ବିଜେପି ଓ ଆର୍‌ଏସ୍ଏସ୍‌ର ଆଦର୍ଶ ଦେଶକୁ ଭାଙ୍ଗୁଛି: ରାହୁଲ ଗାନ୍ଧୀ

Published By : Prameya-News7 Bureau | October 15, 2022 IST

ନୂଆଦିଲ୍ଲୀ: ବିଜେପି ଓ ଆର୍‌ଏସ୍ଏସ୍‌ର ଆଦର୍ଶ ଦେଶକୁ ଭାଙ୍ଗୁଛି। ଶନିବାର ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାରତ ଯୋଡ଼ ଯାତ୍ରାରେ ଆଜି ରାହୁଲ ଗାନ୍ଧୀ କର୍ଣ୍ଣାଟକ ବଲ୍ଲାରୀରେ ଏକ ରାଲି କରିଥିଲେ। ଏହି ରାଲିରେ ଲୋକଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି “ ଆମେ ଏହି ଯାତ୍ରାର ନାମ ଭାରତ ଯୋଡ଼ ଯାତ୍ରା ଏଥିପାଇଁ ଦେଇଛୁ, କାରଣ ହଜାର ହଜାର ଲୋକ ଅନୁଭବ କରନ୍ତି ଯେ ବିଜେପି ଓ ଆର୍‌ଏସ୍‌ଏସ୍ର ଆଦର୍ଶ ଦେଶକୁ ଭାଙ୍ଗି ଦେଉଛି।”   

ସୂଚନା ଥାଉକି, କଂଗ୍ରେସର ୩,୫୭୦ କିମି ଲମ୍ବାଯାତ୍ରା ବିଶିଷ୍ଟ ଭାରତ ଯୋଡ଼ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିଲା। ଏହି ଯାତ୍ରାକୁ ବର୍ତ୍ତମାନ ୩୮ ଦିନ ପୂରିଛି। କନ୍ୟାକୁମାରୀରେ ଏହି ଯାତ୍ରା ଆରମ୍ଭ ହୋଇ ଜାମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଯିବ ବୋଲି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି।

୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିଛି। ଏପଟେ କଂଗ୍ରସ ଭାରତ ଯୋଡ଼ ଯାତ୍ରା କରୁଥିବା ବେଳେ ସେପଟେ ଦଳୀୟ ନେତାଙ୍କର ଦଳ ଛାଡ଼ ଧାରା ଜାରି ରହିଛି। ଗୋଟିଏ ପରେ ଗୋଟିଏ ଟାଣୁଆ ନେତା କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି। ଏମିତି ସ୍ଥିତିରେ କଂଗ୍ରେସର ଏହି ଯାତ୍ରା କେତେ ସଫଳ ହେବା ତାହା ସମୟ କହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.