ଆପଣ ସିଙ୍ଗଲ୍ ମଦର କି ? ଏହି ଉପାୟରେ ଜବ୍‌କୁ ମ୍ୟାନେଜ୍ କରିବା ସହ ନିଅନ୍ତୁ ନିଜ ପିଲାର ଯତ୍ନ

Published By : Prameya-News7 Bureau | May 09, 2020 IST

ଏପରି ଅନେକ ମାଆ ଅଛନ୍ତି ଯେଉଁମାନେ ଡିଭୋର୍ସି କିମ୍ବା ଆତ୍ମ-ନିର୍ଭରଶୀଳ। ତାଙ୍କୁ ଘର ଏବଂ ଛୁଆ ସମ୍ଭାଳିବା ସହ ଚାକିରୀ ମଧ୍ୟ କରିବାକୁ ପଡ଼ିଥାଏ। ଖାସ୍ କରି ଯଦି ତାଙ୍କ ନାଇଟ୍ ଶିଫ୍ଟ ଥିବ ତେବେ ପିଲାକୁ ରାତି ସାରା ଏକୁଟିଆ ଛାଡ଼ିବା ମା ପାଇଁ କଷ୍ଟସାଧ୍ୟ ହୋଇଥାଏ। କାମ ସହ ମାଆକୁ ପିଲାର ଦେଖାଶୁଣା ମଧ୍ୟ କରିବାକୁ ପଡ଼ିଥାଏ। ଏପରି କ୍ଷେତ୍ରରେ ଯଦି ସପୋର୍ଟ ସିଷ୍ଟମ୍ ଠିକ୍ ଥିବ ତେବେ ନାଇଟ୍ ଶିଫ୍ଟରେ କାମ କରିବା କଷ୍ଟ ହୋଇନଥାଏ କିନ୍ତୁ ଯଦି ଏପରି ନାହିଁ,ତେବେ ମାଆକୁ ଉଚିତ୍ ଢଙ୍ଗରେ ପ୍ଲାନିଂ କରିବାକୁ ପଡ଼ିବ,ଯାହା ଦ୍ବାରା ସେ ଆରାମରେ କାମ କରିପାରିବେ।

ଜଣେ ସିଙ୍ଗଲ୍ ମଦର ପାଇଁ ନାଇଟ୍ ଶିଫ୍ଟରେ କାମ କରିବା କଷ୍ଟ ନୁହେଁ କିନ୍ତୁ ଯଦି ପିଲା ଛୋଟ ତେବେ ଅଲଗା ଉପାୟରେ ସମ୍ଭାଳିବାକୁ ପଡ଼ିଥାଏ। ଯେତେବେଳେ ଶିଶୁ ୪ବର୍ଷର ହୋଇଯାଏ ସେତେବେଳେ ପିଲାକୁ କିଛି କଥା ବୁଝାଇବାକୁ ପଡ଼ିଥାଏ।

- ଯଦି ପିଲା ଛୋଟ ତେବେ ସର୍ବ ପ୍ରଥମେ ମାଆଙ୍କୁ ନିଜ ମୋବାଇଲ୍ ସବୁବେଳେ ଫୁଲ୍ ଚାର୍ଜ ରଖିବା ଉଚିତ୍‌,ଯାହା ଦ୍ବାରା ଆବଶ୍ୟକ ପଡ଼ିଲେ କଲ୍ କରି ପିଲା ବିଷୟରେ ଜାଣି ପାରିବେ।

- ଯଦି ପିଲା ଛୋଟ ତେବେ ତା’ର ଖାଇବା ପିଇବାର ପୂରା ପ୍ଲାନିଂ ପୂର୍ବରୁ କରନ୍ତୁ ଏବଂ ତାକୁ ସମ୍ଭାଳୁଥିବା ବ୍ୟକ୍ତିଙ୍କୁ ସେ ବିଷୟରେ ପୂରା ଜଣାନ୍ତୁ।

