ଯଦି ଋଷିଆ-ଆମେରିକା ମଧ୍ୟରେ ପରମାଣୁ ଯୁଦ୍ଧହୁଏ ପ୍ରଥମ ଘଣ୍ଟାରେ ମରିବେ କେତେ ଲକ୍ଷ ଲୋକ? ଚେତାଇଲେ ବୈଜ୍ଞାନିକ

Published By : Prameya-News7 Bureau | October 11, 2022 IST

ନୂଆଦିଲ୍ଲୀ ୧୧।୧୦: ୟୁକ୍ରେନ ଓ ଋଷିଆ ମଧ୍ୟରେ ଜାରି ସଂଘର୍ଷକୁ ୭ ମାସ ପୁରିଛି। ଏହି ୭ ମାସରେ ଋଷୀୟ ସେନା ୟୁକ୍ରେନର ଅନେକ ବଡ଼ ସହରକୁ ଧ୍ୱଂସସ୍ତୁପରେ ପରିଣତ କରିଛନ୍ତି। ଯୁଦ୍ଧରେ ଉଭୟ ଦେଶର ଲକ୍ଷାଧିକ ସୈନିକଙ୍କ ମୃତ୍ୟୁ ହେଲାଣି। ତେବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଯୁଦ୍ଧରୁ ଓହରିବାର ନାମ ନେଉ ନାହାନ୍ତି ଓଲଟି ସୀମାର ସୁରକ୍ଷା ଲାଗି ଆବଶ୍ୟକ ପଡିଲେ ପରମାଣୁ ଅସ୍ତ୍ରଶସ୍ତ୍ରର ଉପଯୋଗ ଲାଗି ପ୍ରସ୍ତୁତ ବୋଲି କହିବା ବିଶ୍ୱର ଚିନ୍ତା ବଢେଇ ଦେଇଛି।

ସେପ୍ଟେମ୍ବରରେ ପୁଟିନ ଦେଇଥିବା ଧମକରୁ ୟୁକ୍ରେନ ଉପରେ ହୁଏତ ଋଷିଆ ଛୋଟ ଅଥବା ସୀମିତ ପରିସିମାର ଟାକ୍ଚିକାଲ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଅନ୍ଦାଜ କରାଯାଉଛି। ତେବେ ଯୁଦ୍ଧରେ ପରମାଣୁର ଉପଯୋଗ କେତେ ଭୟଙ୍କର ତାହା ସାରା ବିଶ୍ୱ ଢେର ଦିନରୁ ଜାଣିସାରିଛି। ୧୯୪୫ ମସିହାରେ ଜାପାନ ପରମାଣୁ ଆକ୍ରମଣ ଦେଖିସାରିଛି। ତେବେ ଘଟଣା ଲାଗି ଲୋକଙ୍କ ମନରେ ଆଜିବି ଭୟ ରହିଛି।  

{"id":694451,"width":843,"height":611,"sizeSlug":"full","linkDestination":"none"}

୧୯୪୫ ମସିହାରେ ବିଶ୍ୱଯୁଦ୍ଧକାଳରେ ଜାପାନର ହିରୋସୀମା ଓ ନାଗାସାକି ଉପରେ ଆମେରିକା ପରମାଣୁ ଆକ୍ରମଣ କରିଥିଲା। ମାତ୍ର କିଛି ମୂହୁର୍ତ୍ତରେ ଦେଶର ହଜାର ହଜାର ଲୋକେ ପ୍ରାଣ ହରାଇଥିଲେ। ତେବେ କେବଳ ଘଟଣା ଦିନ ନୁହେଁ ଆକ୍ରମଣର ଦୀର୍ଘ ବର୍ଷ ପରେ ମଧ୍ୟ ଲୋକେ ମରୁଥିଲେ। ଏଥିରେ ପୁତିନଙ୍କ ଧମକ ପରେ ଯଦି ୧୯୪୫ ମସିହାରେ ସେବେକାର ଯୁଦ୍ଧାସ୍ତ୍ରରେ ଯଦିଏତେ ପ୍ରଳୟ ହୋଇଥିଲା ଆଧୁନିକ ସମୟରେ ପରମାଣୁ ଆକ୍ରମଣ କେତେ ଘାତକ ହେବ ତାହା କେବଳ ଆକଳନ କରାଯାଇପାରେ।

