ଲୁଗା ବଦଳୁଥିବା ସମୟରେ ଆପଣଙ୍କ ପକେଟରୁ ପଇସା ପଡ଼ିଯାଉଛି କି ? ଆପଣଙ୍କ ସହ ଘଟିପାରେ ଏହି ଘଟଣା
18/01/2019 at 11:33 AM

ଦୈନନ୍ଦିନ ଜୀବନରେ ଘଟୁଥିବା ଛୋଟ ଛୋଟ ଜିନିଷ ବିଷୟରେ ବାସ୍ତୁଶାସ୍ତ୍ରରେ ବିବିନ୍ନ ବିଶ୍ଳେଷଣ କରାଯାଇଛି। ଯେପରି ପକେଟରୁ ପଇସା ପଡ଼ିବା । ଅଧିକାଂଶ ସମୟ ଡ୍ରେସ ଚେଂଜ କଲାବେଳେ ହଠାତ୍ ପକେଟରୁ ପଇସା ଗଳିପଡିଥାଏ। ବାସ୍ତୁଶାସ୍ତ୍ରରେ ଅଧିକାଂଶ ସମୟ ହାତରୁ କିମ୍ବା ପକେଟରୁ ପଇସା ପଡ଼ିବା ଶୁଭ ହୋଇଥାଏ କିମ୍ବା ଅଶୁଭ ହୋଇଥାଏ ସେ ବିଷୟରେ କିଛି କଥା କୁହାଯାଇଛି ,ଆସନ୍ତୁ ଜାଣିବା;

ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ବ୍ୟକ୍ତି କୈାଣସି କାମ ପାଇଁ ଘରୁ ବାହାରକୁ ବାହାରୁଛନ୍ତି ଏବଂ ହଠାତ୍ ତାଙ୍କ ପକେଟରୁ ପଇସା ତଳେ ପଡ଼ିଯାଉଛି ତେବେ ଏହାର ଅର୍ଥ ଯେଉଁ କାମ ନିମନ୍ତେ ସେ ବାହାରକୁ ଯାଉଛନ୍ତି ସେହି କାମ ପୂରଣ ହେବ। ଶୁଭ କାର୍ଯ୍ୟରେ ଯିବା ସମୟରେ ପକେଟ୍ କିମ୍ବା ହାତରୁ ପଇସା ପଡ଼ିବା ଶୁଭ ବୋଲି କୁହାଯାଇଛି ।
ଯଦି ଆପଣ କାହାକୁ ଟଙ୍କା ଦେଉଛନ୍ତି ଏବଂ ଟଙ୍କା ଦେବାବେଳେ ଆପଣଙ୍କ ହାତରୁ ଟଙ୍କା ପଡ଼ିଯାଇଥାଏ ତାହାକୁ ଶୁଭ ବୋଲି ବିଚାର କରାଯାଏ। କାହାକୁ ଟଙ୍କା ଦେବା ସମୟରେ ହାତରୁ ଟଙ୍କା ପଡ଼ିଯିବା ଧନବୃଦ୍ଧିର ସଙ୍କେତ ଦେଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଲୁଗା ବଦଳାଉଥିବା ସମୟରେ ପକେଟରୁ ଟଙ୍କା ପଡ଼ିଯାଇଥାଏ ତେବେ ଏହାକୁ ଉନ୍ନତିର ସୂଚକ ହିସାବରେ ଗଣା ଯାଇଥାଏ। ଏହା ବିଶ୍ବାସ କରାଯାଏ ଯେ, ଭବିଷ୍ୟତରେ ସଂପୃକ୍ତ ବ୍ୟକ୍ତିଙ୍କ ରୋଜଗାର କିମ୍ବା ବ୍ୟବସାୟରେ ଉନ୍ନତି ହୋଇଥାଏ।