scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାଜାର ହସ୍ପିଟାଲରେ ଆକ୍ରମଣ କରୁଛି ହମାସ୍ ? ଭିଡିଓ ଜାରି କରି ପ୍ରଶ୍ନ କଲା ଇସ୍ରାଏଲ୍

13/11/2023 at 11:06 PM

ନୂଆଦିଲ୍ଲୀ: ଇସ୍ରାଏଲ୍ ଡିଫେନ୍ସ ଫୋର୍ସେସ୍ ଏକ ନୂଆ ଭିଡିଓ ଜାରି କରିଛି । ଇସ୍ରାଏଲ୍ ଦାବି କରିଛି ଯେ ଭିଡିଓରେ ହମାସ୍ ଆତଙ୍କୀ ଅଛନ୍ତି ଓ ଏମାନେ ଆରପିଜି ଲଞ୍ଚର ନେଇ ଅଲ୍ କୁଦ୍‌ସ ହସ୍ପିଟାଲ ନିକଟରେ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ହମାସ୍ ଆତଙ୍କୀ ରୋଗୀଙ୍କୁ ଢାଲ ରୂପେ ବ୍ୟବାହର କରୁଥିବା ଇସ୍ରାଏଲ୍ ଦାବି କରିଆସୁଛି । ଗାଜାର ହସ୍ପିଟାଲ ଉପରେ ବି ହମାସ୍ ଆତଙ୍କୀ ଆକ୍ରମଣ କରୁଥିବା ଇସ୍ରାଏଲ ସନ୍ଦେହ କରୁଛି । ୟୁରୋପିୟନ ୟୁନିୟନ ମଧ୍ୟ ହମାସର ଏହି କୃତ୍ୟକୁ ନିନ୍ଦା କରିସାରିଛି । ଏହାସହ ହସ୍ପିଟାଲ ଓ ସାଧାରଣ ଲୋକଙ୍କୁ ଢାଲ ନକରିବା ପାଇଁ କହିଛି ।

ଆଇଡିଏଫ ଦ୍ୱାରା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରାଯାଇଛି । ଭିଡିଓ ସହ କ୍ୟାପ୍ସନ ମଧ୍ୟ ଚାଲୁଛି । ଏଥିରେ ହମାସ ଆତଙ୍କୀ ଆରପିଜି ଲଞ୍ଚର ଧର ଅଲ୍ କୁଦ୍‌ସ ହସ୍ପିଟାଲ ଭିତରକୁ ଯାଉଥିବା ନଜର ଆସୁଛି । ହସ୍ପିଟାଲ୍ ଫାଟକ ସାମନାରେ ରହି ଆରପିଜି ଲଞ୍ଚ କରୁଥିବା ଦେଖିବାକୁ ମିଳୁଛି । ଆଇଡିଏଫ ଅନୁସାରେ ଏହି ଆକ୍ରମଣ ଇସ୍ରାଏଲ ସେନା ଉପରେ କରାଯାଉଛି । ପ୍ରାୟ ୨୨ ସେକେଣ୍ଡର ଏହି ଭିଡିଓକୁ ଏକ୍ସରେ ଦେଖିସାରିଛନ୍ତି ।  

ଅନ୍ୟପଟେ ୟୁରୋପିୟନ ୟୁନିୟନର ୨୭ ଦେଶ ଇସ୍ରାଏଲ ବିରୋଧ ଯୁଦ୍ଧରେ କଥିତ ରୂପେ ହସ୍ପିଟାଲ୍ ଓ ସାଧାରଣ ଲୋକଙ୍କୁ ଢାଲ କରୁଥିବାରୁ ହମାସକୁ ନିନ୍ଦା କରିଛନ୍ତି । ଇୟୁ ବିଦେଶ ମାମଲାର ପ୍ରମୁଖ ଜୋସେଫ ବୋରେଲ ସୋମବାର କହିଛନ୍ତି ଯେ ଏହାସହ ଇସ୍ରାଏଲକୁ ଅଧିକ ସଞ୍ଜମତା ରକ୍ଷା କରୁ ବୋଲି ଇୟୁ ଅପିଲ୍ କରିଥିଲା । ଇୟୁରେ ସାମିଲ ଦେଶଙ୍କ ବିଦେଶ ମନ୍ତ୍ରୀଙ୍କ ବୈଠକରେ ୨୭ ଦେଶ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ବୋରେଲଙ୍କ ଏହି ବୟାନ ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇୟୁ ଦେଶ ମଧ୍ୟରେ ଜାରି ବିରୋଧାଭାଷ ଦୂର କରିବା ପାଇଁ ଏକ ମିଳିତ ବୟାନ ରୂପେ ଆଗତ କରାଯାଇଥିଲା ।

Also Read: ହମାସ୍‌ର ବଢିଲା ଟେନସନ୍‌, ଯୁଦ୍ଧରେ ପ୍ରଥମଥର ପାଇଁ ‘ଆରୋ-୩’ ବ୍ୟବହାର କଲା ଇସ୍ରାଏଲ

   Related Posts