ଶୋଇବାବେଳେ ଝଟକା ଲାଗୁଛି କି ଆପଣଙ୍କୁ : ତେବେ ପଢ଼ନ୍ତୁ ପୂରା ଖବର
24/07/2019 at 5:04 PM

ଅଧକାଂଶ ଥର ଶୋଇବାବେଳେ ନିଦରେ ଆମକୁ ଝଟକା ଅନୁଭବ ହୋଇଥାଏ। ଏହା ସେତେବେଳେ ହୋଇଥାଏ ଯେତେବେଳେ ଆମେ କୈାଣସି ସ୍ବପ୍ନ ଦେଖିଥାଉ। ଝଟକା ଲାଗିବା ଦ୍ବାରା ଆମ ପୂରା ଶରୀର ଥରି ଯାଇଥାଏ। ହଠାତ୍ ନିଦ ଭାଙ୍ଗିଯାଇଥାଏ। ଯଦି ଏପରି ଆପଣଙ୍କ ସହ ମଧ୍ୟ ହେଉଛି ତେବେ ଆପଣ ହାଇପେନିକ୍ ଜର୍କର ଶିକାର ହୋଇଛନ୍ତି। ଏହା କେଉଁଥିପାଇଁ ହୋଇଥାଏ? ଆସନ୍ତୁ ଜାଣିବା ଏହା ବିଷୟରେ।

ଅନେକ ଥର ଆମେ ଗଭୀର ନିଦ୍ରାରେ ଶୋଇଥିବାବେଳେ ହଠାତ୍ ନିଦରେ ଝଟକା ଲାଗିଥାଏ। ଆମେ କୈାଣସି ସ୍ବପ୍ନ ଦେଖୁଥିବାବେଳେ ଏହା ହୋଇଥାଏ। ଏହି ସମସ୍ୟାକୁ ହାଇପେନିକ୍ ଜର୍କ କୁହାଯାଏ। ବିଶ୍ବର ୭୦ ପ୍ରତିଶତ ଲୋକ ହାଇପେନିକ୍ ଜର୍କର ଶିକାର ହୋଇଥାଆନ୍ତି।

ହାଇପେନିକ୍ ଜର୍କ ଏକ ପ୍ରକାରର ନର୍ଭସ ସିଷ୍ଟମ୍ ଡିସଅର୍ଡ଼ର ଅଟେ। ଏହା ସ୍ବାସ୍ଥ୍ୟ ପାଇଁ ଏତେ ହାନିକାରକ ନୁହେଁ। ହାଇପେନିକ୍ ଜର୍କ ଅବସ୍ଥାରେ ଆମେ ଜାଣି ପାରୁନା ଯେ ଆମେ ନିଦ୍ରିତ ଅବସ୍ଥାରେ ଅଛୁ କି ଜାଗ୍ରତ ଅବସ୍ଥାରେ ଅଛୁ। ହାଇପେନିକ୍ ଜର୍କରେ ମସ୍ତିଷ୍କର ଶିରାରେ ସଙ୍କୋଚନ ହୋଇଥାଏ ସେଥିପାଇଁ ନିଦରେ ଶୋଇଥିବାବେଳେ ଝଟକା ଲାଗିଥାଏ।

ହାଇପେନିକ ଜର୍କରେ ଆମେ ଯେଉଁ ସ୍ବପ୍ନ ଦେଖିଥାଉ ଆମକୁ ତାହା ସତ ଲାଗିଥାଏ। ଫଳରେ ହଠାତ୍ ନିଦରେ ଡରି ଆମେ ପଡ଼ିଯାଇଥାଉ। ହାଇପେନିକ ଜର୍କ ଆସବାର ମୁଖ୍ୟ କାରଣ ହେଉଛି ମାନସିକ ଅବସାଦ ଏବଂ ଚିନ୍ତା। ଏହା ବ୍ୟତୀତ କେତେକ ଲୋକ ଏହି ସମସ୍ୟାକୁ ବଂଶଗତ ବୋଲି କହିଥାଆନ୍ତି। ଏଥିପାଇଁ ଚିନ୍ତାରୁ ସବୁବେଳେ ଦୂରେଇ ରୁହନ୍ତୁ। ଶରୀର ପାଇଁ ପର୍ଯ୍ୟାପ୍ତ ବିଶ୍ରାମ କରନ୍ତୁ।