ଆମେରିକା ପ୍ରିନସଟନ ବିଶ୍ୱବିଦ୍ୟାଳୟ ବର୍ତ୍ତମାନର ପରିସ୍ଥିତିକୁ ଆକଳନ କରି ଏକ କାଳ୍ପନିକ ଅଡିଓ-ଭିଜୁଆଲ ପରିଦୃଶ୍ୟ ପ୍ରସ୍ତୁତ କରିଛନ୍ତି। ଯାହାକୁ ପ୍ଲାନ୍-ଏ କୁହାଯାଉଛି। ଏହି ପରିଦୃଶ୍ୟରେ ଋଷିଆ-ୟୁକ୍ରେନ ଯୁଦ୍ଧରେ ପରମାଣୁର ଉପଯୋଗ କେତେ ଭୟାନକ ହେବ ତାହା ପରିକଳ୍ପନା କରାଯାଇଛି। ଏହି ୪ ମିନିଟର ଭିଡିଓରେ ଋଷିଆ ନାଟୋ ସହ ଲଢିବା ଲାଗି ଉଦ୍ୟମ କରୁଥିବା ଦେଖାଯାଇଛି। ଯୁଦ୍ଧ ପ୍ରଥମେ ପଶ୍ଚିମ ଇୟୁରୋପୀୟ ଦେଶ ଓ ଋଷିଆ ମଧ୍ୟରେ ହେଉଛି। ତେବେ ସବୁ ପ୍ରମୁଖ ସହରରେ ବୋମାବୃଷ୍ଟି ପରେ ଯୁଦ୍ଧ ଋଷିଆ ଓ ଆମେରିକା ମଧ୍ୟରେ ବଦଳି ଯାଉଛି।

{"id":694452,"width":839,"height":630,"sizeSlug":"full","linkDestination":"none"}

ଏହିନିଷ୍କର୍ସରୁ ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଯଦି ବିଶ୍ୱରେ ପରମାଣୁ ଯୁଦ୍ଧ ହୁଏ, ତେବେ କେବଳ ଋଷିଆ ଓ ଆମେରିକା ମଧ୍ୟରେ ପରମାଣୁ ବିସ୍ଫୋରଣରେ ମାତ୍ର ୪୫ ମିନିଟରେ ୩୧ ଲକ୍ଷ ଲୋକଙ୍କ ପ୍ରାଣହାନୀ ହେବ। ସେହିପରି ପୁରା ୟୁରୋପ, ଏସିଆ ଓ ଆମେରିରାକରେ ସଂଘର୍ଷର ପ୍ରଥମ କିଛି ଘଣ୍ଟାରେ ୯୦ ନିୟୁତ ଲୋକେ ପ୍ରାଣ ହରାଇବେ। ତେବେ ଏହି ସଂଖ୍ୟାରେ ପରମାଣୁ ଫଳାଫଳ ଓ ଅନ୍ୟ ଦୀର୍ଘ କାଳୀନ ପ୍ରଭାବକୁ ହିସାବ କରାଯାଇ ନାହିଁ।

ସେପଟେ ସ୍ୱିଜରଲ୍ୟାଣ୍ଡର ଏକ ସଂସ୍ଥା ‘ଇଣ୍ଟରନ୍ୟାସନାସନାଲ କ୍ୟାମ୍ପେନ ଟୁ ଆବୋଲିସ୍ ନ୍ୟୁକ୍ଲିୟର ୱିପନ’ ( ଆଇକ୍ୟାନ) ଅନୁସାରେ ଏକ ପରମାଣୁ ବୋମା ବିସ୍ଫୋରଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି କୁହାଯାଇଛି। ଏଥିରେ ଯଦି ୧୦ ଅଥବା ଶତାଧିକ ବୋମାର ଉପଯୋଗ ହୁଏ ତେବେ କୋଟି କୋଟି ଲୋକେ ପ୍ରାଣ ହରାଇବାର ଆଶଙ୍କା କରାଯାଉଥିବା ବେଳେ ସମଗ୍ର ପୃଥିବୀର ପାଣିପାଗରେ ପରିବର୍ତ୍ତନ ହୋଇଯିବ ବୋଲି ଚେତାବନୀ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.