- ଘର ସମ୍ଭାଳିବା ପାଇଁ ଯଦି ପରିବାରର କେହି ସଦସ୍ୟ ନଥିବେ ଏବଂ କାମବାଲି ରଖିବାର ଥିବ ତେବେ ତାକୁ କୌଣସି ପୋଲିସଠୁ ଯାଞ୍ଚ କରାଇ ରଖନ୍ତୁ କାରଣ ଅନେକ ଥର ମେଡ୍ ନିଜ ବୟଫ୍ରେଣ୍ଡ ସହ ଚୋରି-ଡକାୟତି କିମ୍ବା କିଡନ୍ୟାପିଂ କରିଥାଏ।

- ଆପଣ କେଉଁଠି ଏବଂ କେତେବେଳେ ଘରକୁ ଯାଉଛନ୍ତି ଏପରି କୌଣସି କଥା ସୋସିଆଲ ମିଡିଆରେ କେବେବି ସେୟାର କରନ୍ତୁ ନାହିଁ କାରଣ ସୋସିଆଲ ମିଡିଆରେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ଏହାକୁ ଦେଖି ଚୋରି-ଡକାୟତି କରିଥାନ୍ତି।

- ପିଲାର ଫଟୋ ମଧ୍ୟ ସୋସିଆଲ ମିଡିଆରେ କେବେ ସେୟାର କରନ୍ତୁ ନାହିଁ।

- ପିଲାଙ୍କୁ ଶିଖାନ୍ତୁ ଯେ ନ ଜାଣି କାହାକୁ କବାଟ ଖୋଲିବେ ନାହିଁ।

- ବଡ଼ ପିଲାଙ୍କୁ ଖାଦ୍ୟ-ପେୟ ସମ୍ବନ୍ଧିତ ସୂଚନା ମଧ୍ୟ ଦିଅନ୍ତୁ,ଯାହା ଦ୍ବାରା ଭୋକ ଲାଗିଲେ ସେ କିଛି ନେଇ ପ୍ରସ୍ତୁତ କରି ଖାଇ ନେବେ। ସେ ସ୍କୁଲ୍ ଯିବା ପାଇଁ ସବୁକିଛି ପ୍ରସ୍ତୁତି ପୂର୍ବରୁ କରି ରଖନ୍ତୁ।

- ମୋବାଇଲରେ ଅଟୋ ଡାୟଲ୍ ବ୍ୟବସ୍ଥା ଡାଉନଲୋଡ କରନ୍ତୁ,ଯାହା ଦ୍ବାରା କୌଣସି ସମସ୍ୟା ହେଲେ ମାଆ ଶୀଘ୍ର ପିଲା ପାଖେ ପହଞ୍ଚି ପାରିବେ।

- ବଡ଼ ପିଲାଙ୍କୁ ଫାର୍ଷ୍ଟ ଏଡ ବାକ୍ସ ବିଷୟରେ ଉଚିତ୍ ସୂଚନା ଦିଅନ୍ତୁ ଯାହା ଦ୍ବାରା ଆବଶ୍ୟକ ଅନୁସାରେ ସେ ଔଷଧର ବ୍ୟବହାର କରି ପାରିବେ। କାମ ସମୟରେ ମାକୁ ସମୟ ମିଳିଲେ ପିଲା ବିଷୟରେ ଜାଣିବା ଉଚିତ୍।

- ପିଲାର ମାନସିକ ଏବଂ ଶାରିରୀକ ବିକାଶ ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ। ସବୁବେଳେ ଉଦ୍ୟମ କରନ୍ତୁ ଯେ ତାଙ୍କ ସହ ସମୟ ବିତାନ୍ତୁ ଯାହା ଦ୍ବାରା ତାକୁ କୌଣସି ଜାଣିବା ଜିନି​‌ଷର ଉଚିତ୍ ସୂଚନା ମିଳିବ ଏବଂ ସେ ବିପଥଗାମୀ ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.