ବାବା କପାଳମୋଚନ ମନ୍ଦିରରୁ ଚୋରି, ବହୁ ପୁରାତନ ନୃସିଂହ ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | February 23, 2024 IST

ପୁରୀ ୨୩।୨: ପୁଣି ମାତିଲେ ମୂର୍ତ୍ତି ଚୋର । ପୁରୀ ପଶ୍ଚିମଦ୍ବାର ଗାଣ୍ଡୁଆଚଉରା ଛକ ନିକଟରେ ଥିବା ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି । ଗୁରୁବାର ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ବାବା କପାଳମୋଚନଙ୍କ ମନ୍ଦିରରେ ପଶି ବହୁ ପୁରାତନ ପଥରର ନୃସିଂହ ମୂର୍ତ୍ତି ଚୋରି କରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ବାବା କପାଳମୋଚନ । ଶ୍ରୀମନ୍ଦିରର ବିଭିନ୍ନ ନୀତିକାନ୍ତି ସହ ବାବା କପାଳମୋଚନ ମନ୍ଦିର ଅଙ୍ଗାଅଙ୍ଗୀ ଭାବେ ଜଡିତ ।‌ ତେବେ କପାଳମୋଚନ ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି ହୋଇଥିବା ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାସ୍ଥଳରେ ସିଂହଦ୍ଵାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୂର୍ବରୁ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ଆଶ୍ରମ ଛକ ନିକଟରେ ଥିବା ବାବା ମୁକ୍ତେଶ୍ଵରଙ୍କ ମନ୍ଦିରରରୁ ମଧ୍ୟ ଶିବ ପାର୍ବତୀଙ୍କ ମୂର୍ତ୍ତି ଚୋରି ହୋଇଥିଲା । ପୁରୀ ପୋଲିସ ମୁକ୍ତେଶ୍ଵର ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତି ଓ ଅଳଙ୍କାର ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏବେ ପୁଣିଥରେ ଶ୍ରୀମନ୍ଦିର ନିକଟରେ ଥିବା ବାବା କପାଳମୋଚନଙ୍କ ମନ୍ଦିରରୁ ପଥରର ନୃସିଂହଙ୍କ ମୂର୍ତ୍ତି ଚୋରି ହୋଇଥିବା ବେଳେ ଏବେ ପୋଲିସର ସୁରକ୍ଷା ବ୍ୟବସ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାବା କପାଳମୋଚନଙ୍କ ମନ୍ଦିର ପରିସରରୁ ମୂର୍ତ୍ତି ଚୋରି ଘଟଣାକୁ ନେଇ ମନ୍ଦିର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ନେଇ ସେବାୟତ ସୂଚନା ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/sanakhemundi-mla-ramesh-jena-appears-before-bhubaneswar-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sanakhemundi-mla-ramesh-jena-appears-before-bhubaneswar-court/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.