ଆପଣଙ୍କ ହାତରେ ଯଦି ଏହି ଚିହ୍ନ ଅଛି ତାହେଲେ ଆପଣ ବହୁତ ଭାଗ୍ୟବାନ, ଜୀବନ ସାରା ରହିବେ ସୁଖୀ

Published By : Prameya-News7 Bureau | November 03, 2018 IST

ଭୁବନେଶ୍ୱର ୩/୧୧ : କୁହାଯାଏ କର, କପାଳ ଓ କୋଷ୍ଠୀ ମଣିଷର ଭାଗ୍ୟ ଓ ଭବିଷ୍ୟତକୁ ନିୟନ୍ତ୍ରଣ କରେ । କର ଅର୍ଥାତ ମଣିଷ ପାପୁଲିରେ ଥିବା ରେଖା କହେ ମଣିଷର ଭାଗ୍ୟ । ମଣିଷ ହାତରେ ବିଭିନ୍ନ ରେଖା ରହିଛି | ଏହି ରେଖାଗୁଡିକ ମଧ୍ୟରୁ କିଛି ଶୁଭ ଫଳ ଦେଇଥାଏ ତ କିଛି ଅଶୁଭ ଫଳ ଦେଇଥାଏ | ହାତ ଦେଖି ଜ୍ୟୋତିଷମାନେ ଭବିଷ୍ୟତ ଗଣନା ମଧ୍ୟ କରିନ୍ତି | ତେବେ ବିଶ୍ୱାସ ରହିଛି ଯେ, ଯାହା ପାପୁଲିରେ ଏହି X ରେଖା ରହିଛି ସେମାନଙ୍କ ଜୀବନପଥକୁ ଗୋଟିଏ ଅଦୃଶ୍ୟ ଶକ୍ତି ସଦା ସର୍ବଦା ମାର୍ଗଦର୍ଶନ କରୁଥାଏ । ସବୁ ପ୍ରକାର ବାଧାବିଘ୍ନରୁ ରକ୍ଷା କରିଥାଏ । ସବୁ ଅସୁବିଧାରୁ ଦୂର କରିଥାଏ | ଏହି ରେଖାଟି ଜୀବନ ରେଖାର ଠିକ ସମାନ୍ତରାଳ ହୋଇ ରହିଥାଏ | ଏହି ରେଖା ଥିବା ବ୍ୟକ୍ତି ସାରା ଜୀବନ ଖୁସିରେ ରୁହନ୍ତି ଏବଂ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି | ସମସ୍ତ ପ୍ରକାର ଦୁଃଖ ଓ ବେଦନା ଏମାନଙ୍କଠାରୁ ଦୂରେଇ ରୁହନ୍ତି | ନିଜ ଜୀବନକୁ ଖୁବ ଆନନ୍ଦର ସହିତ ଉପଭୋଗ କରିଥାନ୍ତି | ତେବେ ଏହି ରେଖା ସମସ୍ତଙ୍କ ହାତରେ ନଥାଏ | କ୍ଵଚିତ ଲୋକଙ୍କ ହାତରେ ଏହି ରେଖା ଥାଏ | ତେବେ ଏହି ରେଖା ବାମ ହାତ ପାପୁଲିରେ ଠିକ ଜୀବନରେଖା ସହ ସମାନ୍ତରାଳଭାବେ ରହିଥାଏ । ବିଶ୍ୱାସ ରହିଛି ଯେ, ଆମ ସମସ୍ତଙ୍କ ଜୀବନରେ ଏମିତି ଗୋଟିଏ ଆଧ୍ୟାତ୍ମିକ ଶକ୍ତି ରହିଥାଏ ଯିଏକି ଆମକୁ ସବୁ ମୁହୂର୍ତ୍ତରେ ଜଗି ରହିଥାଏ | ଏହି ଶକ୍ତି ଆମକୁ ସମସ୍ତ ବାଧା ବିପତ୍ତିରୁ ରକ୍ଷା କରିଥାଏ | ଯେତେବେଳେ ଆମେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଇଥାଉ କିମ୍ବା କୌଣସି ବଡ ସମସ୍ୟାର ସମ୍ମୁଖୀନ ହୋଇଥାଉ ସେତେବେଳେ ଏହି ଆଧ୍ୟାତ୍ମିକ ଶକ୍ତି ଆମକୁ ରକ୍ଷା କରିବାରେ ନିଜର ସମସ୍ତ ସାମର୍ଥ୍ୟ ଲଗେଇଦେଇଥାଏ | କିଛି ଲୋକ ଯୁକ୍ତି କରିଥାନ୍ତି ଯେ, ସେମାନେ ଭଗବାନଙ୍କୁ ଦେଖିଛନ୍ତି ବା ଏହି ଆଧ୍ୟାତ୍ମିକ ଶକ୍ତିକୁ ଅନୁଭବ କରିପାରନ୍ତି | ତେବେ ରିପୋର୍ଟ ଅନୁସାରେ, ମୃତ୍ୟୁ ପାଖେଇ ଆସିଲାବେଳେ ସମସ୍ତେ ଏଭଳି ଏକ ଶକ୍ତି ଅନୁଭବ କରିଥାନ୍ତି |  ସେମାନଙ୍କ କହିବାନୁସାରେ କୌଣସି ଏକ ଅଲୌକିକ ଶକ୍ତି ଆସି ତାଙ୍କୁ ଏଭଳି ସମସ୍ୟାରୁ ରକ୍ଷାକରେ | ମଣିଷ ଜୀବନରେ ଏହି ହସ୍ତରେଖାର ଅନେକ ମହତ୍ୱ ରହିଛି | ଏହି ସବୁ ରେଖା ଉପରେ ପାଠପଢା, କ୍ୟାରିଅର, ବୈବାହିକ ଜୀବନ, ପାରିପାରିବ ଜୀବନ ବିବାହ , ଜନ୍ମ- ମୃତ୍ୟୁ ଏସବୁ ନିର୍ଭର କରେ | ହସ୍ତରେଖା ଶାସ୍ତ୍ରର ଆରମ୍ଭ ଭାରତରୁ ହୋଇଥିଲା ବୋଲି ବିଶ୍ୱାସ ରହିଛି | ଆଲେକଜେଣ୍ଡାରଙ୍କ ହାତରେ ଏହି ଚିହ୍ନ ରହିଥିଲା | ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ହାତରେ ମଧ୍ୟ ଏହି ରେଖା ରହିଛି | ଏହି X ରେଖା ଥିବା ବ୍ୟକ୍ତିମାନେ ନିଜ ଆଡକୁ ଆସୁଥିବା କୌଣସି ଅସୁବିଧା ବା ଅଘଟଣକୁ ଜାଣିପାରିଥାନ୍ତି |  ଦୁନିଆରେ ମାତ୍ର ୩ ପ୍ରତିଶତ ଲୋକଙ୍କ ହାତରେ ଏହି X ରେଖା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.