ଖୋର୍ଦ୍ଧା ଜୟମଙ୍ଗଳ ଗାଁରେ ଇଡ଼କୋର ଜମି ଅଧିଗ୍ରହଣକୁ ବିରୋଧ
Published By : Prameya-News7 Bureau | September 23, 2018 IST
ଖୋର୍ଦ୍ଧା ୨୩/୯ : ଖୋର୍ଦ୍ଧା ନିକଟସ୍ଥ ଜୟମଙ୍ଗଳ ଗ୍ରାମରେ ସରକାରଙ୍କ ନିର୍ଦ୍ଦଶେ କ୍ରମେ ଇଡ଼କୋ ଜମି ଅଧିଗ୍ରହଣ କରୁଛି ଯାହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ । ଇଡକୋ ଜମିଅଧିଗ୍ରହଣ କରି ସେଠାରେ ୪ ଟି କମ୍ପାନୀ କରିବାକୁ ଥିବାବଳେ ସ୍ଥାନୀୟ ଲୋକେ ଏକାକୁ ବିରୋଧ କରୁଛନ୍ତି । ଫଳରେ ଜୟମଙ୍ଗଳବାସୀ ବହୁ ହଇରାଣ ହେବା ନେଇ ଅଭିଯୋଗ କରିଛନ୍ତି । ଫଳରେ ଜୟମଙ୍ଗଳ ଗ୍ରାମରେ ବସବାସ କରୁଥିବା ଲୋକେ ଜଙ୍ଗଲଜମି, ଜଳଜମି, ଗୋଚରଜମି, ଅନାବାଦି ଜମି, ଶ୍ମଶାନ ଜମି, ଖେଳପଡିଆ ଜମି ସୁରକ୍ଷା ଓ ଚାଷ ଜମିକୁ ରାସ୍ତା ଆଦି ଦାବି ନେଇ ଜୟମଙ୍ଗଳ ଗ୍ରାମ ସୁରକ୍ଷା କମିଟି ପକ୍ଷରୁ ସସାମ୍ବାଦିକ ସମ୍ମିଳନୀ କରାଯାଇଛି । ପୁର୍ବରୁ ଗ୍ରାମ ନିକଟରେ ଥିବା କମ୍ପାନୀ ଫଳରେ ଗ୍ରାମର ପୋଖରୀ ଓ ଚାଷଜମି ପ୍ରଦୂଷଣ ହେଉଛି ଏହା ସହିତ ପରିବେଶ ପ୍ରଦୂଷିତ ହେବା ଫଳରେ ଲୋକେ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଇଡକୋର ଜମି ଅଧିଗ୍ରହଣ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସରକାର ଦାବି ପୂରଣ ନକଲେ ଆଗାମି ଦିନରେ ଆନ୍ଦୋଳନ କରିବା ନେଇ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜୟମଙ୍ଗଳ ଗ୍ରାମ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଜୟମଙ୍ଗଳ ଗ୍ରାମବାସୀ ଉପସ୍ଥିତ ଥିଲେ।