oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବିଜେପି ଏହି ନେତାଙ୍କୁ ପ୍ରାର୍ଥୀ କଲେ ସମର୍ଥନ ଦେବେ ନବୀନ, ଏମିତି କହି ମମତାଙ୍କ ବୈଠକରୁ ଦୂରେଇ ରହିଲା ବିଜେଡି

15/06/2022 at 5:50 PM

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇ ଯାଇଛି । ଶାସକ ଏବଂ ବିରୋଧୀ ଦଳ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ବିଚାର ବିମର୍ଶ ଚଳାଇଛନ୍ତି । ତେବେ ସମସ୍ତ ବିରୋଧୀ ଦଳକୁ ଏକଜୁଟ୍ କରି ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ କେମିତି ଟକ୍କର ଦିଆଯାଇ ପାରିବ ତାକୁ ନେଇ ଅଣ୍ଟା ଭିଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାକୁ ନେଇ ବୁଧବାର ଦିଲ୍ଲୀରେ ବୈଠକ ମଧ୍ୟ ଡକାଇଛନ୍ତି । ବୈଠକକୁ ୧୮ ଦଳକୁ ଆମନ୍ତ୍ରଣ କରାଯାଇଛି । ତେବେ ଏହା ପୂର୍ବରୁ ବିଜେଡି, ଟିଆରଏସ ଏବଂ ଆମ୍ ଆଦମୀ ପାର୍ଟି ବୈଠକରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ଗୋଟିଏ ମଞ୍ଚରେ କଂଗ୍ରେସ ସହ ରହି ପାରିବ ନାହିଁ ବୋଲି ଟିଆରଏସ କହିଥିବା ବେଳେ ପ୍ରାର୍ଥୀ ନଦେଇ ତା ପୂର୍ବର ଏମିତି ବୈଠକ ତରବରିଆ ଭାବେ କରାଯାଉଥିବା କହିଛି ବିଜେଡି । ବିଜେଡିର ଏମିିତି ଆଭିମୁଖ୍ୟ ବିରୋଧୀ ଦଳର ଚିନ୍ତାକୁ ବଢାଇ ଦେଇଛି ।

ଓଡିଶାର ଶାସକ ଦଳ ବିଜେଡିର କହିବା କଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦେଖିବା ପରେ ହିଁ ଦଳ ନିଜର ନିଷ୍ପତ୍ତି ନେବ । ହେଲେ ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଏନଡିଏ ଯଦି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରେ ତେବେ ବିଜେଡି ସମର୍ଥନ ଦେବାକୁ ମନା କରିବ ନାହିଁ । ସେମିତିରେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ ଏବଂ ବିଜେଡି ଏବଂ ବିଜେପି ମେଣ୍ଟ ସରକାରରେ ସେ ମନ୍ତ୍ରୀ ଥିଲେ । ଏମିତିରେ ରାଜ୍ୟ ଏବଂ ଆଦିବାସୀ ନେତା ଭାବେ ମୁର୍ମୁଙ୍କୁ ବିରୋଧ କରିବ ନାହିଁ ବିଜେଡି ।

ଯଦି ବିଜେଡି ସମର୍ଥନ ଦିଏ ତେବେ ବିଜେପିକୁ ରାଷ୍ଟ୍ରପତି ନିର୍ବାଚନ ବିଜୟ ହାସଲ କରିବା ସହଜ ହେବ । ଅତୀତର ରେକର୍ଡ ଉପରେ ଯଦି ନଜର ପକାଇବା ତେବେ ବିଜେଡି ଜାତୀୟସ୍ତରରେ ବିଜେପିର ସମର୍ଥନ କରି ଆସିଛି । ସେ ରାଷ୍ଟ୍ରପତି ନିର୍ବାଚନ ହେଉ କି ସଂସଦର ଉଭୟ ଗୃହରେ କୌଣସି ବିଧେୟକ ପାରିତ ଉପରେ ହେଉ। କେନ୍ଦ୍ରରେ ବିଜେଡି ସର୍ବଦା ବିଜେପିର ସାନ ଭାଇ ଭୂମିକା ନିଭାଇ ଆସିଛି । ପୁଣି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ସମୟରେ ତାଙ୍କର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟଘାଟ କାର୍ଯ୍ୟକ୍ରମ ରହିଛି ।

ବୈଠକରେ ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଜାତୀୟ ସ୍ତରରେ ବିଜେଡିର ଗୋଟିଏ ନୀତି ସମ ଦୂରତା ବଜାୟ ରଖିବା ରହି ଆସିଛି । ଦଳ ବିଜେପି ବିରୋଧୀ କୌଣସି ମୋର୍ଚ୍ଚାରେ ସାମିଲ୍ ହୋଇ ବିଜେପିକୁ ଅସନ୍ତୁଷ୍ଟ କରିବାକୁ ଚାହିଁ ନାହିଁ । ତେଣୁ ଏଥର ବି ବିଜେଡି ବିଜେପିକୁ ସମର୍ଥନ ଦେବାର ସମ୍ଭାବନା ଅଧିକ ରହିଛି ।

   Related Posts