scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯଦି ଏମିତି ହୁଏ ତେବେ ରବି ଶାସ୍ତ୍ରୀଙ୍କୁ କୋଚ୍ ପଦରୁ ହଟାଇବା ମୁସ୍କିଲ

12/07/2021 at 8:25 PM

ନୂଆଦିଲ୍ଲୀ ୧୨।୦୭:  ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଅନୁବନ୍ଧ ଚଳିତ ବର୍ଷ ନଭେମ୍ବରରେ ସମାପ୍ତ ହେଉଛି। ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ ଯେ, ତାଙ୍କର କୋଚ୍‌ ଅବଧିକୁ ପୁଣି ଥରେ ବୃଦ୍ଧି କରାଯିବ। ଏହା ମଧ୍ୟରେ କଳ୍ପନା  ଜଳ୍ପନା ଆରମ୍ଭ  ହୋଇ ଯାଇଛି ଯେ, ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ ସହ ମୁଖ୍ୟ ପ୍ରଶିକ୍ଷକ ଭାବେ ଯାଇଥିବା ରାହୁଲ ଦ୍ରାବିଡ ଶାସ୍ତ୍ରୀଙ୍କ ଜାଗା ନେଇ ପାରନ୍ତି।

ଭାରତର ପୂର୍ବତନ ଅଲରାଉଣ୍ଡର ରୀତିନ୍ଦର ସିଂହ ସୋଢିଙ୍କ ମତରେ ଯଦି ଭାରତ ଟି-୨୦ ବିଶ୍ଵ କପ୍ ଚାମ୍ପିଅନ ହୁଏ ତେବେ ଶାସ୍ତ୍ରୀଙ୍କୁ  କୋଚ୍ ପଦରୁ ହଟାଇବା ଅସମ୍ଭବ ହେବ। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ଓ ନଭେମ୍ବରରେ ୟୁଏଇରେ ଖେଳାଯିବ। ଭାରତ ଯଦି ଚାମ୍ପିଅନ ହୁଏ ତେବେ ରବି ଶାସ୍ତ୍ରୀଙ୍କ ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟକାଳ ବୃଦ୍ଧି ଘଟିପାରେ। ଭାରତ ଶେଷ ଥର ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।

ସୋଢି କହିଛନ୍ତି,  କେଉଁ କୋଚ୍‌କୁ କିଭଳି ଅଙ୍କ ଦିଆଯିବ ତାହା ଆଇସିସି ଟ୍ରଫି ଜିତିବାର ମାନଦଣ୍ଡ ହୋଇ ପାରିବ ନାହିଁ। ଏହା କହିବା  ବହୁତ ମୁସ୍କିଲ ଯେ, ରବି ଶାସ୍ତ୍ରୀ ଭଲ ପ୍ରଦର୍ଶନ କରି ନାହାନ୍ତି। କୋଚ୍ ଭାବେ ରବି ଶାସ୍ତ୍ରୀ ଭଲ କାମ କରିଛନ୍ତି। ହେଲେ ଦଳ ଆଇସିସି ଟ୍ରଫି ଜିତି ପାରି ନାହିଁ। ଯଦି ଭାରତୀୟ ଦଳ ଟି-୨୦ ବିଶ୍ଵ କପ୍ ଜିତିଯାଏ ତେବେ ଶାସ୍ତ୍ରୀଙ୍କୁ କୋଚ୍ ପଦରୁ ହଟାଇବା ଅସମ୍ଭବ।

ଭାରତୀୟ ଦଳ ବିରାଟ କୋହଲିଙ୍କ ନେତୃତ୍ଵରେ ଏବଂ ରବି ଶାସ୍ତ୍ରୀଙ୍କ ପ୍ରଶିକ୍ଷଣରେ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ, ୨୦୧୯ ବିଶ୍ଵ କପ ସେମି ଫାଇନାଲ୍ ଓ ୨୦୨୧ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲାରେ ପରାସ୍ତ ହୋଇଛି। ଏହା ପରଠୁ କୋହଲିଙ୍କ ଅଧିନାୟକତ୍ଵ ସହ ଶାସ୍ତ୍ରୀଙ୍କ କୋଚିଂ ଉପରେ ପ୍ରଶ୍ନ ଉଠିଛି। ଏପରିକି ଉଭୟଙ୍କୁ ନିଜ ନିଜ ଦାୟିତ୍ଵରୁ ହଟାଇବାକୁ ଅନେକ ମହଲରୁ ଦାବି ଉଠୁଛି।

   Related Posts