ଭାରତ ଭଳି ଦେଶରେ ଘରେ ଘରେ ଦୁଇଟି ପିନ୍ ଥିବା ବିଦ୍ୟୁତ ଉପକରଣ ଅଧିକ ବ୍ୟବହାର କରାଯାଇଥାଏ। ମୌସୁମୀ ପାଗରେ ପବନରେ ଆର୍ଦ୍ରତା ଥିବା ଯୋଗୁଁ ବିଦ୍ୟୁତ ଆଘାତ ଲାଗିବାର ଆଶଙ୍କା ଅଧିକ ରହିଥାଏ। ବିଦ୍ୟୁତ୍ ଆଘାତ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ। କିନ୍ତୁ ବିଦ୍ୟୁତ ଆଘାତ ଜନିତ ମୃତ୍ୟୁକୁ ଆମେ ଚାହିଁଲେ ରୋକି ପାରିବା।
ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ବିଦ୍ୟୁତ ଆଘାତ ଲାଗିଥାଏ ତେବେ ତାଙ୍କ ପାଖରେ ଥିବା ବ୍ୟକ୍ତିଙ୍କ ମାନସିକ ସନ୍ତୁଳନ ମଧ୍ୟ ବିଗିଡ଼ିଯାଇଥାଏ। ଏପରି ପରିସ୍ଥିତିରେ ସର୍ବପ୍ରଥମେ ବିଦ୍ୟୁତର ମୁଖ୍ୟ ସ୍ରୋତକୁ ବନ୍ଦ କରିଦେବା ଉଚିତ୍।
ବିଦ୍ୟୁତ ଆଘାତ ଲାଗିଲେ ମୃତ୍ୟୁ ହୋଇଥାଏ । ତେବେ ପୀଡ଼ିତଙ୍କୁ କାର୍ଡ଼ିଓପ୍ଲମନରୀ ରିସସିଟେସନର ପ୍ରକ୍ରିୟାକୁ ୧୦ ଫର୍ମୁଲା ପ୍ରୟୋଗ କରି ୧୦ମିନିଟରେ ତାଙ୍କ ସଂଜ୍ଞା ଫେରାଇ ଦିଆଯାଇପାରିବ। ଏଥିରେ ପୀଡ଼ିତ ବା ପିଡୀତାଙ୍କ ହୃଦୟ ପ୍ରତି ମିନିଟକୁ ୧୦୦ଥର ଚାପ ପ୍ରୟୋଗ କରାଯାଇଥାଏ।
ଭାରତରେ ଅଧିକାଂଶ ମୃତ୍ୟୁ ଆର୍ଥିଙ୍ଗର ଅନୁଚିତ ପ୍ରୟୋଗ ଯୋଗୁଁ ହୋଇଥାଏ। ଭାରତରେ ଆର୍ଥିଙ୍ଗ ସ୍ଥାନୀୟ ସ୍ରୋତରୁ ପ୍ରାପ୍ତ କରାଯାଇଥାଏ କିମ୍ବା ଘରେ ଗଭୀର ଗାତ ଖୋଳି କରାଯାଇଥାଏ।
ଆର୍ଥିଙ୍ଗ୍ ବିଷୟରେ କେତେକ ଗୁରୁତ୍ବପୂର୍ଣ୍ଣ କଥା ହେଲା :
୧. ୩ଟି ପିନ୍ ଥିବା ସର୍କିଟର ଉପରେ ଥିବା ଛିଦ୍ରରେ ଲାଗିଥିବା ମୋଟା ତାର ଆର୍ଥିଙ୍ଗ ହୋଇଥାଏ।
୨. କୌଣସି ବିଦ୍ୟୁତ ସର୍କିଟରେ ସବୁଜ ତାର ଆର୍ଥିଙ୍ଗର,କଳା ତାର ନ୍ୟୁଟ୍ରଲ୍ ଏବଂ ଲାଲ ତାର ବିଦ୍ୟୁତ ଥିବା ତାରରେ ରହିଥାଏ।
୩. ସାଧାରଣତଃ ବିଦ୍ୟୁତ ଥିବା ତାରକୁ ଯେତେବେଳେ ନ୍ୟୁଟ୍ରଲ୍ ତାର ସହିତ ଯୋଡ଼ା ଯାଇଥାଏ ସେତେବେଳେ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ। ବିଦ୍ୟୁତ ତାରରେ ଆର୍ଥିଙ୍ଗ ହେଲେ ବିଦ୍ୟୁତ ପ୍ରବାହିତ ହୋଇଥାଏ। ଆର୍ଥିଙ୍ଗ ତାରକୁ ନ୍ୟୁଟ୍ରଲ୍ ସହ ଯୋଡ଼ାଗଲେ ବିଦ୍ୟୁତ ପ୍ରବାହିତ ହୋଇନଥାଏ।
