scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯଦି ଦେଶର ନାଁ BHARATକୁ ପରିବର୍ତ୍ତିତ ହୁଏ, ତେବେ ଠପ୍‌ ହୋଇଯିବକି’ ଭାରତୀୟ ଓ୍ବେବସାଇଟ୍‌ ?

5/09/2023 at 6:11 PM

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନକୁ ନେଇ ଚର୍ଚ୍ଚା ଲାଗିରହିଛି। ଏହି ସ୍ବତନ୍ତ୍ର ଅଧିବେଶନର କୌଣସି କାରଣ ମଧ୍ୟ ସାମ୍ନାକୁ ଆସିନାହିଁ। କିନ୍ତୁ ମଙ୍ଗଳବାର ଆସିଥିବା ଏକ ସୂଚନାକୁ ନେଇ ଚର୍ଚ୍ଚା ପୁଣି ଜୋର୍‌ ଧରିଛି। କୁହାଯାଉଛି ଯେ, ସରକାର ଏହି ସ୍ବତନ୍ତ୍ର ଅଧିବେଶରେ ଦେଶର ନାମ ଭାରତ କରିବା ନେଇ ପ୍ରସ୍ତାବ ରଖିପାରନ୍ତି।

ଦେଶର ନାମକୁ Indiaରୁ ଭାରତ କରିବା ନେଇ ଅନେକ ଥର ଦାବି ଉଠିସାରିଛି। ଅବଶ୍ୟ ଦେଶର ଏହି ଦୁଇ ନାଁ ସମ୍ବିଧାନରେ ଅଛି। ଏମିତିରେ ଇଣ୍ଡିଆ ନାମ ହଟାଇବା ଦ୍ବାରା ଅନେକ ପରିବର୍ତ୍ତନ ହୋଇପାରେ। ଏଥିରେ ଗୋଟିଏ ହେଉଛି ପରିବର୍ତ୍ତନ ଫଳରେ ଏକାଧିକ ଓ୍ବେବସାଇଟ୍ସ ଉପରେ ପ୍ରଭାବ ପଡ଼ିପାରେ। ଏହି ସବୁ ଓ୍ବେବସାଇଟ୍, ଯାହା .In ଡୋମେନରେ କାମ କରୁଛନ୍ତି ସେସବୁକୁ ବଦଳାଯାଇପାରେ। ​‌ତେବେ ଏପରି କିଛି ହେବ କି’ ନାହିଁ ତାହା ନିଶ୍ଚିତ ନୁହେଁ। ଏହା କେବଳ ଚର୍ଚ୍ଚା।

ଆହୁରି ପଢ଼ନ୍ତୁ: ସଂସଦର ସ୍ଵତନ୍ତ୍ର ଅଧିବେଶନରେ ଆସିବ ଦେଶର ନାମ ପରିବର୍ତ୍ତନର ପ୍ରସ୍ତାବ ! ଏମିତି ରହିଛି ସରକାରଙ୍କ ଏଜେଣ୍ଡା

TLD ଉପରେ ପଡ଼ିପାରେ ପ୍ରଭାବ:

କୌଣସି ଦେଶର ନାମ ବଦଳାଇବା ଦ୍ବାରା ଏହାର ଟପ୍‌ ଲେବୁଲ ଡୋମେନ୍‌ ଅର୍ଥାତ୍‌ (TLD) ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ଟିଏଲଡି ଗୋଟିଏ କିମ୍ବା ଦୁଇ ଅକ୍ଷର ବିଶିଷ୍ଟ ଡୋମେନ୍‌ ହୋଇଥାଏ, ଯାହା କୌଣସି ଦେଶର ପରିଚୟ ସହ ଜଡ଼ିତ। ଯେମିତିକି ଆମେରିକାରେ .us, ୟୁନାଇଟେଡ୍‌ କିଙ୍ଗଡମ୍‌ରେ .uk, ଜର୍ମାନୀରେ .deର ବ୍ୟବହାର ହୋଇଥାଏ। ଯେତେବେଳେ କୌଣସି ଦେଶ ନିଜର ନାମ ବଦଳାଇଥାଏ, ତେବେ ଟିଏଲଡି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।

ଆବଶ୍ୟକତା ହୋଇଥାଏ ICANNର ସହଯୋଗ:

