ପିଲାଙ୍କୁ ପକେଟମନି ଦେଉଛନ୍ତି କି ? ତାହେଲେ ସଂଚୟ କରିବା ଓ ଭଲକାମରେ ବି ଲଗାଇବାକୁ ଦିଅନ୍ତୁ ପରାମର୍ଶ

Published By : Prameya-News7 Bureau | January 22, 2019 IST

ପିଲାଙ୍କୁ ପକେଟମନି ଦେଉଛନ୍ତି କି  ? ତାହେଲେ ତାର ସଦୁପଯୋଗ କରିବାକୁ ବି ଦିଅନ୍ତୁ ପରାମର୍ଶ । ଯଦି ଆପଣ ପିଲାଙ୍କୁ ପକେଟମନି ଦେଉଛନ୍ତି ଓ ଗାଇଡ଼ କରୁନାହାଁନ୍ତି ତାହେଲେ ଆପଣ ବି ଭୁଲ କରୁଛନ୍ତି ବୋଲି ମାନିବାକୁ ପଡ଼ିବ ।

{"id":77062,"width":576,"height":325}

ଗାର୍ଡ଼ିଆନ ହିସାବରେ ପିଲାଙ୍କୁ ପକେଟମନି ଦେବାର କିଛି ଅସୁବିଧା ନାହିଁ କିନ୍ତୁ ତାହାର ତଦାରଖ ବି କରିବା ଦରକାର । କାହିଁକିନା ପକେଟମନି ଯଦି ଅଧିକ ପରିମାଣରେ ଆପଣଙ୍କ ପିଲା ଆପଣଙ୍କ ଠାରୁ ନେଉଛନ୍ତି, ତାହେଲେ କୁସଙ୍ଗରେ ପଡ଼ି ବଦଖର୍ଚ କରିବା ସହ ନିଶାପାଣିରେ ପଡ଼ିଯିବା କିଛି ଆଶ୍ଚର୍ଯ୍ୟ ନୁହେଁ ।

{"id":77063,"width":587,"height":368}

ପକେଟମନି ଦେଉଥିଲେ ପଚାରନ୍ତୁ କେମିତି ତାହାର ଉପଯୋଗ କରୁଛି । ଯଦି ସେ ଟିଫିନ ଖାଇବା କି ଚକୋଲେଟ ଖାଇବାର କିଛି ଖର୍ଚ୍ଚ କରୁଛି ତ ଠିକ ଅଛି, ତାହା ନକରି ଯଦି ଅନ୍ୟ କୌଣସି କାମରେ ଖର୍ଚ୍ଚ କରୁଛି ତା ହେଲେ ବ୍ରେକ କରନ୍ତୁ ।

ପିଲା ଅଧିକ ପକେଟମନି ପାଇଁ ଡ଼ିମାଣ୍ଡ କରୁଥିଲେ ନିଜର ତଥା ପରିବାରର ରୋଗାର ଦେଖି ଦେବା ଦରକାର । ଆପଣ ପିଲାକୁ ଯଦି ମାଗୁଥିବା ପକେଟମନି ଦେଉଛନ୍ତି, କିଛିଦିନ ପରେ ଜିଦଖୋର ମଧ୍ୟ ହୋଇଯିବ । ଦିନକୁଦିନ ଅଧିକ ଡ଼ିମାଣ୍ଡ କରିବ ।

{"id":77064}

ଆପଣ ଯଦି ପିଲାଙ୍କୁ ପକେଟମନି ଦେଉଛନ୍ତି, ତାହେଲେ ପଇସା ରୋଗାର କରିବାର ଗୁରୁତ୍ଵ ବି ବୁଝାନ୍ତୁ । ପିଲାଟି ଯେହେତୁ ପଇସା ରୋଜଗାର କରିବାର କଷ୍ଟ ଜାଣିନାହିଁ, ସେ ଖର୍ଚ୍ଚ କଲାବେଳେ ମନଇଚ୍ଚା ଖର୍ଚ୍ଚ କରିବ ।

ସଂଚୟ କରିବାର କଳା ଶିଖାନ୍ତୁ । ପକେଟମନି ସଂଚୟ କରି ନିଜର ପାଠ ପଢ଼ିବା ସରଂଜାମ କିଣିବାକୁ କୁହନ୍ତୁ ।

ମନଇଚ୍ଚା ଭାବରେ ପକେଟମନି ଦିଅନ୍ତୁ ନାହିଁ । ମାସିକ, ପାକ୍ଷିକ, କିମ୍ବା ସାପ୍ତାହିକ ଭାବରେ ଦିଅନ୍ତୁ, ଯାହାଫଳରେ ସେ ପକେଟମନି ବ୍ୟବହାର କରିବାର କୌଶଳ ଶିଖିପାରିବ । ଯଦି ଆପଣ ଯେତେବେଳେ ମାଗୁଥିବ ଦେଇଦେବେ, ତା ହେଲେ ମନଇଚ୍ଚା ଖର୍ଚ୍ଚ କରିବାକୁ ମୌକା ପାଇଯିବ ।

{"id":77065,"width":584,"height":328}

ପିଲାଙ୍କୁ ଖୁମ୍ଫିରେ ସଂଚୟ କରିବାର କୌଶଳ କରନ୍ତୁ । ସଂଚୟ ଶିଖିଲେ ଖର୍ଚ୍ଚ କରିବାକୁ ମଧ୍ୟ ମ୍ୟାନେଜ କରିବାକୁ ଶିଖିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.