ଅର୍ଶ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଏହିପରି କରନ୍ତୁ ରାଶିର ସେବନ

Published By : Prameya-News7 Bureau | October 21, 2019 IST

ପାଣିପାଗ ପରିବର୍ତ୍ତନ ହେବା ସାଙ୍ଗକୁ ଥଣ୍ଡାଜ୍ବର ମଧ୍ୟ ଆରମ୍ଭ ହୋଇ ଯାଇଥାଏ। ଏଥିପାଇଁ ଯଦି ଆପଣ ଶୀତଦିନେ ନିୟମିତ ଭାବେ ରାଶି ସେବନ କରୁଛନ୍ତି ତେବେ ଏହା ଦ୍ବାରା ଆପଣଙ୍କ ଶରୀରକୁ ଶକ୍ତି ମିଳିବା ସହ ଥଣ୍ଡା,କାଶ,ଜ୍ବର ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ।

{"id":172783}

ନିୟମିତ ଭାବେ ରାଶିକୁ ଗୁଡ଼ ସହ ମିଶାଇ ଖାଇଲେ କିମ୍ବା ରାଶିଲଡ଼ୁକୁ କ୍ଷୀର ସହ ମିଶାଇ ଖାଇବା ଦ୍ବାରା ନିଃଶ୍ବାସରେ ଅସୁବିଧା,ଥକ୍କାପଣ,ମାନସିକ ଚିନ୍ତା ଏବଂ କେଶ ଝଡ଼ିବା ଆଦି ସମସ୍ୟା ଦୂର ହୋଇଯାଇଥାଏ।

{"id":172784}

ଯଦି ଆପଣ ନିୟମିତ ଭାବେ ସକାଳେ ଖାଲି ପେଟରେ ରାଶି ଲଡ଼ୁ ସେବନ କରୁଛନ୍ତି ତେବେ ଏହା ଦ୍ବାରା ଆପଣଙ୍କ ଶରୀରରେ ଜମା ହୋଇଥିବା ଚର୍ବି କମିଯାଇଥାଏ ଏବଂ ଏହା ସହିତ ମସ୍ତିଷ୍କ ପ୍ରଖର ହୋଇଥାଏ।

{"id":172785}

ଅର୍ଶ ସମସ୍ୟା ଥିଲେ ରାଶି ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣ ଥଣ୍ଡା ଦିନେ ରାଶିରେ କଳା ଲୁଣ ମିଶାଇ ଗରମ ପାଣିରେ ସେବନ କରୁଛନ୍ତି ତେବେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

{"id":172787}

ରାଶିକୁ ଗରମ ପାଣିରେ ମିଶାଇ ଖାଇବା ଦ୍ବାରା ପେଟ ବ୍ୟଥା ଏବଂ ସଂକ୍ରମଣ ସମସ୍ୟା ଠିକ୍ ହୋଇଯାଇଥାଏ। ଏହା ବ୍ୟତୀତ ଯଦି ଆପଣଙ୍କ କୋଷ୍ଠକାଠିନ୍ୟ ସମସ୍ୟା ରହିଛି ତେବେ ପ୍ରତିଦିନ ଭଜା ହୋଇଥିବା ରାଶିକୁ ଗୁଡ଼ ସହ ମିଶାଇ ଖାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ।

{"id":172790}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.