କ’ଣ ଔଷଧ ଖାଇବା ପରେ ଅଙ୍ଗୁର ଖାଇଲେ ଚାଲିଯାଏ ଜୀବନ ? ତଥ୍ୟରେ କେତେ ରହିଛି ସତ୍ୟତା
1/06/2023 at 1:45 PM

ନୂଆଦିଲ୍ଲୀ ୦୧।୦୬ :ଇଣ୍ଟରନେଟରେ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ ଟିପ୍ସ ଭାଇରାଲ ହୋଇଥାଏ । ଭାଇରାଲ୍ ହେଉଥିବା ଖବରରେ କିଛି ସତ୍ୟତା ଅଛି କି ନାହିଁ ତାହା ଅଜଣା । ଏପରି ସ୍ଥିତିରେ ଯଦି କିଛି ଟିପ୍ସ ଆପଣ ଆପଣାଇବାକୁ ଚାହୁଁଛନ୍ତି, ତେବେ ବିଶ୍ବାସ କରିବା ପୂର୍ବରୁ ଏବିଷୟରେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଆପଣଙ୍କ ନଜରରେ ନିଶ୍ଚୟ ପଡିଥିବ କି ଯଦି କେହି ଔଷଧ ଖାଇବା ପରେ ଅଙ୍ଗୁର ଖାଇଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ହୋଇପାରେ ମୃତ୍ୟୁ ।
You Can Read:
ବାସ୍ତବରେ କଣ ଏପରି ହୋଇଥାଏ କି ? ଏହି ଘଟଣାରେ କେତେ ରହିଛି ସତ୍ୟତା ? ଔଷଧ ଖାଇବା ପରେ ଯଦି ଅଙ୍ଗୁର ଖାଏ ତେବେ ମଣିଷ ମରିପାରେ କି ନାହିଁ । ଆସନ୍ତୁ ଜାଣିବା ଏହା ପଛର ସତ୍ୟତା କ’ଣ?ଇଣ୍ଟରନେଟରେ ସେୟାର କରାଯାଉଥିବା ତଥ୍ୟ ଅନୁଯାୟୀ, ଯଦି ଔଷଧ ଖାଇବା ପରେ ତୁରନ୍ତ ଅଙ୍ଗୁର ଖାଆନ୍ତି ତେବେ ଅସୁବିଧା ହୋଇପାରେ । ଏମିତିକି ଅଙ୍ଗୁର ଏପରି ପ୍ରତିକ୍ରିୟା କରେ ବେଳେବେଳେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖକୁ ନେଇପାରେ ।
You Can Read:
ଫ୍ୟାକ୍ଟ ଚେକ୍ ଅନୁଯାୟୀ, ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍ । ସେପରି କୌଣସି କାରଣ ନାହିଁ, ଯେଉଁଥିପାଇଁ ଜଣେ ବ୍ୟକ୍ତି ଔଷଧ ଖାଇବା ପରେ ତୁରନ୍ତ ଅଙ୍ଗୁର ଖାଇଲେ ମରିପାରେ । ଏହା ଉପରେ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ କହିଛନ୍ତି ଯେ ଏପରି କିଛି ହୁଏ ନାହିଁ । କିନ୍ତୁ ଏପରି କିଛି ଔଷଧ ରହିଛି ଯାହା ଅଙ୍ଗୁର ସଂସ୍ପର୍ଶରେ ଆସିଲେ ପ୍ରତିକ୍ରିୟା କରେ । କିନ୍ତୁ ଅଙ୍ଗୁର ସବୁ ଔଷଧ ସହ ପ୍ରତିକ୍ରିୟା କରିନଥାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜଣେ ବ୍ୟକ୍ତି ଏହା ହେତୁ ମୃତ୍ୟୁବରଣ କରିବ । ଏମିତିକି ଏପରି କିଛି ଘଟଣା ଆଜିଯାଏଁ ସାମ୍ନାକୁ ଆସିନାହିଁ ।
You Can Read: