ଚର୍ଚ୍ଚାରେ ମନ୍ତ୍ରୀ ତେଜ୍‌ ପ୍ରତାପଙ୍କ ବୟାନ; କେହି ମଦ ପିଉଥିବାର ଦେଖିଲେ ସିଧା...

Published By : Prameya-News7 Bureau | January 04, 2023 IST

ପାଟନା: ବିହାରରେ ମଦମୃତ୍ୟୁ ମାମଲାରେ ଚର୍ଚ୍ଚାରେ ରହିଛି। ଏଥିପାଇଁ ସାରା ଦେଶରେ ବିହାର ସରକାର ନିନ୍ଦିତ ହେଉଛନ୍ତି। ରାଜ୍ୟରେ ମଦ ବିକ୍ରି ବ୍ୟାନ୍‌ ହୋଇଥିବା କାରଣରୁ ଲୁଚାଛପା ବିଷାକ୍ତ ମଦ ତିଆରି କରାଯାଉଛି। ଲୋକେ ଏହାକୁ ପିଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବିହାର ସରକାର ଯେତେ କଡ଼ା ଆଇନ କଲେ ବି ମଦମୃତ୍ୟୁ ଥମୁନାହିଁ।

ଏହି ଘଟଣାକୁ ନେଇ ଏବେ ବିହାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ତେଜ ପ୍ରତାପ ଯାଦବଙ୍କ ବୟାନ ସାମ୍ନାକୁ ଆସିଛି। ମଦ ପିଇ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ଆଦୌ ସହାୟତା ମିଳିବା କଥା ନୁହେଁ। ଏହା ବିରୋଧରେ ମୁଁ ଆନ୍ଦୋଳନ କରିବି ବୋଲି ତେଜପ୍ରତାପ କହିଛନ୍ତି। କେବଳ ସେତିକି ନୁହେଁ ଯଦି କେହି ମଦ ପିଉଥିବାର ସେ ଦେଖିଲେ ତେବେ ସିଧା ଉକ୍ୟ ବ୍ୟକ୍ତିକୁ ଗାଡ଼ିରେ ବସାଇ ଥାନାରେ ଭର୍ତ୍ତି କରିଦେବେ ବୋଲି ମନ୍ତ୍ରୀ ତେଜ ପ୍ରତାବ ଯାଦବ କହିଛନ୍ତି। ବିହାର ଏନେଇ ଏକ ବୟାନ ଜାରି କରି ଏପରି କହିଛନ୍ତି ଆର୍‌ଜେଡି ନେତା।

ନିକଟରେ ବିହାରରେ ବିଷାକ୍ତ ମଦ ପିଇ ୮୦ ଲୋକଙ୍କ ମୃତ୍ୟୁ ଘଟଣାରେ ଦିଲ୍ଲୀ ପୁଲିସ ଡିସେମ୍ବର ୩୧ ତାରିଖରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ହେଲେ ବିହାର ଶରଣ ଜିଲ୍ଲାର ରାମ ବାବୁ ମହତୋ । ରାଜ୍ୟର ମଦମୃତ୍ୟୁ ପରେ ସେ ଫେରାର୍ ହୋଇ ଦିଲ୍ଲୀରେ ରହିଯାଇଥିଲା। ପୁଲିସ ତାକୁ ସେଠାରୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.