ଯଦି କୌଣସି ଦେଶ ଏହାର ନାମ Xରୁ ବଦଳାଇ Y କରିଥାଏ, ତେବେ​‌ ଏହାର TLD କୁ ମଧ୍ୟ .cxରୁ ବଦଳାଇ .cy କରିପାରେ। ଏଥିପାଇଁ Internet Assigned Numbers Authotiry (IANA) ଏବଂ ICANNର ସହଯୋଗର ଆବଶ୍ୟକତା ହୋଇଥାଏ। ଏହି ସଂସ୍ଥା ବିଶ୍ବ ସ୍ତରରେ ଡୋମେନ୍‌ ନାମ ଏବଂ ଆଇପି ଆଡ୍ରେସ୍‌କୁ ମ୍ୟାନେଜ୍ କରିଥାଏ। ତେବେ ଏଭଳି ନକରି ଟିଏଲଡିକୁ ପୂର୍ବଭଳି ରଖାଯାଇପାରିବ।

ଆହୁରି ପଢ଼ନ୍ତୁ: ସରକାରଙ୍କ ବଡ଼ ପଦକ୍ଷେପ: ସଂସଦର ସ୍ୱତନ୍ତ୍ର ଅଧିବେଶରେ ଆଗତ ହେବ ୟୁସିସି,ୱାନ୍ ନେସନ ୱାନ ଇଲେକ୍ସନ ଓ ମହିଳା କୋଟା ବିଲ୍‌

ଲାଗିଥାଏ ଅଧିକ ସମୟ:

କୌଣସି ଦେଶର ଟିଏଲଡି ବଦଳାଇବା ପରେ ବି ଅନେକ ଦିଗ ଉପରେ ଧ୍ୟାନ ଦେବାକୁ ହେବ। ଡୋମେନ୍‌ ନାଁ ବଦଳାଇବା ଦ୍ବାରା ଓ୍ବେବସାଇଟ୍‌ର ରାକିଂ ଉପରେ କ’ଣ ପ୍ରଭାବ ପଡ଼ିବ ? ଏହା ବ୍ୟତୀତ ଏହି ଟ୍ରାଞ୍ଜିସନ କିଭଳି ହେବ ? ଟ୍ରାଞ୍ଜିସନ ସମୟରେ ଯେପରି ଉଭୟ ଟିଏଲଡି ଉପଲବ୍ଧ ହେବ। ପୁରୁଣା ଟିଏଲଡିକୁ ନୂଆ ନାମରେ ରିଡାଇରେକ୍ଟ କରାଯାଇପାରିବ। ଏଥିପାଇଁ ବର୍ତ୍ତମାନ ଓ୍ବେବସାଇଟ ଓନରଙ୍କୁ ସମୟ ଦରକାର ଏବଂ ଏହି ପ୍ରକ୍ରିୟା ଧୀରେ ଧୀରେ ହେବ।

ବଦଳିଯିବ ଓ୍ବେବସାଇଟ୍‌ର ୟୁଆରଏଲ, ଇମେଲ, ଏବଂ ଅନ୍ୟ ଆଇଡି:

ଦେଶରେ ବର୍ତ୍ତମାନ ଥିବା ଡୋମେନ୍‌ ଓନରଙ୍କୁ ଡୋମେନ୍‌କୁ ଅପଡେଟ କରିବାକୁ ହେବ। ଯଦି କେହି ଓନର ଡୋମେନ୍‌ ଚେଞ୍ଜ କରୁଛନ୍ତି ତେବେ ତାଙ୍କର ଓ୍ବେବସାଇଟ୍‌ର ୟୁଆରଏଲ, ଇମେଲ, ଏବଂ ଅନ୍ୟ ଆଇଡି ବଦଳିଯିବ। ଏହା ବ୍ୟତୀତ ଟିଏଲଡି ବଦଳାଇବା ସ୍ଥିତିରେ ଅନ୍ତରାଷ୍ଟ୍ରୀୟ ଅଧିକାରୀ ଏବଂ ଅର୍ଗାନାଇଜେସନରୁ କଥାବାର୍ତ୍ତା ହେବାକୁ ପଡ଼ିଥାଏ। ଯେଉଁଥିରେ ଏହି ମାଇଗ୍ରେସନକୁ ସହଜ କରାଯାଇପାରେ।

ଏତିକି ନୁହେଁ ଡୋମେନ ରେଜିଷ୍ଟ୍ରାର ସମେତ ଇଣ୍ଟରନାସନାଲ କମ୍ୟୁନିଟିକୁ ଏହି ପରିବର୍ତ୍ତନକୁ ମାନିବା ଏବଂ ଲାଗୁ କରିବାକୁ ହେବ। ଡୋମେନ୍‌ ରେଜିଷ୍ଟ୍ରାର ଏବଂ ହୋଷ୍ଟିଂ ପ୍ରୋଭାଇଡର୍ସଙ୍କୁ ନିଜର ସିଷ୍ଟମକୁ ନୂଆ ଟିଏଲଡିକୁ ଅପଡେଟ କରିବାକୁ ହେବ। ଏହି ପ୍ରକ୍ରିୟାରେ ସମୟ ଲାଗିବ।

   Related Posts