ଯଦି Yes ବ୍ୟାଙ୍କ ପାଣ୍ଠି ସଂଗ୍ରହରେ ବିଫଳ ହୁଏ ତାବେ ଉଦ୍ଧାର ଲାଗି RBI ପ୍ରସ୍ତୁତ
2/03/2020 at 2:59 PM

ମୁମ୍ବାଇ : ‘ଇଏସ୍ ବ୍ୟାଙ୍କ’ର ବେଲ ଆଉଟ୍ ଲାଗି ସରକାର ଓ ଆରବିଆଇ ନିଶ୍ଚିତ ପଦକ୍ଷେପ ନେବେ। ଯଦି ବ୍ୟାଙ୍କ ଘରୋଇ ଋଣଦାତାଙ୍କଠାରୁ ୨ ବିଲିୟନ ଡଲାର ପାଣ୍ଠି ସଂଗ୍ରହ କରିବାରେ ବିଫଳ ହୁଏ ଅଥବା ପ୍ରକ୍ରିୟା ବିଳମ୍ବିତ ହୁଏ ତେବେ ସରକାର ଓ ଆରବିଆଇ ବ୍ୟାଙ୍କର ବେଲଆଉଟ୍ ଲାଗି ଶେଷରେ ଆରବିଆଇ ହିଁ କିଛି କରିପାରିବେ। ଯେଉଁଥିଲାଗି ଆରବିଆଇ ପ୍ରସ୍ତୁତ ଥିବା ସୂତ୍ରରୁ ଜଣାପଡିଛି।

ବ୍ୟାଡ ଲୋନ ଇଏସ୍ ବ୍ୟାଙ୍କଲାଗି ଏଭଳି ପରିସ୍ଥିତି ସୃଷ୍ଟି କରିଛି। ତେବେ ବ୍ୟାଙ୍କ ଯଦି ଦେବାଳିଆ ହୁଏ ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡିବ। ଏଣୁ ସରକାର ବ୍ୟାଙ୍କର ବେଲଆଉଟ୍ ଲାଗି ନିଶ୍ଚିତ ପ୍ରଯତ୍ନ କରିବେ ବୋଲି ଆଶା କରାଯାଉଛି। ଏଥିଲାଗି ସାର୍ବଜନିକ କ୍ଷେତ୍ରରବ୍ୟାଙ୍କ ଲାଗି ଜମା ସମ୍ପତ୍ତି ବିକ୍ରି ନିମନ୍ତେ ମଧ୍ୟ ନିଷ୍ପତ୍ତି ହୋଇପାରେ। ଯଦି ଏହା ନ ହୁଏ ତେବେ ସରକାରୀ ସଞ୍ଚାଳିତ ବ୍ୟାଙ୍କର ସାମାନ୍ୟ ଅଂଶ ବିକ୍ରିରୁ ବି ବ୍ୟାଙ୍କ ଲାଗି ଆଗାମୀ ପୁଞ୍ଜି ସଂଗ୍ରହର ରାସ୍ତା ପ୍ରଶସ୍ତ କରିପାରେ ବୋଲି କୁହାଯାଇଛି।

ତେବେ ମାର୍ଚ୍ଚ ୧୪ ପୂର୍ବରୁ ବ୍ୟାଙ୍କ ନିଜ ଲାଗି ନିଜର ବ୍ୟବସ୍ଥା କରିପାରିବ ବୋଲି ଆଶାବାଦୀ ଅଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ବ୍ୟାଙ୍କର ବେଲଆଉଟ ଅତ୍ୟନ୍ତ ଜରୁରି ବୋଲି କୁହାଯାଉଛି। ଏଥିଲାଗି ବ୍ୟାଙ୍କପକ୍ଷରୁନିବେଶକଙ୍କ ସହ ଆଲୋଚନା କରାଯାଉଛି। ହେଲେ ଚୂଡାନ୍ତ ନିଷ୍ପତ୍ତି ହୋଇ ନାହିଁ। ତେବେ ନିକଟରେ ଜେ.ସି.ଫ୍ଲାୱାରସ୍, ସେର୍ବସ୍ କ୍ୟାପିଟାଲ ମ୍ୟନେଜମେଣ୍ଟ ଓ ହିନ୍ଦୁଜା ଗ୍ରୁପ ନିବେଶ ଲାଗି ଇଏସ୍ ବ୍ୟାଙ୍କର ଅନୁଧ୍ୟାନ କରିଥିବା ଜଣାପଡିଛି। ତେବେ ଏତେବଡ ପାଣ୍ଠି ସଂଗ୍ରହ ସହଜ କଥା ହୋଇନଥିବାରୁ ନିବେଶକମାନେ ଏଥିଲାଗି ଅଧିକ ସମୟ ମଧ୍ୟ ନେଇପାରନ୍ତି।