ଦୀପାବଳି ଆତସବାଜୀରେ ଯଦି ଜଳି ଯାଏ ହାତ, ଜାଣନ୍ତୁ କରିବେ କ’ଣ?

Published By : Prameya-News7 Bureau | October 23, 2022 IST

ନୂଆଦିଲ୍ଲୀ ୨୩।୧୦: ରାତି ପାହିଲେ ଦୀପାବଳି, ପର୍ବ ଲାଗି ବର୍ଷତମାମ ଅପେକ୍ଷା କରି ରହିଥିଲେ ଲୋକେ। ଦୀପାବଳିରେ ଆତସବାଜୀ ସବୁଠୁ ଆକର୍ଷଣୀୟ। ଘରେ ଘରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଲୋକେ ଆତସବାଜୀ କରିଥାନ୍ତି। ତେବେ ଆତସବାଜୀରେ ଦୁର୍ଘଟଣାର ଆଶଙ୍କା ଥାଏ।  କ୍ରାକର ଜଳାଇବା ବେଳେ କେବେ କେବେ ହାତ, ଗୋଡରେ ନିଆଁ ପଡିଯାଏ। ଏଣୁ ଦୀପାବଳିରେ ଦୀପ ଓ କ୍ରାକର ଜଳାଇବା ବେଳେ ପିଲା ଓ ଆପଣ ଯେପରି ସାବଧାନ ରହନ୍ତି ତାହା ସୁନିଶ୍ଚିତ କରନ୍ତି। ଏହା ସତ୍ତ୍ୱେ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଏପରି ମୁକାବିଲା କରନ୍ତୁ।

{"id":699558,"sizeSlug":"full","linkDestination":"none"}

ଯଦି ଗରମ ତେଲ କି ଦ୍ୱୀପର ଜଳନ୍ତା ଶଳିତା ଦେହରେ ଲାଗିଯାଏ ତେବେ ପ୍ରଥମେ ଘରେ ଉପଚାର କରନ୍ତୁ। ଆଘାତ ଲାଗିଥିବା ସ୍ଥାନକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ବୁଡାଇ ରଖନ୍ତୁ। ଜଳିଥିବା ସ୍ଥାନକୁ ହାଲୁକା ସାବୁନ ଲଗାଇ ସଫାପାଣିରେ ଧୋଇ ଦିଅନ୍ତୁ। ଜଳିଯାଇଥିବା ସ୍ଥାନରେ ଓଦା କପଡା ରଖିବା ଦ୍ୱାରା ଉଭୟ ଜ୍ୱଳନ ଓ ଫୋଟକା ହେବାର ସମ୍ଭାବନା ହ୍ରାସ ହୋଇଥାଏ। କୁହାଯାଏ ଆଲୋବେରା ଜ୍ୱଳନ ହ୍ରାସ ପାଇଁ କାଫି ପ୍ରଭାବି। ଏଥିରେ ଆଣ୍ଟି ଇମ୍ପ୍ଲେମେଣ୍ଟରୀ ଗୁଣ ରହିଛି। ଏଣୁ ଆଲୋବେରା ପତ୍ରରୁ ଜେଲ ବାହାର କରି ପୋଡାସ୍ଥାନରେ ଲଗାଇଲେ ଆରାମ ମିଳିବା ସହ ଖୁବ୍ ଶୀଘ୍ର ଭଲ ମଧ୍ୟ ହୋଇଥାଏ।

{"id":699560,"sizeSlug":"full","linkDestination":"none"}

ଯଦି ଆଲୋବେରା ନଥାଏ ଘରେ ମହୁଥିଲେ ମଧ୍ୟ ଏ କ୍ଷେତ୍ରରେ କାମରେ ଆସି ପାରିବ। ମାମୁଲି ପୋଡାଜଳା ମହୁ ଲଗାଇଦେଲେ ଭଲ ହୋଇଯାଏ। ମହୂରେ ମଧ୍ୟ ଆଣ୍ଟି ଇମ୍ଫ୍ଲେମେଣ୍ଟରୀ ଗୁଣ ରହିଛି। ଏଣୁ ମହୁ ଲଗାଇଦେଲେ ପୋଡା ଘା ପାଚେ ନାହିଁ। ଲୋକେ ଏପରି କ୍ଷେତ୍ରରେ ନଡିଆ ତେଲ ଓ ବରଫ ମଧ୍ୟ ଲଗାଇଥାନ୍ତି। ତେବେ ଏପରି କଲେ ସମସ୍ୟା ବଢିଯାଇପାରେ। କେତେକ ଲୋକେ ପୋଡା ସ୍ଥାନରେ ଟୁଥପେଷ୍ଟ, ଅଣ୍ଡାର ଧଳା ଅଂଶ ଓ ବରଫ ବ୍ୟବହାର କରନ୍ତି। ତେବେ ଏ ସବୁର ଉପଯୋଗ କ୍ଷତିକାରକ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.