଏହା ସରକାରଙ୍କ ପାଇଁ ପର୍ଯ୍ୟାପ୍ତ ରାଜସ୍ଵ ସଂଗ୍ରହ ଦିଗରେ ମୁଖ୍ୟ ଭୂମିକା ନିଭାଇପାରେ ବୋଲି ଜନ କହିଛନ୍ତି। ସେ କହିଛନ୍ତି ବିଡି, ସିଗାରେଟ୍ ଓ ଧୂଆଁ ସମ୍ବନ୍ଧିତ ତମାଖୁ ଉତ୍ପାଦନ ଉପରେ ଉପକର ବୃଦ୍ଧି ଦ୍ଵାରା ୧ କୋଟିର  ଅତିରିକ୍ତ ରାଜସ୍ଵ ସୃଷ୍ଟି ହୋଇ ପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.