ଯଦି ଶେଷ ତାରିଖ ସୁଧା ଭରି ନାହାନ୍ତି ITR ଜାଣନ୍ତୁ କରିବେ କ’ଣ, କେତେ ଦେବାକୁ ହେବ ଜରିମାନା ?

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩।୧: ଆୟକର ବିଭାଗ ୨୦୧୯-୨୦ ଆର୍ଥିକବର୍ଷ  ନିମନ୍ତେ ଆୟକର ରିଟର୍ଣ୍ଣ ଲାଗି ଜାନୁୟାରୀ ୧୦ ତାରିଖ ଶେଷ ଦିନ ଘୋଷଣା କରିଥିଲେ। ପୂର୍ବରୁ ଏହି ସମୟ ସୀମା ଡିସେମ୍ବର ୩୧ ଥିବା ବେଳେ ବିଭାଗ ଆଉ ୧୦ ଦିନ ସମୟ ସମ୍ପ୍ରସାରଣ କରିଥିଲେ। ହେଲେ ବି ଅନେକ କରଦାତା ରିଟର୍ଣ୍ଣ ଦାଖଲରେ ବିଫଳ ହେବା ସହ ସମୟ ସମ୍ପ୍ରସାରଣ ଲାଗି ନିବେଦନ କରିଛନ୍ତି। ଆୟକର ବିଭାଗ ପ୍ରସଙ୍ଗରେ ଏକ ଅଧିକାରୀକ ଆଦେଶ ଜାରି କରିଥିବା ବେଳେ କରଦାତାଙ୍କ ଏପରି ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଦେଶରେ କରୋନା ଭାଇରସ ମହାମାରୀ ପ୍ରକୋପ ଯୋଗୁ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବାରମ୍ବାର ସମ୍ପ୍ରସାରଣ କରାଯାଇଛି। ଏମିତିରେ ଆକଳନ ବର୍ଷ ଲାଗି ଆୟକର ରିଟର୍ଣ୍ଣ ଲାଗି ଜୁଲାଇ ୩୧ ତାରିଖ ଶେଷ ଦିନ। ତେବେ ଆୟକର ବିଭାଗ ଏହାକୁ ୩ ଥର ସମ୍ପ୍ରସାରଣ କରିଥିଲେ। ଚଳିତବର୍ଷ ଆୟକରଦାତାଙ୍କ ସଂଖ୍ୟାରେ ୬ ପ୍ରତିଶତ ଅଭିବୃଦ୍ଧି ସହ ୬ କୋଟିରେ ପହଞ୍ଚିଛି।

ଆୟକରଦାତାଙ୍କ ମଧ୍ୟରେ ଅଧିକାଂଶ କମ୍ପାନୀ ଓ ସେମାନଙ୍କ ୟୁନିଟ୍‌ ମାନେ ଅଛନ୍ତି। ୨୦୧୯-୨୦ ଲାଗି ୧୦ ଜାନୁୟାରୀ ୨୦୨୧ସୁଧା ୫.୯୫ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ ହୋଇଛି। ବ୍ୟକ୍ତିଗତ ଆୟକର ଦାଖଲ ଲାଗି ୧୦ ଜାନୁୟାରୀ ଶେଷ ଦିନ ଥିଲା। ତେବେ କମ୍ପାନୀମାନଙ୍କ ଲାଗି ଏହି ସମୟ ସୀମା  ଫେବୃଆରୀ ୧୫ ଧାର୍ଯ୍ୟ ହୋଇଛି।

ଯଦି ନିର୍ଦ୍ଧାରିତ ତାରିଖ ସୁଧା ଆୟକର ଦାଖଲ କରି ପାରିନାହାନ୍ତି ଏବେବି ଆପଣଙ୍କ ହାତରେ ସମୟ ଅଛି। ବିଳମ୍ବରେ ରିଟର୍ଣ୍ଣ ପୂରଣକୁ ଆୟକର ବିଭାଗ ‘ବିଲେଟେଡ’ ରିଟର୍ଣ୍ଣ ଭାବେ ଗ୍ରହଣ କରନ୍ତି। ତେବେ ଏଥିନିମନ୍ତେ ଆୟକର ବିଭାଗ ଜରିମାନା ଲଗାଇବେ। ଆୟକର ରିଟର୍ଣ୍ଣ ଦାଖଲର ଶେଷ ସମୟ ଡିସେମ୍ବର ୩୧ରୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ। ଏଣୁ  ପ୍ରାୟ ୧୦ ହଜାର ଟଙ୍କା ଜରିମାନା କରିପାରନ୍ତି।

ସେହିପରି  ଶ୍ୱଳ୍ପ କରଦାତା ( ଯେଉଁମାନଙ୍କ ବାର୍ଷିକ ଆୟ ସର୍ବାଧିକ ୫ଲକ୍ଷ) ସେମାନେ ୩୧ ମାର୍ଚ୍ଚ ସୁଧା ରିଟର୍ଣ୍ଣ ଫାଇଲ ନ କଲେ ସେମାନଙ୍କ ଲାଗି ୧ ହଜାର ଟଙ୍କା ଜରିମାନା ହୋଇଥାଏ। ଏଣୁ ଶେଷ ତାରିଖ ସୁଧା ରିଟିର୍ଣ୍ଣ  ଭରି ନ ପାରିଥିଲେ ଜରିମନା ସହ ଦେୟ ପୈଠ କରିବାକୁ ହେବ। ବିଲେଟେଡ ରିଟର୍ଣ୍ଣ ଫାଇଲିଂରେ ବିଳମ୍ବ ହୋଇଥିଲେ ଜରିମନା ନିଶ୍ଚିତ ଦେବାକୁ ପଡିବ। କେବଳ ଜରିମନା ନୁହେଁ ଏହା ସହ ଆୟକର ରିଟର୍ଣ୍ଣ ଦାଖଲ ପର୍ଯ୍ୟନ୍ତ ପ୍ରତି ମାସର ଦେୟ ଉପରେ ସୁଧ ମଧ୍ୟ ପୈଠ କରିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.