୪. ସୁରକ୍ଷା ପାଇଁ ଆର୍ଥିଙ୍ଗ୍ କରାଯାଇଥାଏ ଯାହା ଲିକ୍ ହେଉଥିବା ବିଦ୍ୟୁତକୁ ବିନା କୌଣସି କ୍ଷତିରେ ଶରୀର ବଦଳରେ ମାଟି ତଳେ ପଠାଇଥାଏ।
୫. ପ୍ରତି ୬ମାସ ବ୍ୟବଧାନରେ ଆର୍ଥିଙ୍ଗ ଯାଞ୍ଚ କରିବା ଉଚିତ୍ କାରଣ ସମୟ ଏବଂ ପାଣିପାଗ ସହ ଏହା ଘର୍ଷଣ ହୋଇଥାଏ ବିଶେଷ କରି ଏହା ବର୍ଷା ଦିନରେ ହୋଇଥାଏ।
୬. ଟେଷ୍ଟ ଲ୍ୟାମ୍ପରୁ ମଧ୍ୟ ଆର୍ଥିଙ୍ଗର ଯାଞ୍ଚ ହୋଇପାରିବ। ବିଦ୍ୟୁତ ଏବଂ ଆର୍ଥିଙ୍ଗ ତାର ସହ ବଲ୍ବ ଜଳାଇ ଦେଖାଯାଇପାରିବ। ଯଦି ଏହି ଦୁଇ ତାରକୁ ଯୋଡ଼ିବା ଦ୍ବାରା ବଲ୍ବ ନ ଜଳିଲା ତାହେଲେ ଜାଣିବେ ଆର୍ଥିଙ୍ଗରେ ସମସ୍ୟା ରହିଛି।
୭. ଲୋକେ ସାଧାରଣତଃ ଆର୍ଥିଙ୍ଗକୁ ଗୁରୁତ୍ବ ଦିଅନ୍ତି ନାହିଁ ଏବଂ ଏହାକୁ ଭୁଲ ଭାବେ ପ୍ରୟୋଗ କରିଥାଆନ୍ତି।
୮. ବିଦ୍ୟୁତ ତାର ଏବଂ ଆର୍ଥିଙ୍ଗ ତାରକୁ ଅଧିକାଂଶ ଅସ୍ଥାୟୀ ଭାବେ ଏକାଠି ଯୋଡ଼ା ଯାଇଥାଏ, ଯାହା ବିପଦଜନକ ହୋଇପାରେ।
ବିଦ୍ୟୁତ ଆଘାତରୁ ବର୍ତ୍ତିବା ପାଇଁ ଆମକୁ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ
୧. ଘରେ ଆର୍ଥିଙ୍ଗର ଉଚିତ୍ ବ୍ୟବସ୍ଥା ହୋଇଛି କି ନାହିଁ ଧ୍ୟାନ ରଖନ୍ତୁ।
୨. ସବୁଜ ତାରକୁ ଭଲ ଭାବେ ଦେଖନ୍ତୁ,ଏହା ବିନା କେବେ ବିଦ୍ୟୁତ ଉପକରଣକୁ ବ୍ୟବହାର କରନ୍ତୁ ନାହିଁ ଖାସ୍ କରି ଯେତେବେଳେ ଏହା ପାଣି ସ୍ରୋତକୁ ସ୍ପର୍ଶ କରୁଥିବ। ପାଣି ବିଦ୍ୟୁତ ପ୍ରବାହର ଗତିକୁ ବଢ଼ାଇ ଦେଇଥାଏ,ଏଥିପାଇଁ ଆର୍ଦ୍ରତା ଥିବା ପରିବେଶରେ ସାବଧାନତା ଅବଲମ୍ବନ କରନ୍ତୁ।
୩. ଦୁଇଟି ପିନ୍ ଥିବା ଆର୍ଥିଙ୍ଗ ନ ହୋଇଥିବା ଉପକରଣର ପ୍ରୟୋଗ କରନ୍ତୁ ନାହିଁ।
୪. ତିନି ପିନ୍ ଥିବା ପ୍ଲଗ୍ ବ୍ୟବହାର କରିବାବେଳେ ଧ୍ୟାନ ରଖନ୍ତୁ ଯେ ୩ଟି ତାର ଯୋଡ଼ି ହୋଇଥିବା ଉଚିତ୍ ଏବଂ ପିନ୍ ଖରାପ ନ ହୋଇଥିବା ଆବଶ୍ୟକ।
୫. ତାରକୁ ସକେଟରେ ଲଗାଇବା ପାଇଁ ଦିଆସିଲି କାଠିର ବ୍ୟବହାର କରନ୍ତୁ ନାହିଁ।
୬. ବିଦ୍ୟୁତ ପ୍ରବାହ ବନ୍ଦ ନ କରିବା ଯାଏଁ କୌଣସି ତାରକୁ ଛୁଅଁନ୍ତୁ ନାହିଁ।
