LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୀର୍ଘ ବର୍ଷର ଆଶା ପୂରଣ କଲେ ମୁଖ୍ୟମନ୍ତ୍ରୀ, ବିକାଶର ଏକ ଫର୍ଦ୍ଦରେ ଯୋଡି ହେବ ଛତ୍ରପୁର ନିର୍ବାଚନ ମଣ୍ଡଳୀ

27/03/2023 at 9:51 PM

ଖଲ୍ଲିକୋଟ: ଦୀର୍ଘ ବର୍ଷ ହେଲା ଯେଉଁ ଦାବୀ କରାଯାଉଥିଲା ତାହା ରବିବାର ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଗସ୍ତରେ ଆସି ଗଞ୍ଜାମ ଜିଲା ଦେଇ ପ୍ରବାହିତ ଋଷିକୁଲ୍ୟା ନଦୀରେ କଂସାରିଗଣ୍ଡ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ନେଇ ୧୫୨ କୋଟି ୧୦ଲକ୍ଷ ବ୍ୟୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବରଦା ଗ୍ରାମ ନିକଟ ନଦୀରେ ଏହି ଆନିକଟ ନିର୍ମାଣ କରାଯିବ । ଏହି ନିର୍ମାଣ ପ୍ରସ୍ତାବକୁ ପୂର୍ବରୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁର ହୋଇଛି। ଏହି ନିର୍ମାଣ ବାବଦରେ ୧୪୯ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଏହାର ରକ୍ଷାଣ ବେକ୍ଷଣରେ ୫ବର୍ଷ ପାଇଁ ୨ କୋଟି ୫୦ ଲକ୍ଷ ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ଦ୍ୱାରା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ, ଛତ୍ରପୁର ଓ ଗଞ୍ଜାମ ଏନଏସି ସମେତ  ବ୍ରହ୍ମପୁର ସହର ଲୋକଙ୍କୁ ମିଳିବ ବିଶୁଦ୍ଧ ପାଣି । ଏହାସହ ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ ଓ ପୁରୁଷୋତ୍ତମପୁର ବ୍ଲକ କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା , ଭୂତଳ ଜଳସ୍ତର ଉନ୍ନତି ଓ ୧୬୪ ହେକ୍ଟର ପରିମିତ ଅଚଂଳରେ ଆହୁରି ସହଜ ହୋଇପାରିବ ମାଛ ଚାଷ। ଏହାସହ ମୁଖ୍ୟମନ୍ତ୍ରୀ ଛତ୍ରପୁର ଅଚଂଳରେ ଆରମ୍ଭ କରିଥିବା ବିଭିନ୍ନ ଶିଳ୍ପ କାରଖାନାକୁ ମଧ୍ୟ ପାଣି ଯୋଗାଇବାରେ ସହାୟକ ହୋଇପାରିବ । ଏହି ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷରୁ ଦାବୀ ହୋଇ ଆସୁଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ବୋଲି ବିଧାୟକ ସୁବାସ ଚନ୍ଦ୍ର ବେହେରା ନିଜ ବକ୍ତବ୍ୟରେ କହିଥିଲେ।

ଛତ୍ରପୁର ନିର୍ବାଚନମଣ୍ଡଳୀ ପାଇଁ ଏହି ଦିନ ଏକ ସ୍ମରଣୀୟ ହୋଇରହିବ। ୨୦୧୯ରେ ବିଧାୟକ ଭାବେ ଶ୍ରୀ ବେହେରା ନିର୍ବାଚିତ ହେବା ପରେ ତାଙ୍କରି ପ୍ରଥମ ବିଧାନସଭା ଅଧିବେଶନ ଶୂନ୍ୟକାଳରେ ଋଷିକୁଲ୍ୟା ନିକଟରେ ବ୍ରିଜ ଓ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ପାଇଁ ସ୍ୱର ଉଠାଇଥିଲେ। ଏହାସହ ଏହି ପ୍ରକଳ୍ପ ପାଇଁ ୯ ଜୁଲାଇ ୨୦୨୧ରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ବ୍ଲକରେ ଅନୁଷ୍ଠିତ ଭିଡିଓ ଭିସି ଜରିଆରେ ୫ଟି ସଚିବ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରକଳ୍ପର ଅନୁମୋଦନ ପାଇଁ ଅନୁରୋଧ କରିଥିଲେ।

ସେହି ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଅନ୍ତସ୍ରୋତ ଜଳ ଭଣ୍ଡାର ପାଇଁ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଯାହା ଏବେ ଏହା ଫଳପଦ ହୋଇପାରିଛି ବୋଲି ବିଧାୟକ କହିଛନ୍ତି । ଯେହେତୁ ନିଜେ ୫ଟି ସଚିବ ଗଞ୍ଜାମ ଜିଲାପାଳ ଥିବା ସମୟରେ ଋଷିକୁଲ୍ୟା ନଦୀ ନିକଟରେ ଏହି ପ୍ରକଳ୍ପ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ବୋଲି ବିଧାୟକ କହିଛନ୍ତି। ପୂର୍ବରୁ ଋଷିକୁଲ୍ୟାର ବର୍ଷା ଦିନ ଛାଡି ଦେଲେ ଅନ୍ୟଦିନ ମାନଙ୍କରେ ଶୁଖିଲା ରହୁଥିଲା ଯାହାଫଳରେ ଚାଷ କାର୍ଯ୍ୟ ସମେତ ପାନୀୟ ଜଳ ବାଧା ସୃଷ୍ଟି ହେଉଥିଲା ।

ଏବେ ପାଣିକୁ ଏହି ପ୍ରକଳ୍ପ ଦ୍ୱାରା ଅଟକାଇ ଯାଇପାରିବ ଏବଂ ସବୁଦିନ ଏଠାରେ ପାଣିର ସମସ୍ୟାର ରହିବ ନାହିଁ । ଋଷିକୁଲ୍ୟା ନଦୀରୁ ଯେଉଁ ସବୁ ପାଣି ସମୁଦ୍ରକୁ ବହି ଯାଉଛି ତାହା ହେବନାହିଁ । କୃଷକ, ମତ୍ସ୍ୟଜିବୀ ସମେତ ଜନସାଧାରଣ ବହୁତ ଉପକୃତ ହୋଇପାରିବେ । ଛତ୍ରପୁର ମୁଖ୍ୟମନ୍ତ୍ରୀ ଗସ୍ତ ବେଳେ ଏହି ପ୍ରକଳ୍ପ ସହ ତାମ୍ପରା, ପିଏଚଡି ରୋଡ,ଶୁଖୁଆ ହାଟ, ୪ଟି ବିଜୁ ସେତୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଆଗାମୀ ଦିନରେ ଛତ୍ରପୁର ନିର୍ବାଚନମଣ୍ଡଳ ଏକ ବିକାଶ ଓ ସମୃଦ୍ଧି ଅଞ୍ଚଳ ଭାବେ ଗଢି ଉଠିବ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  ୫ଟି ସଚିବ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା।

   Related Posts