‘ମୁଁ ଚୟନକର୍ତ୍ତା ହୋଇଥିଲେ ମୋ ଜାଗାରେ ଶୁଭମନ୍ଙ୍କୁ ବାଛିଥାନ୍ତି’: ଶିଖର ଧାୱନ୍
26/03/2023 at 3:13 PM

ନୂଆଦିଲ୍ଲୀ ୨୬/୦୩: ଟିମ୍ ଇଣ୍ଡିଆର ଅନୁଭବୀ ଓପ୍ନର୍ ଶିଖର ଧାୱନ ପୁଣିଥରେ କ୍ରିକେଟ୍ ମୈଦାନରେ ତାଙ୍କର ଯଲୱା ଦେଖାଇବେ। ସେ ଆଇପିଏଲ୍ର ୧୬ତମ ସଂସ୍କରଣର ପଞ୍ଜାବ କିଂଗ୍ସର ନେତୃତ୍ୱ ନେବାକୁ ଯାଉଛନ୍ତି। ୩୭ ବର୍ଷୀୟ ଶିଖର ଆଇପିଏଲ୍ ଆରମ୍ଭ ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କିଛି ଖାସ୍ କଥା କହିଛନ୍ତି
ସେ କହିଛନ୍ତି କ୍ୟାରିଅର୍ରେ କୌଣସି ଟିମ୍ର ନେତୃତ୍ୱ ନେବା ବହୁତ ବଡ଼ କଥା। ମୁଁ ବର୍ତ୍ତମାନ ସୁଦ୍ଧା ୩/୪ଟି ଦଳର ଅଧିନାୟକ ହୋଇଛି। ଯାହାକି ମୋ ପାଇଁ ବଡ଼ କଥା। ସମସ୍ତଙ୍କ କ୍ୟାରିଅରରେ ଏହା ସାଧାରଣ କଥା। ପ୍ରତ୍ୟକ ଖେଳାଳୀଙ୍କ କ୍ୟାରିଅର୍ରେ ଉତ୍ଥାନ ପତନ ଲାଗିରହିଥାଏ। ଗତ ବର୍ଷେ ଦୁଇ ବର୍ଷ ହେଲା ଗୋଟିଏ ଫର୍ମାଟ୍ରେ ଖେଳୁଥିଲି। ସେହିପରି ଶୁଭମନ୍ ୨ଟି ଫର୍ମାଟ୍ରେ ଖେଳୁଥିଲା। ଶୁଭ୍ମନ୍ ଗିଲ୍ ବହୁତ ଭଲ କରୁଛି ତା ପାଇଁ ମୁ ବହୁତ ଖୁସି।
ଧାୱନ ଆହୁରି କହିଛନ୍ତି ଧାୱନ୍ ବହୁତ ଭଲ ଖେଳୁଛି ସେଥିପାଇଁ ସେ ଆଇଡିଆଇରେ ପ୍ରବେଶ କରିଛି। ଏଥର ପଞ୍ଜାବ କିଙ୍ଗ୍ସ୍ର ନେତୃତ୍ୱ ନେଉଥିବାରୁ ମୁଁ ବହୁତ ଖୁସି ଅଛି। ଏହି ସିରିଜ୍କୁ ଛାଡ଼ିଦେଲେ ସୂର୍ଯ୍ୟା ବହୁତ ଭଲ ପ୍ରଦର୍ଶନ କରିଛି। ଫାଷ୍ଟ ବୋଲିଂ ଟ୍ରାକ୍ ହେଉ କିମ୍ବା ସ୍ପିନିଂ ଟ୍ରାକ୍ ଖେଳିବା ସହଜ ନୁହେଁ। ଧାୱନ କହିଛନ୍ତି ଯେ ସେ ଯଦି ଚୟନକର୍ତ୍ତା ହୋଇଥାଆନ୍ତେ ତାଙ୍କ ଜାଗାରେ ସେ ଶୁଭମନ୍ ଗିଲଙ୍କୁ ସ୍ଥାନ ଦେଇଥାଆନ୍ତେ।
ବାଁ ହାତରେ ବୋଲିଂ କରୁଥିବା ଧାୱନ କହିଛନ୍ତି ମୁଁ ଶିଖର ଜାଗାରେ ଶୁଭମନକୁ ସ୍ଥାନ ଦେଇଥାଆନ୍ତି। ସେ ବହୁତ ଭଲ ଖେଳେ। ଏହାକୁ ସ୍ୱୀକାର କରିବା ଆବଶ୍ୟକ। ଶିଖର କହିଛନ୍ତି ସେ ସୂଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ଖେଳାଳୀମାନଙ୍କ ପାଇଁ ସବୁବେଳେ ସୁଯୋଗ ରହିଥାଏ। କେତେବେଳେ ବି ଚମତ୍କାର ହୋଇପାରେ। ସେଥିପାଇଁ ଶୁଭମନ୍ କଠିନ ପରିଶ୍ରମ କରୁଛି। ଧାୱନ ବି ଶେଷଥର ୨୦୨୨ ଡିସେମ୍ୱରରେ ବାଂଲାଦେଶ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।
କ୍ରିକେଟ୍ରୁ ସନ୍ୟାସ ନେବା ପରେ ଶିଖର ଧାୱନ ତାଙ୍କ ବ୍ୟବସାୟକୁ ଆଗକୁ ନେବାକୁ ଚାହୁଁଛନ୍ତି। ସେ ତାଙ୍କ ଫିଲ୍ମ କ୍ୟାରିଅରକୁ ନେଇ କହିଛନ୍ତି ଯଦି ସୁଯୋଗ ମିଳେ ସେ ଆହୁରି ଅଭିନୟ କରିପାରନ୍ତି। ସେ କହିଛନ୍ତି ରାଜନୀତିକୁ ଆସିବାକୁ କେବେ ଚିନ୍ତା କରିନାହାନ୍ତି। କିନ୍ତୁ ସେ ଯେଉଁ କ୍ଷେତ୍ରକୁ ଯିବେ ସେଠାରେ ଧ୍ୟାନର ସହିତ କାମ କରିବେ।