Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯଦି ଆପଣଙ୍କ ହାତ ପାପୁଲିରେ ଇଂରାଜୀ ବର୍ଣ୍ଣମାଳାର ଏମ୍(M) ଅକ୍ଷର ଭଳି ରେଖା ରହିଛି ତାହେଲେ ଆପଣଙ୍କ ସହ ଘଟିପାରେ ଏହି ସବୁ ଘଟଣା

19/09/2018 at 3:04 PM

କୁହାଯାଏ କର, କୋଷ୍ଠି ଆଉ କପାଳରେ ମଣିଷର ଭାଗ୍ୟ ଓ ଭବିଷ୍ୟତ ଲେଖାଥାଏ। ନିଜର ଭବିଷ୍ୟତ ଜାଣିବାପାଇଁ ଇଛ୍ଛୁ୍କ ଥିବା ଲୋକଙ୍କୁ କର ବା ହସ୍ତରେଖା ବିଦ୍ୟା ସବୁବେଳେ ଆକର୍ଷିତ କରିଥାଏ । ଆଜିକାଲି ସୋଶିଆଲ ମିଡିଆରେ ଇଂରେଜୀ ବର୍ଣ୍ଣମାଳାର ଏମ୍ (M) ଅକ୍ଷର ଏବଂ ବ୍ୟକ୍ତିର ଭବିଷ୍ୟତ ନେଇ ପ୍ରବଳ ଚର୍ଚ୍ଚା ଚାଲିଛି । ତେବେ କ’ଣ ପାଇଁ ଏ ଚର୍ଚ୍ଚା ? ଆସନ୍ତୁ ଜାଣିବା

ଯଦି ଆପଣଙ୍କ ହାତ ପାପୁଲିରେ ଏମ୍ ଇଂରେଜୀ ଆକ୍ଷର ଆକୃତିର ରେଖା ଅଛି ତେବେ ଆପଣ ସ୍ବତନ୍ତ୍ର,ଭାଗ୍ୟଶାଳୀ ଏବଂ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ବୋଲି ହସ୍ତରେଖା ବିଜ୍ଞାନ ବା ପାମିଷ୍ଟ୍ରିରେ କୁହାଯାଇଛି ।
ହାତ ପାପୁଲିରେ ଏମ୍ (M) ଅକ୍ଷର ଭଳି ରେଖା ଥିବା ଲୋକମାନଙ୍କ ପାଖରେ ନେତୃତ୍ବ ନେବାର ଦକ୍ଷତା ଥାଏ । ଫଳରେ ସେମାନେ ସବୁବେଳେ ଆଗରେ ରହିଥାନ୍ତି। ରାଜନୀତିଠାରୁ ସାଧାରଣ କ୍ଷେତ୍ର ପର୍ଯ୍ୟନ୍ତ ସେମାନେ ସର୍ବୋଚ୍ଚ ପଦବୀରେ ରହନ୍ତି। ସଫଳତା ତାଙ୍କ ହାତ ମୁଠାରେ ଥାଏ। ସେମାନେ ଦୃଢ଼ ଆତ୍ମଜ୍ଞାନ ସମ୍ପନ୍ନ ହୋଇଥାନ୍ତି। ଏହି ବ୍ୟକ୍ତିମାନେ ଧୋକାବାଜ ହୋଇନଥାନ୍ତି । ବିଶେଷ କରି ମହିଳାଙ୍କୁ ତ ଜମା ଧୋକା ଦେଇନଥାନ୍ତି । ଫଳରେ ଏମାନେ ମହିଳାଙ୍କ ମଧ୍ୟରେ ବେଶ ଆଦୃତ ହୋଇଥାନ୍ତି । ପ୍ରେମ ଜୀବନରେ ଏମାନେ ପୁରା ପକ୍କା ଥାଆନ୍ତି।
ଏମ୍(M) ଅକ୍ଷର ଆକୃତିର ହସ୍ତରେଖା ନେତୃତ୍ବ, ଜୀବନରେ ସୈାଭାଗ୍ୟ,ଧନ ସମ୍ପତ୍ତି,ଦୃଢ଼ ପ୍ରତ୍ୟାଶାର ସଙ୍କେତ ।
ପୁରାତନ ଯୁଗରେ ଅର୍ଥାତ୍ ହଜାର ହଜାର ବର୍ଷ ପୂର୍ବେ ହସ୍ତରେଖା ବିଦ୍ୟାକୁ ଗୁରୁତ୍ବ ଦିଆଯାଉଥିଲା। ଏହା ହିନ୍ଦୁ ଜ୍ୟୋତିଷଶାସ୍ତ୍ରରେ ପ୍ରଥମେ ଜନ୍ମ ନେଇଥିଲା। ଏହି ପ୍ରଥା ସମଗ୍ର ଏସିଆ ଏବଂ ୟୁରୋପରେ ବିସ୍ତୃତିଲାଭ କରିଥିଲା। ବର୍ତ୍ତମାନ ହସ୍ତରେଖା ବିଦ୍ୟା ବେଶ ଆଦୃତ ହୋଇଛି । ପ୍ରତ୍ୟକ ସମୟରେ ଏହାର ବ୍ୟବହାର ଦେଖିବାକୁ ମିଳିଛି।

   Related Posts