oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ନେନସୀ ପେଲୋସୀଙ୍କ ପ୍ରସ୍ତାବିତ ତାଇୱାନ ଗସ୍ତକୁ ନେଇ ଚୀନ୍‌ କ୍ଷୁବ୍ଧ, କହିଲା ପରିଣାମ ପାଇଁ ଦାୟୀ ରହିବ ଆମେରିକା

30/07/2022 at 2:32 PM

ବେଜିଂ ୩୦।୭:  ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ ସ୍ପିକର ନେନସୀ ପେଲୋସୀଙ୍କ ସମ୍ଭାବିତ ତାଇୱାନ ଯାତ୍ରା ଚୀନ୍ ଓ ଆମେରିକା ଉତ୍ତେଜନା ବୃଦ୍ଧିର କାରଣ ପାଲଟିଛି। ପେଲୋସୀ ଶୁକ୍ରବାର ତାଇୱାନ ଗସ୍ତରେ ପହଞ୍ଚି ପାରନ୍ତି। ଯାହା ଚୀନକୁ କ୍ଷୁବ୍ଧ କରିଥିବା ବେଳେ ଏବେ ଖୋଲା ଧମକ ଦେବାକୁ ଓହ୍ଲାଇ ଆସିଛି।  ଏଥିରେ ଯଦି ସ୍ପିକର ଆମେରିକୀୟ ସେନାର ଫାଇଟର ଜେଟ୍ ଏସ୍କର୍ଟରେ ତାଇୱାନକୁ ପ୍ରବେଶ କରନ୍ତି ତେବେ ଆମେ ଗୁଳିକରି ଖସାଇ ଦେବାକୁ ପଛଘୁଞ୍ଚା ଦେବୁ ନାହିଁ ବୋଲି ଚୀନ୍ କହିଛି।

ଗତ ଗୁରୁବାର ଆମେରିକା ଓ ଚୀନ୍‌ ରାଷ୍ଟ୍ରପତିଙ୍କ ମଧ୍ୟରେ ଦୀର୍ଘ ଟେଲିଫୋନ ଆଳାପ ହୋଇଥିଲା। ଏଥିରୁ ଉତ୍ତେଜନା ହ୍ରାସ ପାଇବା ବଦଳେ ଏବେ ଅଧିକ ବଢି ଯାଇଛି। ଚୀନ୍‌ ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସର କମେଣ୍ଟେଟର ହୁ ଜିଜିନ ପ୍ରସଙ୍ଗରେ ଏକ ଟ୍ୱଟ୍ କରିଛନ୍ତି। ଏଥିରେ ଯଦି ଆମେରିକା ସେନାର ଯୁଦ୍ଧବିମାନ ତାଇୱାନରେ ପେଲୋସୀଙ୍କ ପ୍ଲେନକୁ ଏସ୍କର୍ଟ କରନ୍ତି ତେବେ ଆକ୍ରମଣ ନିଶ୍ଚିତ ହେବ ବୋଲି ଉଲ୍ଲେଖ କରିଛନ୍ତି।

ଚେତାବନୀ ରୂପେ ଗୁଳିଗୋଳା ପ୍ରୟୋଗ କରି ଅଥବା ଅନ୍ୟ ଉପାୟରେ ପେଲୋସୀଙ୍କ ପ୍ଲେନ ଓ ଆମେରିକୀୟ ଯୁଦ୍ଧବିମାନଙ୍କୁ ଅଟକାଇବାର ଅଧିକାର ପିଏଲଏର ଅଛି ବୋଲି ସେ ଉଲ୍ଲେଖ କରିଛନ୍ତି।  ଯଦି ଏହା ପ୍ରଭାବୀ ନ ହୁଏ ମାରି ଖସେଇଦେବାରେ ବି କିଛି ଅସୁବିଧା ନାହିଁ ବୋଲି କହିଛନ୍ତି। ଏହା ପୂର୍ବରୁ ଆମେରିକାକୁ ରେଡ ଲାଇନ ପାର ନ କରିବା ପାଇଁ  ଚୀନ୍ ଚେତାଇ ଥିଲା। ତେବେ ଏହାକୁ ନେଇ ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ୨ ଘଣ୍ଟା ୧୭ ମିନିଟ କାଳ ଟେଲିଫୋନ ଆଳାପ  କରିଥିଲେ।

