ଚିନ୍ତା କରନ୍ତୁ ନାହିଁ ! ଚାକିରି ଚାଲିଗଲେ ସରକାର ଦେବେ ଭତ୍ତା, ଏତିକି ମାସ କର୍ମଚାରୀଙ୍କ ହେବ ନାହିଁ ଅସୁବିଧା

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮: କରୋନା ଭାଇରସ୍ ମହାମାରୀ ଓ ଲକ୍‌ଡାଉନ୍‌ ମଧ୍ୟରେ ଦେଶରେ ଅନେକ କମ୍ପାନୀରେ ତାଲା ଝୁଲିଛି। ବ୍ୟବସାୟ ବନ୍ଦ ରହିବା ଏବଂ କାରବାର ଠପ୍ ରହିବା କାରଣରୁ କର୍ମଚାରୀଙ୍କ ଉପରେ ଚାକିରି ଚାଲି ଯିବାର ଖଣ୍ଡା ଝୁଲୁଛି। ଏମିତି ସମୟରେ କେନ୍ଦ୍ର ସରକାର ଏହି ପରି ଲୋକଙ୍କ ପାଇଁ ବଡ ଆଶ୍ଵସ୍ତି ଖବର ନେଇ କି ଆସିଛନ୍ତି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଘୋଷଣା କରିଛି ଯଦି ଚଳିତ ବର୍ଷ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଚାକିରି ଚାଲି ଯାଏ ତେବେ ସରକାର ସେମାନଙ୍କୁ ବେରୋଜଗାରୀ ଭତ୍ତା ପ୍ରଦାନ କରିବେ।

ଇଏସଆସି କର୍ମଚାରୀଙ୍କ ପାଇଁ ଲାଗୁ ହେବ ନୂତନ ନିୟମ

କେନ୍ଦ୍ରୀୟ ଶ୍ରମ ମନ୍ତ୍ରଣାଳୟ ତରଫରୁ ଜାରି ଆଦେଶ ଅନୁଯାୟୀ ଯେଉଁ ଲୋକଙ୍କ ପାଖରେ ଓ୍ଵାର୍କର୍ସ ଏମ୍ପ୍ଲୋଇ ଷ୍ଟେଟ୍ ଇନ୍ୟୁରାନ୍ସ କର୍ପୋରେସନ(ଇଏସଆଇସି)କାର୍ଡ  ରହିଛି, ସେମାନେ ସମସ୍ତେ ବେରୋଜଗାରୀ ଭତ୍ତା ପାଇବରା ହକ୍‌ଦାବ ହେବେ। ଅର୍ଥାତ ଏମିତି କମ୍ପାନୀ ଯାହା ଇଏସଆଇସି ଆଧାରରେ ପଞ୍ଜିକୃତ ହୋଇଛି, ସେହି କମ୍ପାନୀର କର୍ମଚାରୀ ଏହାର ଲାଭ ଉଠାଇ ପାରିବେ। ସରକାରଙ୍କ ଅନୁଯାୟୀ ଯେଉଁ କର୍ମଚାରୀ ଚାକିରି ଚାକିରି ହରାଇଛନ୍ତି ସେମାନଙ୍କୁ ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ଆଧାରରେ ହିଁ ଭତ୍ତା ଦିଆଯିବ।

ତିନି ମାସ ପର୍ଯ୍ୟନ୍ତ ମିଳିବ ଭତ୍ତା

ସରକାରୀ ସୂଚନା ଅନୁଯାୟୀ ବେରୋଜଗାର ହେବା ଉପରେ ସର୍ବାଧିକ ୯୦ ଦିନ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଭତ୍ତା ମିଳିବ। ଆବେଦକ ବର୍ତ୍ତମାନ ମିଳୁଥିବା ହାରାହାରି ଦରମାର ୫୦  ପ୍ରତିଶତ ଭତ୍ତା ପାଇଁ ଦାବି କରିପାରିବେ। ସରକାର ସ୍ପଷ୍ଟ କରିଛନ୍ତି ଏହାର ଫାଇଦା କେବଳ ସେହି କର୍ମଚାରୀଙ୍କୁ ମିଳିବ ଯେଉଁମାନେ ଇଏସଆଇ ସ୍କିମ ସହିତ ଅତି କମରେ ଦୁଇ ବର୍ଷ ଜଡିତ ରହିଥିବେ।

ଆବେଦକଙ୍କୁ କମ୍ପାନୀ ଯିବାର ଆବଶ୍ୟକତା ନାହିଁ

ନୂତନ ନିୟମ ଅନୁଯାୟୀ ବେରୋଜଗାର ହେବାକୁ ଥିବା କର୍ମଚାରୀଙ୍କୁ ଭତ୍ତା ପାଇଁ ନିଜର କମ୍ପାନୀ ଯିବାର ଆବଶ୍ୟକତା ନାହିଁ। ଆବେଦଦନକାରୀ ସିଧାସଳଖ ଇଏସଆଇସିର ଶାଖା ଯାଇ  ଭତ୍ତା ପାଇଁ ଦାବି କରି ପାରିବେ। ସରକାରଙ୍କ ତରଫରୁ ମିଳିବାକୁ ଥିବା ଭତ୍ତା ସିଧାସଳଖ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.