oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ସାବଧାନ ! ଏଣିକି କଏନ୍ ଅଚଳ କହି ନେବାକୁ ମନା କଲେ ରୁଜୁ ହେବ ରାଜଦ୍ରୋହ ମାମଲା, ଭୋଗିବାକୁ ପଡ଼ିବ ଦଣ୍ଡ

13/04/2022 at 6:38 PM

ନୂଆଦିଲ୍ଲୀ: ଆନେକ ସମୟରେ ମୁଦ୍ରା ପ୍ରଚଳନକୁ ନେଇ ଲୋକମାନେ ନିଜେ ମନଈଚ୍ଛା ଆଇନ୍ ତିଆରି କରିଦିଅନ୍ତି। ଗୁଜବ ଖବରରେ ବାସିଯାଇ ଏଇ ଟଙ୍କା ଅଚଳ, ସେଇ ଟଙ୍କା ଅଚଳ କହି ଉକ୍ତ ଟଙ୍କା ଦେଲେ ନିଅନ୍ତି ନାହିଁ। ଗୁଜୁରାଟରେ ପାଟନା ଜିଲ୍ଲାରେ ମଧ୍ୟ ଠିକ୍ ଏଭଳି ଘଟଣା ଘଟୁଛି। ସେଠାକାର ଖୁଚୁରା ବ୍ୟବସାୟୀମାନେ ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍‌ ନେଉନଥିଲେ। ବ୍ୟାଙ୍କ ନେଉ ନାହିଁ ବୋଲି ବାହାନା ଦେଖାଇ ସେମାନେ କଏନ୍‌ ନେବାକୁ ଅସ୍ୱୀକାର କରୁଛନ୍ତି।

ଗତ କିଛି ବର୍ଷ ହେଲା ଏଠାରେ ୫ ଓ ୧୦ ଟଙ୍କିଆ କଏନ୍‌ ଏକପ୍ରକାର ଅଚଳ ହୋଇଯାଇଛି। ପରିବାବାଲା, ପେଟ୍ରୋଲପମ୍ପ ବ୍ୟବସାୟୀ,ତେଜରାତୀ ଦୋକାନୀ ସମସ୍ତେ କଏନ୍‌ ନେବାକୁ ମନା କରିଦେଉଛନ୍ତି। ଏବେ ଲୋକମାନଭଙ୍କର ଏଭଳି ମନମାନିକୁ ନେଇ କ୍ଷୋଭ ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ। ଏବେ ଯଦି ଏମିତି ମନମାନି ହୁଏ ତେବେ ସିଧା ରାଜଦ୍ରୋହ ଅଭିଯୋଗ ଲଗାଇ ଦଣ୍ଡ ଦିଆଯିବ। ଏନେଇ ପାଟନର ଏସ୍‌ଡିଏମ୍‌ ଏକ ସର୍କୁଲାର ଜାରି କରିଛନ୍ତି।

ଏହି ସର୍କୁଲାର୍‌ରେ ଲେଖାଯାଇଛି ଯେ ଯେଉଁମାନେ ୫ ଓ ୧୦ ଟଙ୍କିଆ କଏନ୍ ନେବେ ନାହିଁ ଭାରତୀୟ ଦଣ୍ଡ ସଂହିତା ୧୨୪-A ଅନ୍ତର୍ଗତ ସେମାନଙ୍କ ବିରୋଧରେ ରାଜଦ୍ରୋହ ମାମଲା କରାଯିବ। ଯିଏ କଏନ୍‌ ନେବାକୁ ମନା କରିବେ ତାଙ୍କ ରାଜଦ୍ରୋହୀ ବୋଲି କୁହାଯିବ ବୋଲି ସର୍‌କୁଲାରରେ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା କୌଣସି ବି ଟଙ୍କାକୁ ନେବାକୁ ଅସ୍ୱୀକାର କଲେ ଧାରା ୧୨୪-A ଅନ୍ତର୍ଗତ ରାଜଦ୍ରୋହମ ମାମଲା ଲାଗିବ ବୋଲି ଏସ୍‌ଡିଏମ୍‌ ସଚିନ କୁମାର କହିଛନ୍ତି।

ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ୨୦୨୨ ଏପ୍ରିଲ ୯ ତାରିଖରେ ନବଜୀବନ ଠାରେ ଥିବା ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଇଥିଲେ। ହେଲେ ୫୦ ଟଙ୍କାରେ ପେଟ୍ରୋଲ ପକାଇବାକୁ କହି ୧୦ ଓ ୫ ଟଙ୍କିଆ କଏନ୍‌ ଦେବାରୁ କର୍ମଚାରୀ କଏନ୍‌ ଦେଖି ପେଟ୍ରୋଲ ପକାଇବାକୁ ମନା କରିଦେଇଥିଲେ।

ତେବେ ବ୍ୟକ୍ତି ଜଣଙ୍କ ପେଟ୍ରୋଲ ପମ୍ପ ମାଲିକଙ୍କୁ ଅଭିଯୋଗ କରିବା ପରେ ସେ କହିଥିଲେ ଯେ ବ୍ୟାଙ୍କ ନେଉ ନାହିଁ ତେଣୁ ଆମେ କେମିତି କଏନ୍‌ ନେବୁ। ପରେ ଥାନାରେ ମାମାଲା ହେବା ପରେ ପେଟ୍ରୋଲ ପମ୍ପ ମାଲିକ ଥାନାରେ ବୟାନ ବଦାଇଳ କହିଥିଲେ ଯେ ସେ କୌଣସି କର୍ମଚାରୀଙ୍କୁ କଏନ୍‌ ନେବାକୁ ମନା କରି ନାହାଁନ୍ତି।

   Related Posts