ଯଦି ପରମାଣୁ ବିସ୍ଫୋରଣ କରେ ଋଷ ତେବେ ଲୋକଙ୍କୁ କ’ଣ କରିବାକୁ ହେବ? ଜାରି ହେଲା ଆଡଭାଇଜରୀ

Published By : Prameya-News7 Bureau | September 25, 2022 IST

ୱାସିଂଟନ ୨୫।୯: ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ୬ ମାସ ପୁରିଛି। ତେବେ ଯୁଦ୍ଧ କୌଣସି ନିର୍ଣ୍ଣାୟକ ମୋଡରେ ପହଞ୍ଚି ପାରିନି। ଏଥିରେ ଋଷିଆ ଏବେ ପରମାଣୁ ଯୁଦ୍ଧର ଧମକ ଦେଇଛି। ତେବେ ଯୁଦ୍ଧ ଯଦି ପରମାଣୁ ଅସ୍ତ୍ରଶସ୍ତ୍ର ଆଡକୁ ମୁହାଁଇଲା ଏଥିଲାଗି ଆମେରିକା ନିଜ ନାଗରିକଙ୍କୁ ସତର୍କ କରିଛି। ଏପରି ଯୁଦ୍ଧ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଛି। ଏଥିଲାଗି ଏକ ଆଡଭାଇଜରି ମଧ୍ୟ ଜାରି କରିଛି। ତେବେ ଆସନ୍ତୁ ଜାଣିବା ପରମାଣୁ ଯୁଦ୍ଧକାଳରେ ଓ ପରେ କରିବାକୁ ହେବ କ’ଣ?

କ’ଣ କରିବେ ବିସ୍ପୋରଣ ପରେ
ଆଡଭାଇଜରୀରେ ବିସ୍ଫୋରଣ ତୁରନ୍ତ ପରେ ଲୋକଙ୍କୁ ଗାଧୋଇବାକୁ କୁହାଯାଇଛି। ସଫାପାଣିରେ ଗାଧୋଇପାରିବେ, ଗାଧୋଇବା ବେଳେ ସାବୁନ ମଧ୍ୟ ଲଗାଇ ପାରିବେ। ତେବେ ଗାଧୋଇବା ସମୟରେ ଦେହ ଘଷିଘାଷିହେବା କି କୁଣ୍ଡେଇ ଖଣ୍ଡିଆ କରିବାକୁ ମନା କରାଯାଇଛି। ଏହା ବଦଳ ପାଣିରେ ଧିରେ ଧିରେ ଶରୀରକୁ ଧୋଇ ସଫା କରିବାକୁ କୁହାଯାଇଛି।

କରନ୍ତୁନି ହେୟର କଣ୍ଡିସନର
ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ଯଦି ପରମାଣୁ ବିସ୍ପୋରଣ ଭଳି ପରିସ୍ଥିତି ଉପୁଜେ ଓ ବିସ୍ଫୋରଣ ହୁଏ ଏହା ପରେ ହେୟାର କଣ୍ଡିସନର ବ୍ୟବହାର ନ କରିବାକୁ କୁହାଯାଇଛି। ପରମାଣୁ ବିସ୍ଫୋରଣ ପରେ ଏଥିରୁ ବାହାରୁଥିବା ରେଡିଓ ଆକ୍ଟିଭ ଧୂଳି ବାଦଲ ଦେହରେ ଲାଗି ଯାଏ। ଏହା ଛଡା ରେଡିଓ ଧର୍ମି ଧୂଳି ପୁରା ପରିବେଶରେ ଭରିଯାଇଥାଏ। ହେୟାର କଣ୍ଡିସନରରେ ତୈଳ ଓ ସର୍ଫେସ ଆକ୍ଟିଭ ଏଜେଣ୍ଟ ଥିବା ଯୋଗୁ ବିସ୍ଫୋରଣ ପରେ ହେୟାର କଣ୍ଡିସନର ବ୍ୟବହାର ନ କରିବାକୁ କୁହାଯାଇଛି। ଶରୀର ସହ ରେଡିଓଆକ୍ଟିଭ ଡଷ୍ଟର ସିଧା ସମ୍ପର୍କ ବିପଦଜନକ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.