ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦେଶରେ କରୋନାସ୍ଥିତି ଭୟଙ୍କର ହେଲେ ରଦ୍ଦ ହେବ IPL: ବିସିସିଆଇ

9/03/2020 at 12:27 PM

ମୁମ୍ବାଇ ୯।୩:  କରୋନା ସଂକ୍ରମଣ ସାରା ବିଶ୍ୱକୁ ପ୍ରଭାବିତ କରିଛି। ଏଥିଲାଗି ବିଭିନ୍ନ ଦେଶରେ ପ୍ରସ୍ତାବିତ କାର୍ଯ୍ୟକ୍ରମ ବାତିଲ ହେଉଛି। ଏଥିରେ ବିସିସିଆଇଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥର ଇଣ୍ଡିଆନ ପ୍ରିମିୟମ ଲିଗ୍( ଆଇପିଏଲ) ବାତିଲ ହୋଇପାରେ। ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍ ଗତଥରର ଚାମ୍ପିୟନ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବାର ଅଛି। ଯଦି ଦେଶରେ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିରେ ସୁଧାର ନ ଆସେ ତେବେ ଆଇପିଏଲ ବାତିଲ କରିବାକୁ ବିସସିଆଇ ବାଧ୍ୟ ହେବେ ବୋଲି କହିଛନ୍ତି।

ଆଇପିଏଲ ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ ତାରିଖରେ ଖେଳାଯିବ। ଏହି ସମୟରେ ଦେଶର ସାଧାରଣ ତାପମାତ୍ରା ପ୍ରାୟ ୨୪ରୁ ୨୫ ଡିଗ୍ରି ସେଲସିୟସରେ ପହଞ୍ଚିଥାଏ। ତାପମାତ୍ରା ବୃଦ୍ଧି ଯୋଗୁ କରୋନା ପ୍ରଭାବ ହୁଏତ ହ୍ରାସ ହୋଇପାରେ। ଏଣୁ କରୋନାକୁ ନେଇ ଏବେଠାରୁ ଆଇପିଏଲ ରଦ୍ଦ ହେବ କି ନା ସେ ନେଇ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ ନାହିଁ ବୋଲି ବିସିସିଆଇ କହିଛନ୍ତି। ତେବେ କରୋନା ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତି ଉପରେ ବିସିସିଆଇ ତୀକ୍ଷ୍ମ ନଜର ରଖିଥିବା କହିଛନ୍ତି।

ସେହିପରି ଆଇପିଏଲ ଆୟୋଜନ ଆଗକୁ ଘୁଞ୍ଚାଇବା ସମ୍ପର୍କରେ ବିସିସିଆଇଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇପିଏଲ ତାରିଖ ଆଗକୁ ଅଥବା ପଛକୁ କରିବା ସମ୍ଭବ ନୁହେଁ। କାରଣ କ୍ରିକେଟର ଇଣ୍ଟରନ୍ୟାସନାଲ କ୍ୟାଲେଣ୍ଡରକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଏଣୁ ଦେଶରେ କରୋନାସ୍ଥିତି ଯଦି ଭୟଙ୍କର ହେଲା ତେବା ଆଇପିଏଲ ରଦ୍ଦ ହେବା ନିଶ୍ଚିତ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି।

   Related Posts