ଯଦି ମ୍ୟୁଚୁଆଲ ଫଣ୍ଡ ନିବେଶ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ତେବେ ଏହି ଖବର ଆପଣଙ୍କ ଲାଗି ଜରୁରୀ, ପଢନ୍ତୁ ଲାଭବାନ ହେବେ
25/11/2019 at 5:27 PM

ଆଜିକାଲି ମ୍ୟୁଚୁଆଲ ଫଣ୍ଡରେ କରୁଥିବା ନିବେଶରୁ ଲୋକେ ବେଶ ଲାଭବାନ ହେଉଛନ୍ତି। ଯଦି ଆପଣ ଏଭଳି ନିବେଶ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ତେବେ ଏହି ଖବର ଆପଣଙ୍କ ଲାଗି ଜରୁରୀ। ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ସବୁଠୁ ଭଲ ଉପାୟ ବୋଲି ବୁଝାଯାଉଛି। ଖୁବ୍ ସ୍ୱଳ୍ପ ସମୟରେ ଏଭଳି ଫଣ୍ଡରୁ ବାର୍ଷିକ ୧୨ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିପାରୁଛି। ଆପଣ ନିଜ ବଜେଟକୁ ଦେଖି ଏଭଳି ଫଣ୍ଡରେ ନିବେଶ କରିପାରନ୍ତି। ତେବେ ଜାଣନ୍ତୁ ମ୍ୟୁଚୁଆଲ ଫଣ୍ଡ ସମ୍ପର୍କିତ କିଛି ଜରୁରୀ କଥା।

ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଲାଗି ଆଗ୍ରହୀ ତେବେ ସର୍ବ ପ୍ରଥମେ ଜାଣନ୍ତୁ ଏହି ଫଣ୍ଡ କଣ ? ଏହା ଇଂରାଜୀ ଶବ୍ଦରୁ ଉତ୍ପତି ହୋଇଥିବା ବେଳେ ୨ ଭାଗରେ ବଣ୍ଟା ହୋଇଛି। ‘ମ୍ୟୁଚୁଆଲ’ ଓ ‘ଫଣ୍ଡ’ । ମ୍ୟୁଚୁଆଲର ଅର୍ଥ ହେଲା ଆପୋଷ ଓ ଫଣ୍ଡର ଅର୍ଥ ହେଲା ପାଣ୍ଠି। ଯେତେବେଳେ ଅନେକ ଲୋକେ ମିଳିମିଶି ଧନ ଏକାଠି କରନ୍ତି ତାକୁ ମ୍ୟୁଚୁଆଲ ଫଣ୍ଡ କୁହାଯାଇପାରେ।

ନିବେଶର ବିବିଧତା
ନିବେଶ କରିବା ପୂର୍ବରୁ ନିବେଶକଙ୍କୁ ବିଭିନ୍ନ ମ୍ୟୁଚୁଆଲ ଫଣ୍ଡ ସମ୍ପର୍କରେ ଧାରଣା ଆହରଣ କରିବା ଦରକାର। ଗୋଟିଏ ଜାଗାରେ ସବୁ ଅର୍ଥ ନିବେଶ କଲେ ପାଣ୍ଠି ବୁଡିଯିବାର ବି ସମ୍ଭାବନା ରହିଛି। ଏଣୁ ଏଭଳି ଫଣ୍ଡରେ ଇନଭେଷ୍ଟ ପୂର୍ବରୁ ଇନଭେଷ୍ଟରଙ୍କ ପରାମର୍ଶ ନେବା ଜରୁରୀ। ଏଥିରୁ ମ୍ୟୁଚୁଆଲ ଫଣ୍ଡର ଭଲ ସ୍କିମ ସମ୍ପର୍କରେ ସୂଚନା ହାସଲ କରିବା ସହ ରିସ୍କ ବି କମ୍ ହୋଇଥାଏ।

ଉଚିତ ସମୟରେ ଉଚିତ ନିବେଶ
ମ୍ୟୁଚୁଆଲ ଫଣ୍ଡ ଏକ୍ସପର୍ଟଙ୍କ ଅନୁସାରେ ଏଭଳି ଫଣ୍ଡରେ ନିବେଶ ଲାଗି ଉଚିତ ସମୟ ଓ ପ୍ଲାନକୁ ଅପେକ୍ଷା କରିବା ଦରକାର। ଏଭଳି ଫଣ୍ଡରେ ନିବେଶ ଲାଗି ଆପଣଙ୍କୁ କିଛି ଦେୟ ବି ପୈଠ କରିବାକୁ ପଡିଥାଏ। କାରଣ ଫଣ୍ଡ ମ୍ୟାନେଜ କରୁଥିବା ଆସେଟ ମ୍ୟାନେଜମେଣ୍ଟ କମ୍ପନୀ(ଏଏମସି) ଏଥିଲାଗି ଦେୟ ଲାଗୁ କରିଛନ୍ତି। ଏହି ଚାର୍ଜ ମୋଟ ନିବେଶର ୨.୫ ପ୍ରତିଶତ ପର୍ଯ୍ୟନ୍ତ ବି ହୋଇପାରେ।