ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କେଜ୍ରିୱାଲଙ୍କ ସହ ହୋଟେଲରେ ହୋଇଥିଲା ବୈଠକ, ୫୦ କୋଟି ଟଙ୍କା ଦେଇଥିଲି: ସୁକେଶ ଚନ୍ଦ୍ରଶେଖର

5/11/2022 at 4:37 PM

ନୂଆଦିଲ୍ଲୀ: ଦିଲ୍ଲୀର ମଣ୍ଡୋଲୀ ଜେଲରେ ବନ୍ଦୀ ମହାଠକ ସୁକେଶ ଚନ୍ଦ୍ରଶେଖର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ପରେ ଏବେ ଆଉ ଏକ ଲେଟର ବୋମା ଫୁଟାଇଛି । ଏଥରେ ସିଧା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ସୁକେଶ । ନିଜ ଚିଠିରେ ଅନେକ ବଡ଼ ଏବଂ ଚାଞ୍ଚଲ୍ୟକର ଖୁଲାସା କରିଛି ।

ଗୁଜରାଟ, ହିମାଚଳ ଏବଂ ଏମସିଡି ନିର୍ବାଚନ ଠିକ ପୂର୍ବରୁ ଗଣମାଧ୍ୟମକୁ ଲେଖିଥିବା ଚାରି ପୃଷ୍ଠାର ଚିଠିରେ କେଜ୍ରିୱାଲଙ୍କ ଉପରେ ୫୦ କୋଟି ଟଙ୍କା ନେବାର ଅଭିଯୋଗ ଆଣିଛି । ଏହାସହ ରାଜ୍ୟସଭା ଆସନ ଅଫର୍ ଦିଆଯାଇଥିବା ଦାବି କରିଛି ।

ସୁକେଶ ନିଜ ଚିଠିରେ କେଜ୍ରିୱାଲଙ୍କୁ ସିଧା ପ୍ରଶ୍ନ କରିଛି ଯେ ଯଦି ମୁଁ ଦେଶର ସବୁଠୁ ବଡ଼ ଠକ ତେବେ ଆପଣ ମୋ ପରି ଜଣେ ଠକରୁ ରାଜ୍ୟସଭା ଆସନ ଅଫର ଦେଇ ୫୦ କୋଟି ଟଙ୍କା କାହିଁକି ନେଲେ ? ସିଏମ କେଜ୍ରିୱାଲ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଲେଖିଥିବା ପ୍ରଥମ ଚିଠିରେ ତିହାଡ ଜେଲ ପ୍ରଶାସନ ତାଙ୍କୁ ଧମକ ଦେଉଥିବା ସୁକେଶ ଅଭିଯୋଗ ଆଣିଥିଲା । ଏହାସହ ସେମାନଙ୍କ ପ୍ରଶାସନକୁ ଡରୁନଥିବା କହିଥିଲା ।

ପୂର୍ବ ଚିଠିରେ ସୁକେଶ ଲେଖିଥିଲା, ‘ମୁଁ ‘ଆପ୍’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ନିଜର ଅଭିଯୋଗକୁ ସତ ପ୍ରମାଣିତ କରିବା ପାଇଁ ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛି । ମୁଁ କୋର୍ଟ ଏବଂ ନ୍ୟାୟମୂର୍ତ୍ତିଙ୍କ ନିକଟରେ ଧାରା ୧୬୪ରେ ବୟାନ ରେକର୍ଡ କରାଇବାକୁ ପ୍ରସ୍ତୁତ ଅଛି । ଯେମିତି ବି ସତ ବାହାରକୁ ଆସିବାକୁ ପଡିବ, ମୁଁ ଏବେ ଏହାକୁ ମୋ ଭିତରେ ରଖିପାରୁ ନାହିଁ । ମୋତେ ହଇରାଣ କରାଯାଉଛି । ତଥାକଥିତ ଭଦ୍ର ସରକାରର ପର୍ଦ୍ଦାଫାସ କରାଯିବା ଦରକାର’।  

   Related Posts