ଚୀନ ସହ ମୁକାବିଲା କରିବାକୁ ପ୍ରସ୍ତୁତି, ସେମିକଣ୍ଡକ୍ଟର ଚିପ୍‌କୁ ନେଇ ଐତିହାସିକ ବିଲରେ ହସ୍ତାକ୍ଷର କଲେ ବାଇଡେନ

Published By : Prameya-News7 Bureau | August 09, 2022 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଆମେରିକା ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏକ ଐତିହାସିକ ହସ୍ତାକ୍ଷର କରିଛନ୍ତି । ସବସିଡି ପାଇଁ ୫୨.୭ ବିଲିୟନ ଡଲାର ପ୍ରଦାନ କରିବା ଏବଂ ଆମେରିକାକୁ ଚୀନ ମୁକାବିଲାରେ ଅଧିକ ମଜବୁତ କରିବା ପାଇଁ ଏହି ହସ୍ତାକ୍ଷର କରିଛନ୍ତି। ବାଇଡେନ କହିଛନ୍ତି, ଭବିଷ୍ୟତ ଆମେରିକାରେ ହେବାକୁ ଯାଉଛି । ଆମେରିକାରେ ଏହା ଅନେକ ଦଶନ୍ଧି ପରେ କରାଯାଉଥିବା ନିବେଶ ଅଟେ । ବାଇଡେନ କହିଛନ୍ତି ଚିପ୍ କମ୍ପାନି ଗୁଡିକ ନିବେଶ କରୁଛନ୍ତି, ତେବେ ଆମେରିକାର ବାଣିଜ୍ୟ ମନ୍ତ୍ରଣାଳୟ ଅନୁଦାନର ସମୀକ୍ଷା କରି କେବେ ନିୟମ ପ୍ରଣୟନ ଏବଂ ପରିଯୋଜନାକୁ କେତେ ସମୟ ଲାଗିବ ତାହା ସ୍ପଷ୍ଟ ହୋଇ ନାହିଁ।

ହ୍ୱାଇଟ ହାଉସ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ବିଲ ପାରିତ ହେବା ପରେ ଚିପ୍ ନିବେଶକୁ ପ୍ରୋତ୍ସାହନା ମିଳିବ । କ୍ୱାଲକମ ସୋମବାର ଗ୍ଲୋବାଲଫାଉଣ୍ଡ୍ରିଜ ନ୍ୟୁୟର୍କ କାରଖାନା ଠାରୁ ୪.୨ ବିଲିୟନ ଡଲାର ଅତିରିକ୍ତ ସେମିକଣ୍ଡକ୍ଟର କିଣିବା ଉପରେ ସହମତି ପ୍ରକାଶ କରିଛି ।

ଏହି ଆଇନର ଉଦ୍ଦେଶ୍ୟ ଚିପ୍ ଅଭାବ ଦୂର କରିବା ସହ ଚୀନ ସହ କଡା ମୁକାବିଲା କରିବା । ଦକ୍ଷିଣ-ପୂର୍ବ ମିଶିଗନରେ ଚିପ ଅଭାବ ଯୋଗୁଁ ହଜାର ହଜାର କାର ଏବଂ ଟ୍ରକ ପଡି ରହିଛନ୍ତି । ସେମିକଣ୍ଡକ୍ଟର ଚିପର ଅଭାବର ପ୍ରଭାବ ଗାଡି ନିର୍ମାଣ ଉପରେ ପଡିଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.