ଚୋରି ହୋଇଛି ୫ ହଜାର ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ: ପଛରେ ରହିଛି ପାକିସ୍ତାନୀ ହ୍ୟାକରଙ୍କ ହାତ
12/12/2022 at 4:30 PM

ନୂଆଦିଲ୍ଲୀ: ଅନ୍ଲାଇନ୍ରେ ଆଉ ସୁରକ୍ଷିତ ରହୁନି ବ୍ୟକ୍ତିଗତ ତଥ୍ୟ। ହ୍ୟାକରମାନେ ସବୁ ତଥ୍ୟ ଚୋରାଇ ନେଇ ଡାର୍କ ୱେବ୍ରେ ପବ୍ଲିଶ୍ କରିଦେଉଛନ୍ତି। ନିକଟରେ ଦିଲ୍ଲୀ ଏମ୍ସର ସରକାରୀ ୱେବ୍ସାଇଟ୍କୁ ହ୍ୟାକ୍ କରି ତଥ୍ୟ ଚୋରାଇ ଥିଲେ ହ୍ୟାକର ଏବେ ପ୍ରାୟ ୫ ହଜାର ଭାରତୀୟଙ୍କ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାକିସ୍ତାନୀ ହ୍ୟାକର ଏପରି କରିଥିବା ଅଭିଯୋଗ ହେଉଛି।
ଏହି ବ୍ୟକ୍ତିମାନଙ୍କର ଆଧାରକାର୍ଡ, ଭୋଟରକାର୍ଡ, ଡ୍ରାଇଭର ଲାଇସେନ୍ସ ଓ ପାନ୍ କାର୍ଡ,ପାସପୋର୍ଟ ଆଦି ବ୍ୟକ୍ତିଗତ ତଥ୍ୟ ଚୋରି କରି ଡାର୍କ ୱେବ୍ରେ ପବ୍ଲିସ୍ କରାଯାଇଛି। ଯିଏ ହ୍ୟାକ୍ କରିଛି ସେ ହିଁ ଡାର୍କ ୱେବ୍ରେ ତଥ୍ୟ ପବ୍ଲିଶ କରିଛି ବୋଲି ତଦନ୍ତରୁ ଜଣାପଡ଼ିଛି। ଏବେ ଗୁଗଲ କଲେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଜଣାପଡ଼ିପାରେ।
ଡାର୍କ ୱେବ୍ କଣ ?
ଆମେ ପ୍ରତିଦିନ ଇଣ୍ଟରନେଟ୍ରେ କିଛି ନା କିଛି ସର୍ଚ୍ଚ କରୁଥାଉ। ହେଲେ ଡାର୍କ ୱେବ୍ ହେଉଛି ଏମିତି ଏକ ଲୁକାୟିତ ନେଟୱର୍କ୍ସ ଯାହା ନିର୍ଦ୍ଦିଷ୍ଟ ସଫ୍ଟୱେୟାର, ସେଟିଂ ଓ ଅଥୋରାଇଜେସନ୍ରେ ଖୋଲିବ। ଏଥିରେ ଜାଣି ଜାଣି ତଥ୍ୟ ଲୁଚାଯାଇଥାଏ। ବେଆଇନ ଭାବେ କାହାର ତଥ୍ୟ ଚୋରି କରିବାକୁ ହେଲେ ଏହି ଡାର୍କ ୱେବ୍ର ବ୍ୟବହାର କରାଯାଉଛି। ଯାହା ଲୋକଙ୍କୁ ସମସ୍ୟାରେ ପକାଉଛି।