ଦୂର ଯାଗାକୁ ଯାଉଥିବାବେଳେ ବାନ୍ତି ହେଉଛି କି : ତେବେ ଏହି ସବୁ ଜିନିଷ ଖାଆନ୍ତୁ

Published By : Prameya-News7 Bureau | January 25, 2019 IST

ଲୋକମାନଙ୍କୁ ବୁଲିବାକୁ ବହୁତ ଭଲ ଲାଗିଥାଏ କିନ୍ତୁ ବାନ୍ତି ଡରରେ ସେମାନେ କେଉଁଠାକୁ ଯିବାକୁ କୁଣ୍ଠାବୋଧ କରିଥାନ୍ତି। ଅଧିକାଂଶ ଲୋକେ କେଉଁଠାକୁ ଯାତ୍ରା କରୁଥିବାବେଳେ ରାସ୍ତାରେ ବାନ୍ତି କରିବା ଆରମ୍ଭ କରିଦିଅନ୍ତି। ଯଦି ଆପଣଙ୍କ ମଧ୍ୟ ଏହି ସମସ୍ୟା ହେଉଥାଏ ତେବେ ବ୍ୟସ୍ତ ହେବାର କୈାଣସି ଆବଶ୍ୟକ ନାହିଁ । ଆପରଙ୍କ ରୋଷେଇ ଘରେ ଏପରି ଜିନିଷ ରହିଛି ଯାହାକୁ ବ୍ୟବହାର କରି ଆପଣ ବାନ୍ତି ସମସ୍ୟାରୁ ମୁକ୍ତି ପାଇ ପାରିବେ। ଯଦି ଆପଣ କେଉଁଠାକୁ ଯାଉଛନ୍ତି ତେବେ ନିଜ ସାଥୀରେ ଏହି ସବୁ ଜିନିଷ ନେବାକୁ ଭୁଲନ୍ତୁ ନାହିଁ। ଏହା ଦ୍ବାରା ଆପଣ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ ରହିବେ।

{"id":77765,"width":590,"height":361}

ଅଦାରେ ଆଣ୍ଟିମୈାନିକ୍ ଗୁଣ ରହିଛି। ଯାତ୍ରା ସମୟରେ ବାନ୍ତି ଲାଗିଲେ ଅଦାରେ ପ୍ରସ୍ତୁତ ହୋଇଥିବା ଗୋଲି କିମ୍ବା ଅଦା ଚାହା ପିଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ବାନ୍ତି ଲାଗିବ ନାହିଁ।

{"id":77766,"width":590,"height":332}

ବାନ୍ତିରୁ ବର୍ତ୍ତିବା ପାଇଁ ଯାତ୍ରାକୁ ଯାଉଥିବା ଅଧ ଘଣ୍ଟା ପୂର୍ବରୁ ୧ଚାମଚ ପିଆଜ ରସରେ ୧ଚାମଚ ଅଦା ରସକୁ ମିଶାଇ ପିଇ ଦିଅନ୍ତୁ।

{"id":77769}

ଯାତ୍ରା ସମୟରେ ଯଦି ଆପଣଙ୍କୁ ବାନ୍ତି ଲାଗିବା ଭଳି ଅନୁଭବ ହୁଏ ତେବେ ମୁହଁରେ ଲବଙ୍ଗ ରଖିବା ଉଚିତ୍।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.