ଯେଉଁଠି ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେବ : DMET

Published By : Prameya-News7 Bureau | October 07, 2021 IST

ଭୁବନେଶ୍ବର ୭।୧୦: ଭୁବନେଶ୍ବରର ଯେଉଁ ସ୍ଥାନରେ ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯିବ ବୋଲି ଡିଏମଇଟି ସିବିକେ ମହାନ୍ତି । ପୂର୍ବରୁ କିଛି ସ୍ଥାନରେ ସଂକ୍ରମଣ ବଢିବା ଏବଂ ଲୋକମାନଙ୍କ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା । ୭ ଦିନ ହେଲାଣି ସଂକ୍ରମଣ ଉପର ତଳ ହେଉଛି । ମାତ୍ର କିଛି ସଂକ୍ରମଣ ଭୁବନେଶ୍ବରରେ ବଢିଛି । ସଂକ୍ରମଣ ବୃଦ୍ଧି ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ନିର୍ଭର କରୁଛି ବୋଲି ଡିଏମଇଟି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୯୯୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୧୧୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୬୫୯୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୦୪୪୩୬୩୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.