ସରକାର ନିଷ୍ପତ୍ତି ନେଲେ କୋଭିଡ୍-୧୯ ଟିକାର ଜରୁରୀକାଳୀନ ମଞ୍ଜୁରୀ ଉପରେ ବିଚାର ସମ୍ଭବ: ଆଇସିଏମଆର
19/08/2020 at 10:23 PM

ନୂଆଦିଲ୍ଲୀ ୧୯।୦୮: ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର)ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ବୁଧବାର ସଂସଦୀୟ କମିଟିକୁ କହିଛନ୍ତି ଦେଶରେ ବିକଶିତ ହେଉଥିବା କୋଭିଡ୍-୧୯ର ଦୁଇଟି ଟିକାର ଦ୍ଵିତୀୟ ପର୍ଯ୍ୟାୟର କ୍ଲିନିକଲ ପରୀକ୍ଷଣ ପ୍ରାୟତଃ ପୂରା ହୋଇ ସାରିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କୌଣସି ଏକ ଟିକାକୁ ଜରୁରୀକାଳୀନ ମଞ୍ଜୁରୀ ଦେବା ଉପରେ ବିଚାର କରାଯାଇ ପାରିବ।
ଆଇସିଏମଆରର ମହା ନିର୍ଦ୍ଦେଶକ ବଳରାମ ଭାର୍ଗବ ଗୃହ ମାମଲାର ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟଙ୍କୁ ସୂଚିତ କରାଇଛନ୍ତି ଯେ, ଭାରତ ବାୟୋଟେକ, କ୍ୟାଡିଲା ଓ ସିରମ ଇନଷ୍ଟିଚ୍ୟୁୟଟ ଅଫ ଇଣ୍ଡିଆ ଦ୍ଵାରା ଟିକା ପରୀକ୍ଷଣର ବିଭିନ୍ନ ସ୍ତରରେ ରହିଛି। ଭାରତ ବାୟୋଟେକ ଓ କ୍ୟାଡିଲା ଦ୍ଵାରା ବିକଶିତ ଟିକାର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ପ୍ରାୟତଃ ପୂରା ହୋଇ ସାରିଛି। ବୈଠକରେ ଉପସ୍ଥିତ ଜଣେ ସାଂସଦ ଏହାର ସୂଚନା ଦେଇଛନ୍ତି। ସରକାର ନିଷ୍ପତ୍ତି ନେଲେ କୋଭିଡ୍-୧୯ ଟିକାର ଜରୁରୀକାଳୀନ ମଞ୍ଜୁରୀ ଉପରେ ବିଚାର କରାଯାଇପାରିବ।
ସାଂସଦ କହିଛନ୍ତି ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଦ୍ଵାରା ବିକଶିତ ଟିକାର ବିକାଶ କାମ ସିରମ ଇନଷ୍ଟିଚ୍ୟୁୟଟ ଅଫ ଇଣ୍ଡିଆ ସମ୍ଭାଳିଛି। ଚଳିତ ସପ୍ତାହର ଶେଷ ଆଡକୁ ଏହାର ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଭାଗର ପରୀକ୍ଷଣ ଆରମ୍ଭ ହୋଇଯିବ। ଏଥିପାଇଁ ସମଗ୍ର ଦେଶରେ ୧୭ କେନ୍ଦ୍ରରେ ୧୭୦୦ ରୋଗୀଙ୍କୁ ଚିହ୍ନଟ କରାଯାଇଛି।