ବସ୍‌ରୁ ବିସ୍ଫୋରକ ଜବତ ! ଛାନବିନ୍ କରୁଛି ସିଆରପିଏଫ୍ ଓ ବୋମା ନିଷ୍କ୍ରିୟକାରୀ ଦଳ

Published By : Prameya-News7 Bureau | November 25, 2022 IST

ଶ୍ରୀନଗର:ଜମ୍ମୁରେ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ୍ ! ଏକ ବସ୍‌ରୁ IED ପ୍ୟାକେଟ୍ ଜବତ କରିଛି ସୁରକ୍ଷାବଳ । ଜମ୍ମୁର ଟୋଡାରୁ ରାମବନ ଯାଉଥିବା ଏକ ବସ୍‌ରୁ ମିଳିଛି ବିସ୍ଫୋରକ ଭର୍ତି ସାମଗ୍ରୀ । ସିଆରପିଏଫ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ଏହାକୁ ଜବତ କରି ଛାନବିନ୍ କରୁଛି ।   

ଶୁକ୍ରବାର ରାମବନ ଯାଉଥିବା ଏକ ବସ୍‌ରୁ ବିପୁଳ ପରିମାଣରେ IED ମିଳିଥିବା ସୂଚନା । ବସ୍‌ରେ ଏକ ପ୍ୟାକେଟରେ କିଛି ସନ୍ଧିଗ୍ଧ ସାମଗ୍ରୀ ଯାଉଥିବା ନେଇ ପୋଲିସ ଖବର ପାଇବା ପରେ ଚେକିଂ ବ୍ଲକିଂ ଆରମ୍ଭ କରିଥିଲା  । ରାମବନ ନିକଟରେ ବସ୍‌କୁ ସର୍ଚ୍ଚ କରି ସେଥିରୁ ଏକ ପ୍ୟାକେଟ୍ ଜବତ କରିଛି । ସିଆରପିଏଫ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ କରୁଛନ୍ତି ।

ରାମବନ ଏସଏସପି ମୋହିତ ଶର୍ମାଙ୍କ କହିବା ଆନୁଯାୟୀ, ପ୍ୟାକେଟ୍‌ରେ ବିସ୍ଫୋରକ ସାମଗ୍ରୀ ଥିବା ଅନୁମାନ କରାଯାଉଛି । ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ସନ୍ଧିଗ୍ଧ ସାମଗ୍ରୀ ଥିବା ପ୍ୟାକେଟ୍  ଖୋଲିବା ପରେ IED ଅଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ମୋହିତ ଶର୍ମା କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.