ଯଦି ଶୁଭଫଳ, ମାନସିକ ଶାନ୍ତି, ପରିବାର ଭିତରେ ସୌହାର୍ଦ୍ଦ୍ୟ ବଜାଇ ରଖିବାକୁ ଚାହୁଁଛନ୍ତି …ତା ହେଲେ ଘର ଦୁଆର ପାଖାପାଖିରେ ରଖନ୍ତୁ ଏହି ସବୁ ଜିନିଷ
26/01/2019 at 6:24 PM

ମଣିଷ ଚାହେଁ ଟିକେ ସୁଖଶାନ୍ତିରେ ବଂଚିବାକୁ । କେହି କଣ କାହା ଜୀବନରେ ଅଶାନ୍ତି ଭୋଗିବାକୁ ଚାହିଁଥାଏ କି ?
ମଣିଷ ଶାନ୍ତି ଟିକେ ପାଇଁ କେତେ ଦେବାଦେବୀଙ୍କୁ ପୂଜା କରିବା ସହ ମାନସିକ, ଗ୍ରହଶାନ୍ତି ଏମିତି କେତେ କଣ କରିଥାଏ । କେବେ ନିର୍ଜଳା ଉପବାସ ତ କେବେ ହୋମଯଜ୍ଞ, ପୂଜାପାଠ ।

ସବୁରି ମୂଳରେ କେବଳ ମାନସିକ ଶାନ୍ତି ହିଁ କାମ୍ୟ ।
ଯଦି ମାନସିକ ଶାନ୍ତି, ପରିବାର ଭିତରେ ପରସ୍ପର ବୁଝାବଣା, ଧନଧାନ୍ୟ ବୃଦ୍ଧିପାଇଁ ଚାହୁଁଥାନ୍ତି … ତାହେଲେ ଦୁଆରବନ୍ଧ ପାଖରେ ରଖନ୍ତୁ ଏହି ସବୁ ଜିନିଷ ।

ଦୁଆର ସାମ୍ନାରେ ସଫାସୁତରା ରଖିବା ସହ ପରିଚ୍ଚନତା ବଜାଇ ରଖନ୍ତୁ, ଏହାଦ୍ଵାରା ସକରାତ୍ମକ ଶକ୍ତି ପ୍ରବେଶ କରିବ । ଯାହା ଆପଣଙ୍କୁ ମାନସିକ ଶାନ୍ତି ଦେବା ସହ ପରିବାର ଭିତରେ ଶାନ୍ତିର ବାତାବରଣ ରହିବ ।
ଦୁଆର ବନ୍ଧରେ ଶୁଭସୂଚକ ଚିହ୍ନ ଯଥା ସ୍ଵସ୍ତିକ,ଓଁ,ଶ୍ରୀଗଣେଷଙ୍କ ଫଟୋ, ଷ୍ଟିକର କିମ୍ବା ମୂର୍ତ୍ତି ରଖନ୍ତୁ । ଏହାଦ୍ଵାରା କୌଣସି ଖରାପଶକ୍ତି ଘରକୁ ପ୍ରବେଶ କରିବ ନାହିଁ ।

ମେନଗେଟରେ ଓ୍ଵିଇଣ୍ଡ ଚାଇମ୍ ଟାଙ୍ଗନ୍ତୁ । ଏହାଦ୍ଵାରା ଓ୍ଵିଇଣ୍ଡ ଚାଇମରୁ ବାହାରୁଥିବା ଧ୍ଵନି ଘରର ବାତାବରଣକୁ ଶାନ୍ତ ଆଣିଵା ସହ ନକରାତ୍ମକ ଶକ୍ତିକୁ ଦୂରେଇରଖିବ ।

ଘର ଦୁଆର ଆଗରେ ଚଉରାରେ ତୁଳସୀଗଛ ଲଗାନ୍ତୁ । ତୁଳସୀଗଛ ଦ୍ଵାରା ବିଭିନ୍ନ ବାହ୍ୟରୋଗ ପ୍ରତିରୋଧ ହେବା ସହ ପରିବେଶକୁ ନିର୍ମଳ ରଖିବ । ଘରର ମଧ୍ୟ ଶାନ୍ତି ବଜାଇ ରଖିବ ।