ଦଣ୍ଡପୂର୍ବରୁ ମୃତ୍ୟୁ ହେଲେ ପାକିସ୍ତାନ 'ଡି' ଚୌକରେ ୩ ଦିନ ଝୁଲିବ ମୁଶର୍ରଫଙ୍କ ଶବ: କୋର୍ଟ

Published By : Prameya-News7 Bureau | December 19, 2019 IST

ଇସ୍ଲାମାବାଦ : ପୂର୍ବ ସେନା ଏକଛତ୍ରବାଦୀ ପରଭେଜ ମୁଶର୍ରଫଙ୍କୁ ମୃତ୍ୟୁଦଣ୍ଡାଦେଶ କରିଥିବା ପାକିସ୍ତାନ ସ୍ୱତନ୍ତ୍ର କୋର୍ଟ ଗୁରୁବାର ତାଙ୍କର ନିଷ୍ପତ୍ତି ଚୂଡାନ୍ତ କରିଛନ୍ତି। ଏଥିରେ ଯଦି ଦଣ୍ଡବିଧାନ ପୂର୍ବରୁ ମୁଶର୍ରଫଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ଶବକୁ ଇସ୍ଲାମାବାଦ ସେଣ୍ଟ୍ରାଲ ଚୌକକୁ ଘୋଷାରି ଘୋଷାରି ଆଣି ସେଠାରେ ୩ ଦିନ ପର୍ଯ୍ୟନ୍ତ ଝୁଲାଇ ରଖାଯାଉ ବୋଲି ଉଲ୍ଲେଖ କରିଛନ୍ତି। ଗତ ମଙ୍ଗଳବାର ମୁଶର୍ରଫଙ୍କୁ ମୃତ୍ୟୁଦଣ୍ଡାଦେଶ କରିଥିବା ୩ ସଦସୀୟ ଖଣ୍ଡପୀଠର ମୁଖ୍ୟ ତଥା ପେଶାବର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ବକାର ଅହମ୍ମଦ ସେଠ ୧୬୭ ପୃଷ୍ଠାର ରାୟରେ ଦଣ୍ଡପାଳନ ନେଇ ବିସ୍ତୃତ ବ୍ୟାଖ୍ୟା କରିଛନ୍ତି।

{"align":"center","id":199910,"width":563,"height":562,"sizeSlug":"large"}

ଏଥିରେ ମୃତ୍ୟୁଦଣ୍ଡ ବିଧାନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ ହେଲେ ବି ଦଣ୍ଡ ନିଶ୍ଚିତ ପାଳନୀୟ ବୋଲି ଉଲ୍ଲେଖ କରିଛନ୍ତି । ଏଣୁ ଆବଶ୍ୟକ ପଡିଲେ ତାଙ୍କ ଶବକୁ ମଧ୍ୟ ଫାଶୀରେ ଝୁଲା ଯାଇପାରେ। କାରଣ ଆମେ ଆଇନ ପାଳନକାରୀ ସଂସ୍ଥାଙ୍କୁ ପଳାତକ ଦୋଷୀଙ୍କ ଗିରଫ କରିବା ଲାଗି ସମ୍ପୂର୍ଣ୍ଣ ସାମର୍ଥ୍ୟର ଉପଯୋଗ ନିମନ୍ତେ ନିର୍ଦ୍ଦେଶ ଦେଇଥାଉ। କାରଣ ଦୋଷୀ କରିଥିବା ଅପରାଧ ଲାଗି ଯେପରି ତାକୁ ଉଚିତ ଦଣ୍ଡ ମିଳେ। ଏଣୁ ଯଦି ମୁଶର୍ରଫ ମୃତାବସ୍ଥାରେ ମିଳନ୍ତି ତେବେ ତାଙ୍କ ଶବକୁ ଘୋଷାରି ଘୋଷାରି 'ଡି ଚୌକ'କୁ ଅଣାଯିବା ସହ ସେଠାରେ ୩ ଦିନ ପର୍ଯ୍ୟନ୍ତ ଫାଶୀରେ ଝୁଲାଇ ରଖିବା ଉଚିତ୍।

{"id":199913,"sizeSlug":"large"}
1041495

ତତ୍କାଳୀନ ପାକ୍ ପ୍ରଧାନମନ୍ତ୍ରୀ ମିଆଁ ନୱାଜ୍ ସରିଫଙ୍କ ସରକାରରେ ସେନା ଅଧିକାରୀ ସୟଦ ପରଭେଜ ମୁଶର୍ରଫଙ୍କୁ ୧୯୯୮ ମସିହାରେ ଦେଶର ସେନାମୁଖ୍ୟ ପଦୋନ୍ନତି ପ୍ରଦାନ କରାଯାଇଥିଲା। ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାକ୍ ସେନା କାର୍ଗିଲରେ ଅନୁପ୍ରବେଶ କରିଥିଲେ। ତେବେ ଏଥିଲାଗି ପରେ ଭାରତ-ପାକ୍ ସମ୍ପର୍କ ତିକ୍ତ ହୋଇଥିବା ବେଳେ ସେନା ମୁଖ୍ୟପଦରୁ ମୁଶର୍ରଫଙ୍କୁ ସରିଫ ବହିଷ୍କାର କରିଥିଲେ। ତେବେ ମୁଶର୍ରଫ ସାମରିକ ବିଦ୍ରୋହ କରି ସରିଫଙ୍କୁ କ୍ଷମତାଚ୍ୟୁତ କରିବା ସହ ଦେଶର ଶାସନ ଡୋରୀ ହାତେଇନେଇଥିଲେ। ଏଥିଲାଗି ଦେଶରେ ଅଚାନକ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିବା ବେଳେ ପରେ ଏଥିଲାଗି ତାଙ୍କ ବିରୋଧରେ ଦେଶଦ୍ରୋହ ମୋମକଦ୍ଦମା ରୁଜୁ ହୋଇଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.