ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ରିକିଂ ପଣ୍ଟିଂଙ୍କ ଓ୍ଵାର୍ଲ୍ଡ ରେକର୍ଡର ବରାବର କରିବାକୁ ରୋହିତଙ୍କ ପାଖରେ ସୁଯୋଗ

10/07/2022 at 6:18 PM

ନର୍ଟିଂହାମ: ନର୍ଟିଂହାମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଘରୋଇ ଇଂଲଣ୍ଡ ନିଜର ସମ୍ମାନ ରକ୍ଷା ପାଇଁ ଆଜି ପଡିଆକୁ ଓହ୍ଲାଇବ। ଇଂଲଣ୍ଡକୁ ହରାଇ କ୍ଲିନ ସୁଇପ୍ କରିବା ଲକ୍ଷ୍ୟ ରଖିଛି ରୋହିତ ବାହିନୀ। ଯଦି ଭାରତ ଆଜିର ମ୍ୟାଚ୍ ଜିତି ନିଏ ତବେ ରୋହିତ ଶର୍ମା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ୧୯ ବର୍ଷର ପୁରୁଣା ରେକର୍ଡର ସମକକ୍ଷ ହୋଇ ପାରିବେ।

ରୋହିତ ଶର୍ମା ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକଟରେ ଲଗାତାର ୧୯ ମୁକାବିଲା ଜରି ସାରିଛନ୍ତି। ତେବେ ଅଧିନାୟକ ଭାବେ ସମସ୍ତ ଫର୍ମାଟରେ ଲଗାତାର ଅଧିକ ମ୍ୟାଚ୍ ଜିତିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମରେ ରହିଛି। ପଣ୍ଟିଂ ୨୦୦୩ରେ ନିଜ ଦଳକୁ ଲଗାତାର ୨୦ଟି ମ୍ୟାଚ୍ ଜିତାଇଥିଲେ। ଯଦି ରୋହିତ ଶର୍ମା ଆଜି ଇଂଲଣ୍ଡକୁ ହରାଇ ଦିଅନ୍ତି ତେବେ ପଣ୍ଟିଂଙ୍କ ରେକର୍ଡର ବରାବର କରି ପାରିବେ।

ପ୍ରଥମ ଦୁଇଟି ଟି-୨୦ରେ ଭାରତ ଦମଦାର ପ୍ରଦର୍ଶନ କରିଛି। ସାଉଥମ୍ପଟନରେ ଇଂଲଣ୍ଡକୁ ୧୪୮ ରନରେ ଅଲଆଉଟ୍ କରି ମ୍ୟାଚ୍‌କୁ ୫୦ ରନରେ ଜିତିଥିଲା ଭାରତ। ପୁଣି ଏଜବାଷ୍ଟନରେ ରୋହିତ ବାହିନୀ ଘରୋଇ ଦଳକୁ ୪୯ ରନରେ ହରାଇଛି। ଦ୍ଵିତୀୟ ମୁକାବିଲାରେ ଇଂଲଣ୍ଡ ୧୨୧ ରନରେ ଅଲଆଉଟ୍ ହୋଇଥିଲା। ଭାରତ ଇଂଲଣ୍ଡକୁ ଟି-୨୦ରେ ଲଗାତାର ଦୁଇ ଥର ୧୫୦ରୁ ତଳକୁ ଅଲଆଉଟ୍ କରିବାରେ ପ୍ରଥମ ଦଳ ହୋଇ ପାରିଛି।

   Related Posts