ଯଦି ଆପଣ ମହିଳା, ତେବେ ତୁରନ୍ତ ନିଅନ୍ତୁ ମୋଦି ସରକାରଙ୍କ ଏହି ଯୋଜନାର ଲାଭ

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଲୀ :  ମହିଳାଙ୍କ ଲାଗି ମୋଦି ସରକାର ଖାସ ଯୋଜନା ହାତକୁ ନେଇଛନ୍ତି। ଯଦି ଆପଣ ଘରେ ଖାଲି ବସିଥାନ୍ତି ଓ କିଛି କରିବାକୁ ଚାହୁଁଥାନ୍ତି ତେବେ ଏହି ଯୋଜନା ଆପଣଙ୍କ ଲାଗି ସୁବୁର୍ଣ୍ଣ ସୁଯୋଗ ବୋଲି ଭାବନ୍ତୁ । ବିବାହ ପରେ ଅନେକ ମହିଳା ଘର କାମରେ ବ୍ୟସ୍ତ ରହିଯାଆନ୍ତି। ଇଚ୍ଛା ଥିଲେ ବି କିଛି କରିବାକୁ ସୁଯୋଗ ନଥାଏ । ହେଲେ ଏଭଳି ଲୋକଙ୍କ ଲାଗି ମୋଦି ସରକାଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟଙ୍କ ଇ-ହାଟ ଯୋଜନା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।

{"id":148763}

ଅନେକ ମହିଳା ଘରେ ଏପରି ସାମଗ୍ରୀ ପ୍ରସ୍ତୁତ କରନ୍ତି ଯାହା ହାଟ ବଜାରରେ ମିଳେନା। ତେବେ ସେହି ସବୁ ସାମଗ୍ରୀ ମହିଳାମାନେ ଘରେ ନିଜେ ତିଆରି କରି ନିଜ ଲାଗି ଉପଯୋଗ କରିଥାନ୍ତି। ତେବେ ସେମାନେ ଚାହିଁଲେ ଏଭଳି ସାମଗ୍ରୀର ବ୍ୟବସାୟିକ ଉତ୍ପାଦନ କରି ଇ-ହାଟ ମାଧ୍ୟମରେ ବିକ୍ରୟ  କରିପାରିବେ। ଫଳରେ ସେମାନଙ୍କ ଘରକରଣା ବୁଦ୍ଧିରୁ ୨ ପଇସା ଉପାର୍ଜନ ହେବା ସହ ପ୍ରତ୍ୟକ୍ଷ ବ୍ୟବସାୟରେ ବି ପ୍ରବେଶ କରିପାରିବେ। 

{"id":148764}

ଇ-ହାଟ ସହ ନିଜକୁ ସଂଯୁକ୍ତ କରିବା ଲାଗି କୌଣସି ଶୁଳ୍କ ଦେବାକୁ ପଡେ ନାହିଁ। ଘରୋଇ ସାଧାରଣ ମହିଳାଙ୍କଠାରୁ ଆରମ୍ଭ କରି ଏନଜିଓ ଏବଂ ସ୍ୱୟଂ ସହାୟକ ବର୍ଗଙ୍କ ଲାଗି ଇ-ହାଟ ଏକ ପ୍ଲାଟଫର୍ମ ଭଳି କାମ କରିବ।  ୱେବସାଇଟ୍ ରେ ନିଜ ଉତ୍ପାଦିତ ସାମଗ୍ରୀକୁ ଅନଲାଇନ ବିକ୍ରୟକରି ବେଶ ଲାଭ ମଧ୍ୟ କମାଇ ପାରିବେ। ଭାରତ ସରକାରଙ୍କ ମେକ୍-ଇନ-ଇଣ୍ଡିଆ ଯୋଜନାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଏହା ଦ୍ୱାରା ଡିଜିଟାଲ ଇଣ୍ଡିଆର ଲକ୍ଷ ମଧ୍ୟ ପୂରଣ କରିବା ବୋଲି ଆଶା କରାଯାଉଛି।

{"id":148765,"width":579,"height":434}

ତେବେ ସବୁଠୁ ବଡ କଥା ହେଉଛି କୌଣସି ମହିଳା ଅନ-ଲାଇନ ପଞ୍ଜିକୃତ ହେବା ପରେ ନିଜ ପ୍ରଡକ୍ଚର ଅନଲାଇନ ପୋର୍ଟାଲକୁ ଏଥିରେ ନିଶୁଳ୍କ ସଂଯୁକ୍ତ କରିପାରିବେ। ଫଳରେ ଅନଲାଇନରେ ଉତ୍ପାଦ ବିକ୍ରି ଓ କ୍ରୟ ଲାଗି ସେମାନଙ୍କୁ କମିଶନ ଦେବାକୁ ପଡିବ ନାହିଁ। ମହିଳା ସଶକ୍ତିକରଣ ଯୋଜନାରେ ହାତକୁ ନିଆଯାଇଥିବା ଏହି କାର୍ଯ୍ୟକ୍ରମରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଆୟୁବର୍ଗର ପ୍ରତ୍ୟେକ ଭାରତୀୟ ମହିଳା ନିଜକୁ ସାମିଲ କରିପାରିବେ ଓ ଯୋଜନାର ଲାଭ ନେଇ ପାରିବେ। ତେବେ ସେମାନେ ଅନଲାଇନରେ ବିକ୍ରୟ କରୁଥିବା ସାମଗ୍ରୀ ଓ ସେବାର ଗୁଣ ଓ ମାନ ପାଇଁ ନିଜେ ଦାୟି ରହିବେ। ତେବେ ଇ-ହାଟ ପୋର୍ଟାଲରେ ମହିଳା କୌଣସି ଅବୈଧ ସାମଗ୍ରୀର ପ୍ରଦର୍ଶନ ଅଥବା ବିକ୍ରୟ କରିପାରିବେ ନାହିଁ ।

