ଖାଲି ସମୟରେ ବସି ଆଙ୍ଗୁଠି ଫୁଟାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ଦେଖାଦେଇପାରେ ଏହିସବୁ ସମସ୍ୟା

Published By : Prameya-News7 Bureau | February 07, 2019 IST

ଭୁବନେଶ୍ୱର ୭/୨ : ସାଧାରଣତଃ ଆମେ ସମସ୍ତେ ଆଙ୍ଗୁଠି ଫୁଟାଇ ଥାଉ | ଅଧିକ ସମୟ ଧରି କାମ କରି କରି ଆମେ ବୋର ହେଇଯାଇଥାଉ ଏବଂ ଆଙ୍ଗୁଠିରେ ମଧ୍ୟ କଷ୍ଟ ହୋଇଥାଏ | ଯେଉଁଥିପାଇଁ ଆଙ୍ଗୁଠି ଫୁଟାଇବା ଦ୍ୱାରା ଟିକେ ଆରମ୍ଭ ମିଳିଥାଏ | କିନ୍ତୁ ଆଙ୍ଗୁଠି ଫୁଟାଇବା କ୍ଷତିକାରକ ହୋଇପାରେ | ଜାଣନ୍ତୁ କେମିତି :

{"id":82919}


ଆଙ୍ଗୁଠି ଫୁଟାଇବା ଦ୍ୱାରା ହାଡ ଉପରେ ଖରାପ ପ୍ରଭାବ ପଡିଥାଏ | ହାତ ଗୋଡର ଆଙ୍ଗୁଠି ଫୁଟାଇବା ଦ୍ୱାରା କାମ କରିବା କ୍ଷମତା କମି ଯାଇଥାଏ | ଆଙ୍ଗୁଠି ସନ୍ଧି ଏବଂ ଆଣ୍ଠୁ ସନ୍ଧିରେ ସିନୋବିୟଳ ଫ୍ଲୁଇଡ ନାମକ ଲିକ୍ୟୁଡ଼ ଥାଏ | ଏହି ଲିକ୍ୟୁଡ଼ ହାଡମାନଙ୍କୁ ଯୋଡିବାର କାମ କରିଥାଏ |

{"id":82923}

ଗାଡି ମଟରରେ ଗ୍ରୀସର କାମ ଯେମିତି ହାଡରେ ସିନୋବିୟଳ ଫ୍ଲୁଏଡ ଲିକ୍ୟୁଡ଼ର କାମ ମଧ୍ୟ ସେମିତି | ଏହି ଲିକ୍ୟୁଡ଼ ଶରୀରର ହାଡ ଗୁଡିକୁ ପରସ୍ପର ସହ ଘଷି ହେବାରୁ ରକ୍ଷା କରିଥାଏ | ଏହି ଲିକ୍ୟୁଡ଼ରେ ଥିବା କାର୍ବନ ଡାଇଅକ୍ସାଇଡ ଜାଗାରେ ପାଣି ଫୋଟକା ଭଳି ଫୋଟକା ପ୍ରସ୍ତୁତ କରିଥାଏ | ଆଙ୍ଗୁଠି ଫୁଟାଇବା ଦ୍ୱାରା ଏହି ଫୋଟକା ଫାଟି ଯାଇଥାଏ |

{"id":82920}


ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ସିନୋବିୟଳ ଫ୍ଲୁଇଡ ଲିକ୍ୟୁଡ଼ କମି ଯାଇଥାଏ | ଶରୀରରେ ସିନୋବିୟଳ ଫ୍ଲୁଇଡ କମିଗଲେ ଗଣ୍ଠି ରୋଗ ହୋଇଥାଏ | ଏହାଛଡା ସନ୍ଧି ଗୁଡିକୁ ବାରମ୍ବାର ଟାଣିଲେ ସନ୍ଧି ମଧ୍ୟ ଦୁର୍ବଳ ହୋଇଯାଇଥାଏ |

{"id":82922}


ଆଙ୍ଗୁଠି ଫୁଟାଇବା ଦ୍ୱାରା ହାତର ସଫ୍ଟ ଟିସୁ ନଷ୍ଟ ହୋଇଯାଇଥାଏ | ସେଥିପାଇଁ ଆଙ୍ଗୁଠି ଫୁଟାଇବା ବନ୍ଦ କରନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.