ଏଥିରେ ତାଇୱାନକୁ ନେଇ ଆମେରିକାର ନୀତିରେ କୌଣସି ପରିବର୍ତ୍ତନ ଆସି ନଥିବା ଜିନପିଙ୍ଗଙ୍କୁ ବାଇଡେନ କହିଥିଲେ। ଏହି ଆଲୋଚନା ପରେ ଚୀନ୍‌ ଏକ ଦୀର୍ଘ ବୟାନ ଜାରୀ କରିଥିଲା, ଯେଉଁଥିରେ ଆମେରିକା ଲାଗି ଚୀନ୍‌ର ଶବ୍ଦଗୁଡିକ ଧମକପୂର୍ଣ୍ଣ ଥିଲା। ଏଥିରେ ଜିନପିଙ୍ଗ କହିଥିଲେ ନିଆଁରେ ଖେଳିବା ଲୋକେ ଜଳି ଯାଆନ୍ତି। ଏଣୁ ଆଶା କରୁଛୁ ଆମେରିକା ଏହା ଉପରେ ସ୍ପଷ୍ଟ ନଜର ରଖିବ । ଏଣୁ ଆମେରିକାକୁ ୱାନ ଚାଇନା ନୀତିକୁ ସ୍ୱୀକାର କରିବାକୁ ହେବ ଓ ଏହାକୁ ନିଜର ବୟାନ ଓ କାର୍ଯ୍ୟରେ ଲାଗୁ କରିବାଖୁ ହେବ ବୋଲି ଜିନପିଙ୍ଗ କହିଥିଲେ। ବୟାନରେ ଚୀନ୍‌ ତାଇୱାନ ଜଳକ୍ଷେତ୍ର ଉପରେ ନିଜର ପ୍ରଭୁତ୍ୱ ଜାହିର କରିଥିଲା।

ସେହିପରି ଚୀନ୍ ବିଦେଶମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିନ ଶୁକ୍ରବାର ଏକ ମିଡିଆ ବ୍ରିଫିଙ୍ଗରେ ଯଦି ପେଲୋସୀ ତାଇୱାନ ଆସନ୍ତି ତେବେ ଏହାର ପରିଣାମ ଆମେରିକାକୁ ଭୋଗିବାକୁ ପଡିବ ବୋଲି କହିଛନ୍ତି। ଏଥିରେ ପେଣ୍ଟାଗନ ପ୍ରେସ ସଚିବ ଜନ କିର୍ବି କୌଣସି ପ୍ରକାର ସୈନ୍ୟ ବିପଦକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଆମ ପାଖରେ ଏପରି କୌଣସି ମଜଭୁତ ପ୍ରମାଣ ନାହିଁ ଯେ ଚୀନ ସୈନ୍ୟ ଦୃଷ୍ଟିକୋଣରୁ କୌଣସି ଯୋଜନାରେ ଅଛି ବୋଲି। ତେବେ ପେଲୋସୀ ତାଙ୍କ ଏସିଆ ଯାତ୍ରା କାଳରେ ତାଇୱାନ ଯିବେ କି ନା ସେ ନେଇ ସେ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି।

ଏହି ଗସ୍ତରେ ପେଲୋସୀ ଜାପାନ, ସାଉଥକୋରିଆ, ମାଲେସିଆ ଓ ସିଙ୍ଗାପୁର ଯାତ୍ରା କରିବେ। ତେବେ ଚୀନ୍‌ ନୌସେନା ଦକ୍ଷିଣ ଚୀନ ସାଗରରେ ୟୁଏସଏସ୍ ରୋନାଲ୍ଡ ରିଗନ ଯୁଦ୍ଧପୋତ ଉପରେ ନଜର ରଖି ରହିଛି। ଏହି ଏୟାରକ୍ରାଫ୍ଟ କ୍ୟାରିୟରର ଗତି ବିଦ୍ଧି ଉପରେ ଚୀନ୍ ସତର୍କ ଦୃଷ୍ଟି ରଖିଥିବା ଜଣାପଡିଛି।

   Related Posts