{"id":148766,"width":576,"height":324}

ସେହିପରି ବିକ୍ରେତା ନିଜ ସାମଗ୍ରୀ ଡେଲିଭରିର ସମୟ ସୀମା ନିଜେ ନିର୍ଦ୍ଧାରିତ କରିବେ। ଏହା ଛଡା ନିଜ ସାମଗ୍ରୀ ଓ ସେବା ଲାଗି ସେମାନଙ୍କୁ ଆବଶ୍ୟକ ଆଇନଗତ ଓ କର ସମ୍ପର୍କିତ ପ୍ରକ୍ରିୟା ନିଜେ କରିବେ। ଏହି ହାଟରେ ଆପଣ ନିଜର ବିଭିନ୍ନ ପ୍ରକାର ଉତ୍ପାଦ ଯେପରିକି କପଡା, ବ୍ୟାଗ୍, ଗିଫ୍ଟ ଆଇଟମ, ଖେଳନା, ପ୍ରାକୃତିକ ଉତ୍ପାଦ, ଘରୋଇ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଅନ୍ୟ ଉତ୍ପାଦର ଅନଲାଇନ କ୍ରୟବିକ୍ରୟ କରିପାରିବେ। ଏଥିଲାଗି ଯଦି ଆପଣ ନିଜକୁ ପଞ୍ଜିକୃତ କରିବାକୁ ଚାହାନ୍ତି ତେବେ ସର୍ବ ପ୍ରଥମେ ଏହି  ଲିଙ୍କରେ http://mahilaehaat-rmk.gov.in/en/join-us/ ନିଜ ଉତ୍ପାଦ ସମ୍ପର୍କିତ ସମସ୍ତ ସୂଚନା ଦେବାକୁ ପଡିବ। ଆଧାର ନମ୍ବର ସହ ଆପଣ ଡିଟେଲ ପୁରଣ କରିବା ପରେ ଆପଣଙ୍କ ପଞ୍ଜିକରଣ ହୋଇଯିବ। ଏହା ସହ ଆପଣ ଜଣେ ବ୍ୟବସାୟୀ ଭାବେ ମଧ୍ୟ ଗଣ୍ୟ ହେବେ।

{"id":148767,"width":577,"height":313}

ତେବେ ପଞ୍ଜିକୃତ ହେବା ପରେ ବ୍ୟବସାୟ କିପରି କରିବେ ଆସନ୍ତୁ ଜାଣିବା। ଆପଣଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଏକ ସୁନ୍ଦର ଫଟୋ ଉଠାନ୍ତୁ। ଏହ ଫଟୋକୁ ଆପଣଙ୍କ ଇ-ହାଟ ଲିଙ୍କ ପୋର୍ଟାଲରେ ଅପଲୋଡ କରି ଏହାର ଗୁଣବତ୍ତା, ଆବଶ୍ୟକତା ଓ ମୂଲ୍ୟ ଉଲ୍ଲେଖ କରନ୍ତୁ। ଏହା ଇ-ହାଟରେ ସୋ କଲେ ଲୋକେ ଏଥିରୁ ଆପଣଙ୍କ ଫୋନ ନମ୍ବର ଅଥବା ଇ-ମେଲ ଆଇଡିରେ ଆପଣଙ୍କ ସହ ସାମଗ୍ରୀ କ୍ରୟ କରିବା ଲାଗି ଯୋଗାଯୋଗ କରିବେ। ଏଥିଲାଗି ଆପଣ ସେମାନଙ୍କ ଠାରୁ ଅନଲାଇନରେ ଦେୟ ଆଦାୟ କରିପାରିବେ ଅଥବା ଡେଲିଭରିରେ ନଗଦ ଆଦାୟ (ସିଓଡି) କରିପାରିବେ। ଏହା ଛଡା ଦୂର ଦୂରାନ୍ତକୁ ଡାକ ପାର୍ସଲ ଯୋଗେ ମଧ୍ୟ ନିଜ ସାମଗ୍ରୀ ପଠାଇବାର ଏଥିରେ ବ୍ୟବସ୍ଥା ରହିଛି। ଏଥିଲାଗି ଆପଣ ଚାହିଁଲେ ଡାକ ବିଭାଗ ସହ ରାଜିନାମା ବି କରିପାରିବେ। ଯାହାର ସୁବିଧା ଆପଣଙ୍କୁ ଇ-ହାଟ ପୋର୍ଟାଲରେ ମିଳିପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.