୭. ଆର୍ଥିଙ୍ଗ ତାରକୁ ନ୍ୟୁଟ୍ରାଲର ବିକଳ୍ପ ଭାବେ ବ୍ୟବହାର କରନ୍ତୁ ନାହିଁ।
୮. ସମସ୍ତ କନେକ୍ସନ ସ୍ଥାନରେ ବିଜୁଳି ଟେପ୍ ଲଗାନ୍ତୁ,ସେଲୋଟେପ୍ କିମ୍ବା ବ୍ୟାଣ୍ଡେଡ ଲଗାନ୍ତୁ ନାହିଁ।
୯. ଗିଜର ପାଣି ବ୍ୟବହାର କରିବା ପୂର୍ବରୁ ଗିଜର ବନ୍ଦ କରି ଦିଅନ୍ତୁ।
୧୦. ହିଟର ପ୍ଲେଟର ବ୍ୟବହାର ଖାଲି ତାରରେ କରନ୍ତୁ ନାହିଁ।
୧୧. ଘରେ ଶୁଖିଲା ରବର ଚପଲ ପିନ୍ଧନ୍ତୁ।
୧୨. ଘରେ ମିନି ସର୍କେଟ ବ୍ରେକର ଏବଂ ଆର୍ଥ ଲିକ୍ ସର୍କେଟ ବ୍ରେକର ବ୍ୟବହାର କରନ୍ତୁ।
୧୩. ମେଟାଲିକ୍ ବିଦ୍ୟୁତ୍ ଉପକରଣ ପାଣିକଳ ପାଖରେ ରଖନ୍ତୁ ନାହିଁ।
୧୪. ରବର ମ୍ୟାଟ ଏବଂ ରବର କୁଲର ଷ୍ଟାଣ୍ଡ ବିଦ୍ୟୁତ୍ ଉପକରଣ ପାଖରେ ରଖି ପାରିବେ।
୧୫. କେବଳ ସୁରକ୍ଷିତ ତାର ଏବଂ ଫ୍ୟୁଜ ବ୍ୟବହାର କରନ୍ତୁ।
୧୬. ଯେକୌଣସି ସାଧାରଣ ଟେଷ୍ଟର ଦ୍ବାରା କରେଣ୍ଟ ଲିକ୍ ହେବାର ଜଣା ପଡ଼ିଯିବ।
୧୭.ପ୍ରତ୍ୟେକ ବିଦ୍ୟୁତ ଉପକରଣ ସହ କୁହାଯାଇଥିବା ନିର୍ଦେଶକୁ ପଢ଼ନ୍ତୁ।
୧୮. ୟୁଏସରେ ବ୍ୟବହାର ହେଉଥିବା ୧୧୦ଭୋଲ୍ଟ ତୁଳନାରେ ଭାରତରେ ୨୨୦ଭୋଲ୍ଟ ବ୍ୟବହାର ହେଉଥିବା କାରଣରୁ ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ଅଧିକ ହୋଇଥାଏ।
୧୯. ଡିସି ତୁଳନାରେ ଏସି କରେଣ୍ଟ ଅଧିକ ବିପଦଜନକ ହୋଇଥାଏ। ୧୦ଏମଏରୁ ଅଧିକ ଏସି କରେଣ୍ଟ ଏତେ ଜୋରରେ ଧରିଥାଏ ଯେ ଏଥିରୁ ରକ୍ଷା ପାଇବା ଅସମ୍ଭବ ହୋଇଥାଏ।
ବିଦ୍ୟୁତ ଆଘାତ ଲାଗିଲେ ୫ମିନିଟ୍ ଭିତରେ ଏହି ଚିକିତ୍ସା କଲେ ଜୀବନ ବଞ୍ଚିଯାଇଥାଏ। ଏହି ଚିକିତ୍ସାଗୁଡ଼ିକ ହେଲା :
ବିଦ୍ୟୁତ
ଆଘାତ ଲାଗିଲେ ଠିକ୍ ଭାବରେ ଚିକିତ୍ସା କରିବା ନିତାନ୍ତ ଜରୁରୀ ହୋଇଥାଏ। ମେନ୍ ସ୍ବିଚ୍ ବନ୍ଦ
କରି ଦିଅନ୍ତୁ କିମ୍ବା ତାରଗୁଡ଼ିକୁ କାଠ ସାହାଯ୍ୟରେ ହଟାଇ ଦିଅନ୍ତୁ। କାର୍ଡ଼ିଓ ପ୍ଲମନାରୀ
ନିଃଶ୍ବାସ ନେବାର ପ୍ରକ୍ରିୟା ତୁରନ୍ତ ଆରମ୍ଭ କରି ଦିଅନ୍ତୁ।
ମୃତ ବ୍ୟକ୍ତିଙ୍କ ଛାତିରେ ଗୋଟିଏ ଫୁଟ ଦୂରରେ ଏକ ଜୋରଦାର ଧକ୍କା ଦ୍ବାରା ତାଙ୍କ ସଂଜ୍ଞା ଫେରାଇ ଅଣିବା ଲାଗି ପ୍ରୟାସ କରନ୍ତୁ।